ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ। ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ।
ସୂଚନା ଥାଉକି, ରାଜ୍ୟ ସରକାର ୧୮ତାରିଖରୁ ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ନେଇଥିଲେ । ମାତ୍ର ଅନେକ ଜିଲାରେ ତାତି ତଥା ଗ୍ରୀଷ୍ମ ପ୍ରବାହର ପ୍ରଭାବ କମି ନ ଥିବା ଯୋଗୁ ଖରାଛୁଟି ଅବଧି ବୃଦ୍ଧି ତଥା ସ୍କୁଲ, କଲେଜ ଖୋଲିବା ନେଇ ଜିଲାପାଳମାନେ ନିଷ୍ପତ୍ତି ନେଇ ପାରିବେ ବୋଲି କ୍ଷମତା ପ୍ରଦାନ କରିଥିଲେ।