ପୁଷ୍ଟିକର ଖାଦ୍ୟ, ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଶିଶୁ

ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ମହୁଲପଡାରେ ୮ ପରିବାରର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ସେମାନଙ୍କ ସୁବିଧା କହିଲେ କେବଳ ରାଶନ କାର୍ଡକୁ ଛାଡି ଦେଲେ ଅନ୍ୟ କୌଣସି ସୁବିଧାନାହିଁ। ପଡାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ପାଣିର ଅସୁବିଧା ହେତୁ ବନ୍ଧ, ମୁଡା କିମ୍ବା ଚହଲା ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଖରା ଦିନେ ସେହି ବନ୍ଧ, ମୁଡା କିମ୍ବା ଚହଲା ଶୁଖି ଗଲେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ୨ରୁ ୩ କି.ମି. ରାସ୍ତା ଯିବା ପରେ ପାଣି ମିଳିଥାଏ। ପଡାରେ ବିଦ୍ୟୁତିକରଣ ହୋଇ ନ ଥିବାରୁ ଜଙ୍ଗଲ ଭିତରେ ଅନ୍ଧାରରେ ଦିନ ବିତାଉଛନ୍ତି। ପଡା ପାଖରେ ଲାଗିି ଭାଲୁଡୋଙ୍ଗରୀ ଜଙ୍ଗଲ ରହିଥିବାରୁ ବାଘ, ଭାଲୁ, ବାର୍‌ହା ତଥା ହିସତ୍ଜନ୍ତୁର ଭୟ ରହିଛି। ବର୍ତ୍ତମାନ କିରୋସିନ ମିଳୁ ନ ଥିବାରୁ ଅନ୍ଧାରରେ କିପରି ଜୀବନ ବିତାଉଛନ୍ତି ସହଜେ ଅନୁମେୟ। ପିଲାଛୁଆମାନଙ୍କ ପାଠପଢା ପ୍ରତି ବ୍ୟାହତ ସୃଷ୍ଟି ହେଉଛି। ପଡାବାସୀ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ପାଇ ନ ଥିବାରୁ କିଏ ଭଙ୍ଗା ଦଦରା ଘରେ ରହୁଛି ତ କିଏ ପାଇଖାନାକୁ ରୋଷେଇ ଘର କରି ରହୁନ୍ତି। ପ୍ରାଥମିକ ବିଦ୍ୟାଳୟ କଥା ଦୁରେ ଥାଉ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ମହୁଲପଡାଠାରୁ ପଟପରପାଲି ୨ କି.ମି., ଠାକୁରପାଲି ୨ କି.ମି., ଲଖନା ୩ କି.ମି., ଖଜୁରବାହାଲ ୪ କି.ମି. ହେଉଥିବାରୁ କୋମଳମତି ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇପାରୁନାହାନ୍ତି। ଫଳରେ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ଉପାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନାହିଁ। ଏହି ଅସୁବିଧା ବିଷୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପର୍ଯ୍ୟନ୍ତ ଯାଇ ଗୁହାରି କରି ସାରୁଲେଣି। ହେଲେ କାହାର ଦୃଷ୍ଟି ପଡୁନାହିଁ। ନିର୍ବାଚନ ସମୟରେ ଅନେକ ନେତା ଆସି ପ୍ରତିଶ୍ରୁତି ଦେଇ ଯାଆନ୍ତି, ଭୋଟ ସରିଗଲେ ଆଉ କାହାର ଦେଖାମିଳେ ନାହିଁ। ଏ ସମ୍ପର୍କରେ କୋମନା ବିଡିଓ ସୁଶାନ୍ତ କୁମାର ରଣାଙ୍କୁ ପଚାରିବାରୁ ଗାଁକୁ ଯାଇ କେଉଁ କେଉଁ ସମସ୍ୟା ଅଛି, ତଦନ୍ତ କରି ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ସମସ୍ୟା ପୁରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପିଲସିଂ ଶବର, ରୁପସିଂ ଶବର, ସୁନତାନ ଶବର, ଚବନ ଶବର, ଦିବାକର ଶବର, ଚନ୍ଦବ ଶବର, ଉଗ୍ରେସନ ଶବର, ଭୁମରାଜ ଶବର, ଭିତେଶ୍ୱର ଶବର, ଲକ୍ଷ୍ମୀ ଶବର, ଦୟନି ଶବର, ଫାଲଗୁନି ଶବର, ଭଗବତୀ ଶବର, ସୁକ ଶବର, ଆସମତୀ ଶବର, ସୁବିଧା ଶବର, ସରଧା ଶବର ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri