ଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲା

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଶିରିଶପାଳ ହାଇସ୍କୁଲରେ ପିଲା ଅଭାବରୁ ବନ୍ଦହେବା ଆଶଙ୍କା ଦେଖାଦେଇଛି। ଛାତ୍ରୀଛାତ୍ର ସବୁଦିନ ଆସୁ ନ ଥିବାରୁ ଅଧାଦିନ ସ୍କୁଲରେ ତାଲା ପଡ଼ୁଛି। ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚକରି ବିଦ୍ୟାଳୟ ରୂପାନ୍ତରୀକରଣ କରିବା ସହ ଶିକ୍ଷାର ମାନ ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି। ଏଭଳି କ୍ଷେତ୍ରରେ ସ୍କୁଲକୁ ପିଲା ନ ଆସିବା ପରିତାପର ବିଷୟ ହୋଇଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୭ କି.ମି. ଦୂରରେ ଏହି ଉଚ୍ଚ ବିଦ୍ୟାଳୟଟି ଥିଲେ ହେଁ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ।
ସୂଚନା ଅନୁଯାୟୀ, ସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀରେ ୯୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୪୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଉଥିବାବେଳେ ନବମ ଶ୍ରେଣୀରେ ୪୭ ପାଠ ପଢୁଛନ୍ତି। ବିଦ୍ୟାଳୟରେ ୬ ଜଣ ଶିକ୍ଷକ ଅଛନ୍ତି। ପିଲାମାନେ ନିୟମିତ ସ୍କୁଲ ଆସୁ ନ ଥିବାରୁ ଶିକ୍ଷକ ବସି ବସି ଯାଉଛନ୍ତି। ଏଥିସହ ଅଧିକାଂଶ ଦିନ ସ୍କୁଲରେ ତାଲା ପଡୁଛି। ଏହାର ସୁଯୋଗ ନେଇ କେତେଜଣ ଶିକ୍ଷକ ମଧ୍ୟ ନିୟମିତ ଆସୁନାହାନ୍ତି। ତଦାରଖ ଅଭାବରୁ ଅବ୍ୟବସ୍ଥା ଦୀର୍ଘ ବର୍ଷ ହେବ ଚାଲି ଆସୁଛି। ଅନ୍ୟପକ୍ଷେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ଦେବା କ୍ଷେତ୍ରରେ ସରକାରୀ ନିୟମକୁ ଏଠାରେ ଦଳିମକଚି ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷତଃ ବିଦ୍ୟାଳୟର ଗତ ୩ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ୫୦ ପ୍ରତିଶତରୁ ଅଧିକ, ସହରାଞ୍ଚଳରେ ୧.୫ ଏକର ଏବଂ ଗ୍ରାମାଞ୍ଚଳରେ ୩ ଏକର ସ୍କୁଲ ନାମରେ ପଟ୍ଟାଭୁକ୍ତ ଜମି ଏବଂ ଅନ୍ୟ କିଛି ସର୍ତ୍ତପୂରଣ ହେଲେ ଶତ ପ୍ରତିଶତ ଅନୁଦାନ ମିଳିଥାଏ। ମାତ୍ର ଏସବୁ ଠିକ୍‌ ଭାବରେ ଯାଞ୍ଚ କରା ନ ଯାଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉକ୍ତ ସ୍କୁଲ ସମେତ ଜିଲାର ଅନେକ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ମଞ୍ଜୁର କରାଯାଇଥିବା ଅଭିଯୋଗ ହୋଇଛି। ଜିଲାରେ ୧୬୪ ବ୍ଲକ୍‌ ଗ୍ରାଣ୍ଟ ବା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି। ସେଥି ମଧ୍ୟରୁ ୧୨୦ ବିଦ୍ୟାଳୟ ଶତ ପ୍ରତିଶତ ଅନୁଦାନ ପୂର୍ବରୁ ପାଇସାରିଛି। ଗତ ଅକ୍ଟୋବରରେ ୩୩ ଉଚ୍ଚ ବିଦ୍ୟାଳୟକୁ ଶତ ପ୍ରତିଶତ ଅନୁଦାନ ପ୍ରଦାନ କରାଯାଇଛି। ଏହି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ସରକାରୀ ସର୍ତ୍ତପୂରଣ କରୁନାହାନ୍ତି। ବିଦ୍ୟାଳୟ ସମ୍ପାଦକ କିମ୍ବା ବିଦ୍ୟାଳୟ ନାମରେ ଗୋଟିଏ ସ୍ଥାନରେ ପଟ୍ଟା ଜମି ରହିଥିବାବେଳେ ଅନ୍ୟ ଗୋଟିଏ ସ୍ଥାନରେ ବିଦ୍ୟାଳୟ ରହିଥିବା ଅଭିଯୋଗ ହେଉଛି। ଶିରିଶପାଳ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନାଦି ଚରଣ ସାହୁ କହିଛନ୍ତି, ଘର ଘର ବୁଲି ଓ ଅଭିଭାବକମାନଙ୍କ ସହ ଆଲୋଚନାକରି ପିଲା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିବାକୁ ଉଦ୍ୟମ କରୁଛୁ। ଗରିବ ଶ୍ରେଣୀର ପିଲା ନିୟମିତ ଆସୁନାହାନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଗୌରମଣି ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନାହିଁ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି, ଅଭିଯୋଗଗୁଡ଼ିକର ଯାଞ୍ଚକରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri