Posted inଫୁରସତ

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ ପ୍ରତିବର୍ଷ ‘ଶିଶୁ ଦିବସ’ ରୂପେ ପାଳନ କରାଯାଏ। ନେହେରୁ କହିଥିଲେ ‘ଶିଶୁମାନେ ଏ ଧରାପୃଷ୍ଠର ସବୁଠୁ ବଡ଼ ଗୁପ୍ତଧନ’ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଶିଶୁ ହିଁ ଦେଶର ଭବିଷ୍ୟତ। ସେଥିପାଇଁ ତ କୁହାଯାଇଛି- ‘ଯାହା ନୋହିଛି ବାଳ କାଳେ, ତାହା ନୋହିବ କାଳେ କାଳେ।’

ବାଲ୍ୟକାଳରୁ ଶିଶୁମାନଙ୍କ ମନରେ ଉତ୍ତମ ଚରିତ୍ର ଗଠନ, ଦେଶପ୍ରେମ ଭାବ ଜାଗ୍ରତ କରାଇବା ଜରୁରୀ। ଏଥିପାଇଁ ମାତାପିତା, ଶିକ୍ଷୟିତ୍ରୀ ଶିକ୍ଷକମାନେ ନଜର ଦେବା ଆବଶ୍ୟକ। ଅପପକ୍ଷରେ ନେହେରୁ ଉପଲବ୍ଧି କରିଥିଲେ -‘ଶିଶୁ ହସିଲେ ଦେଶ ହସିବ’। ତେଣୁ ସେ ଶିଶୁଙ୍କ ମୁହଁରେ ହସ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ। ଶିଶୁର କଅଁଳ ହସ ଅପାସୋରା ବୋଲି ସେ କହୁଥିଲେ। ସେହି ଶିଶୁପ୍ରେମୀ ନେହେରୁଙ୍କ ପିଲାଦିନର ଏକ ଘଟଣାକୁ ଏଠାରେ ଉଲ୍ଲେଖ କରାଯାଉଛି।

ତାଙ୍କର ପିତା ମୋତିଲାଲ ନେହେରୁଙ୍କ ଚାମ୍ବରରୁ ସୁନ୍ଦର କଲମଟିଏ କିଏ ଚୋରିକରି ନେଇ ଯାଇଥିଲା। ବାପା କଲମ କଥା ଜବାହରଲାଲଙ୍କୁ ପଚାରିବାରୁ ସେ କହିଲେ ମୁଁ ନେଇ ନାହିଁ। ସେ ମିଛ କହୁଥିବାରୁ ମୋତିଲାଲ ଏକ ଶକ୍ତ ଚାପୁଡ଼ା ତାଙ୍କୁ ମାରିଦେଲେ। ଫଳରେ ସେସବୁ ସତକଥା ମାନିଯାଇ ସେ ହିଁ ଚୋରି କରିଥିବା କହିଥିଲେ। ତେବେ ସେହିଦିନଠାରୁ ଜବାହରଲାଲ ସେ ମିଛ କହିବା ଓ ଚୋରି କରିବା ସବୁଦିନ ପାଇଁ ଛାଡ଼ି ଦେଲେ।
ଡ. ହିମାଂଶୁ ବାରିକ
ମୋ:୯୦୬୪୬୬୬୯୧୪


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ବେଡ୍‌ରୁମ୍‌ AC ଉପରେ ବସିଥିଲା ସାପ, ହଠାତ୍‌ ଘଟିଲା….ଦେଖନ୍ତୁ Video

ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍‌ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri