୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ୩ ନାବାଳକ କୁଆଁର ମୁର୍ମୁ(୬), ଗୋବିନ୍ଦ ମୁର୍ମୁ(୮) ଓ ଡେରୁ ମୁର୍ମୁ(୯) ଙ୍କୁ ବୁଧବାର ବାଲେଶ୍ୱର ଚାଇଲ୍ଡଲାଇନ୍‌ ଉଦ୍ଧାର କରିଛି।
ଲିଡ଼ର ତପସ୍ବିନୀ ରାଉତଙ୍କ ନିର୍ଦ୍ଦେଶରେ ୟୁନିଟ୍‌ ମେମ୍ବର ପଞ୍ଚାନନ ତ୍ରିପାଠୀ, ଜ୍ୟୋତି ପ୍ରକାଶ କର ଓ ଚିତ୍ତରଞ୍ଜନ ପଣ୍ଡା ପହଞ୍ଚତ୍ ଉଦ୍ଧାର କରିଥିଲେ। ଅଣନାତିମାନଙ୍କୁ ଜେଜେ ମା’ ଗିର୍ଥୀ ଓ ଜେଜେ ରାମ ମୁର୍ମୁ ଛାଡ଼ିବା ପାଇଁ ଇଛା କରି ନ ଥିଲେ ହେଁ ସ୍ଥାନୀୟବାସିନ୍ଦାଙ୍କ ପରାମର୍ଶରେ ଛାଡ଼ିଥିଲେ। ତିନି ଅଣନାତିଙ୍କୁ ସାବୁନ ଲଗାଇ ଗାଧୋଇ ଦେଇ ସେମାନଙ୍କ ଶାର୍ଟ ପ୍ୟାଣ୍ଟ ପିନ୍ଧାଇ ଛାଡ଼ିଥିଲେ। ବୁଧବାର ଏହି ତିନି ନାବାଳକଙ୍କୁ ଖଇରା ଚାଇଲ୍ଡ ଲାଇନରେ ରଖାଯିବ। ଗୁରୁବାର ସେମାନଙ୍କୁ ବାଲେଶ୍ୱର ଜିଲା ଚାଇଲ୍ଡ ଲାଇନରେ ପହଞ୍ଚାଯିବ ବୋଲି ସୂଚନା ଦିଆଯାଇଛି।
ଯେ, ଗତ ୩ତାରିଖରେ କଇଁଶୀ ଆଦିବାସୀ ସାହିର ରାମ ମୁର୍ମୁ ନିଜ ସ୍ତ୍ରୀ ଦେଉଳାଙ୍କୁ ପିଟି ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଛନ୍ତି। ପରେ ତାଙ୍କ ନାବାଳକ ପୁଅ ଅସହାୟ ହୋଇପଡ଼ିଥିଲେ। ଜେଜେ ମା’ ଓ ଜେଜେ ଏହି ତିନି ପିଲାଙ୍କ ଦାୟିତ୍ୱ ନେଇଥିଲେ ହେଁ ଦାରିଦ୍ର୍ୟତା ଯୋଗୁ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପିଲାମାନଙ୍କ ବଞ୍ଚତ୍ବାର ଏକ ମାତ୍ର ସାହା ହୋଇଥିଲା। ଏ ସମ୍ପର୍କରେ ଗତ ୨୨ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?