କେନ୍ଦୁପତ୍ର ଶ୍ରମିକ ପରିବାର ପିଲା ପାଇବେ ଛାତ୍ରବୃତ୍ତି

ସମ୍ବଲପୁର,୧ା୯(ଶୁଭାଶିଷ ପାଢ଼ୀ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି ମାନି ନେଇଛନ୍ତି ରାଜ୍ୟ ସରକାର। ଉଚ୍ଚସ୍ତରୀୟ ବୈଠକରେ ଛାତ୍ରବୃତ୍ତି ପାଇବା କ୍ଷେତ୍ରରେ ଛାତ୍ରୀଛାତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା ହେବା ସହ ଶୀଘ୍ର ବୃତ୍ତି ଟଙ୍କା ଦିଆଯିବାକୁ ସ୍ଥିର ହୋଇଛି। ଏହି ଯୋଜନାରେ କେନ୍ଦୁପତ୍ର ଶ୍ରମିକ, ତୋଳାଳି ଓ ବନ୍ଧାଳିରେ ଜଡିତ ଥିବା ରାଜ୍ୟର ପ୍ରାୟ ୯୧ ହଜାର ପରିବାରର ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ୱେଲଫେୟାର ବୋର୍ଡ ସଭାପତି ସଞ୍ଜିତ ମହାନ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି, ଶ୍ରମିକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି ଯୋଜନାରେ ସାମିଲ କରିବା ନେଇ ସଚିବ ସ୍ତରରେ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ସମସ୍ୟା ଓ ପ୍ରତିକାର ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତବର୍ଷ ପ୍ରାୟ ୯୧ ହଜାର ଛାତ୍ରୀଛାତ୍ର ରହିଛନ୍ତି। ଛାତ୍ର ବୃତ୍ତି ନିମନ୍ତେ ରେଞ୍ଜ ଓ ଡିଭିଜନ ସ୍ତରୀୟ ବୈଠକରେ ସଚେତନତା ସୃଷ୍ଟି କରାଯାଉଛି। ୨୦୨୨ ନଭେମ୍ବର ୨୨ ଘୋଷଣା ଅନୁକ୍ରମେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀଙ୍କ ସ୍କୁଲ, କଲେଜରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନେ ଛାତ୍ରବୃତ୍ତି ପାଇବା ନେଇ ସରକାରଙ୍କ ପକ୍ଷରୁ ସର୍ଭେ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗତ ୨୨ ତାରିଖରେ ଉକ୍ତ ସର୍ଭେ ରିପୋର୍ଟକୁ ଭିତ୍ତି କରି ଏବଂ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଇବାରେ ଥିବା ଅସୁବିଧା ଦୂର କରିବାକୁ ନେଇ ଭୁବନେଶ୍ୱରରେ ବୈଠକ ହୋଇଥିଲା। ମୁଖ୍ୟ ଉପଦେଷ୍ଟା ଆର୍‌ ବାଲଚନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ତଥା ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଆଦିବାସୀ ଦଳିତ ଶ୍ରେଣୀ ଓ ପଛୁଆ ବର୍ଗର କମିଶନର ତଥା ସଚିବ ରୁପାରୋଷନ ସାହୁ, ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ ୨୦୨୨ରେ ସମୁଦାୟ ୮ଲକ୍ଷ ୧୨ ହଜାର ୩୩୯ ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀ ଥିଲେ। ସେଥିମଧ୍ୟରୁ ୮ ଲକ୍ଷ ୧୨ ହଜାର ୨୧୨ ଜଣ ଅର୍ଥାତ୍‌ ଶତକଡା ୯୯. ୯୮ ସର୍ଭେ ଅନ୍ତର୍ଭୁକ୍ତ ହୋଇଥିଲେ। ୨୦୨୨- ୨୩ ଶିକ୍ଷାବର୍ଷ ମଧ୍ୟରେ କେନ୍ଦୁପତ୍ର ଶ୍ରମିକ ପରିବାରଙ୍କ ୯୩ ହଜାର ୨୫୭ ଜଣ ଛାତ୍ରୀଛାତ୍ର ଛାତ୍ରବୃତ୍ତି ପାଇବାକୁ ହକ୍‌ଦାର ହୋଇଥିଲେ ା ସେଥିପାଇଁ ୯୧୭୫୮ ଜଣ ତୋଳାଳି ପରିବାରର, ୬୦୨ ବନ୍ଧେଇ ଶ୍ରମିକ ପରିବାରର ଏବଂ ୮୯୭ ଜଣ ଛାତ୍ରୀଛାତ୍ର ସିଜନାଲ କର୍ମଚାରୀ ପରିବାରର ଅନ୍ତର୍ଭୁକ୍ତ। ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ ୮୯୫୪୩ ଜଣ ତୋଳାଳି ପରିବାର, ୫୫୨ ଜଣ ବନ୍ଧେଇ ଶ୍ରମିକ ପରିବାର ଓ ୮୭୩ ଜଣ ସିଜନାଲ କର୍ମଚାରୀଙ୍କ ଛାତ୍ରୀଛାତ୍ର ସମସ୍ତ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅର୍ଥାତ୍‌ ସର୍ବମୋଟ ୯୦୮୬୮ ଜଣ ଛାତ୍ରୀଛାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri