ପିଲାଦିନ କଥା ମନେରହେନା

ଡା. ସମ୍ରାଟ କର

 

ଆପଣଙ୍କ ପିଲାଦିନର କଥା ମନେଅଛି? ଘରେ ବଡ଼ ସାନ ଭାଇଭଉଣୀଙ୍କ ସହ କିପରି ଖେଳୁଥିଲେ, ଗାଁ ଦାଣ୍ଡରେ କୁନି ସାଥି ସାଙ୍ଗଙ୍କ ସହ ଧୂଳିବାଲି ଘରର ଫୋପଡ଼ାଫୋପଡ଼ି ଆଉ ମିଳାମିଶା ମନେଅଛି? ଗାଁ ମୁଣ୍ଡ ଅବଧାନଙ୍କ ଚାଟଶାଳୀର ପଣିକିଆ ଘୋଷା ହେଉ ବା ଖରାଦିନେ ଗଛରୁ ନଈପାଣିକୁ ଡେଇଁବାର ସ୍ମୃତି କହିପାରିବେ ଆପଣ? ଏମିତି ଅନେକ କଥା। ପିଲାଦିନର କଥା କେତେଜଣ ମନେରଖନ୍ତି ତ ଆଉ କେତେକ ଲୋକ ଭୁଲିଯାଇଥା’ନ୍ତି। ମାତ୍ର ସ୍ମୃତିବିଜଡ଼ିତ ବାଲ୍ୟକାଳର ସବୁ ଘଟଣା ସ୍ମରଣ କଲାଭଳି ଦକ୍ଷତା କ୍ୱଚିତ୍‌ ଲୋକଙ୍କର ଥାଏ। କିନ୍ତୁ ପ୍ରଶ୍ନ ହେଉଛି ଏପରି ହୁଏ କାହିଁକି? ଶିଶୁମନସ୍ଥ କ୍ଷେତ୍ରକୁ ଦେଖିଲେ ଏପ୍ରକାର ଅବସ୍ଥାକୁ ବାଲ୍ୟ ବିସ୍ମରଣ କୁହାଯାଏ। ସ୍ମରଣଶକ୍ତିକୁ ଅନୁଶୀଳନ କରାଯାଇ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା- କ୍ଷଣସ୍ଥାୟୀ ସ୍ମୃତିଶକ୍ତି ଓ ଦୀର୍ଘସ୍ଥାୟୀ ସ୍ମୃତିଶକ୍ତି। ଦୀର୍ଘସ୍ଥାୟୀ ସ୍ମରଣଶକ୍ତି ମସ୍ତିଷ୍କର ପ୍ରମୁଖ ବ୍ୟବସ୍ଥାପନା ଅଞ୍ଚଳରେ ମହଜୁଦ୍‌ ହୋଇ ରହେ। ମାତ୍ର ବାଲ୍ୟ ଅବସ୍ଥାରେ ଏହା ପୂର୍ଣ୍ଣ ବିକଶିତ ହୋଇ ନ ଥାଏ। ପୁଣି ବାଲ୍ୟ ଅବସ୍ଥାରେ କ୍ଷଣସ୍ଥାୟୀ ସ୍ମୃତିଶକ୍ତି ଉପରେ ଶିଶୁ ନିର୍ଭରଶୀଳ ଥାଏ। ଏହି ବ୍ୟବସ୍ଥାରେ କୋଷଗୁଡ଼ିକ ବାରମ୍ବାର ନଷ୍ଟ ହେଉଥିବାରୁ ରେକର୍ଡ ହୋଇ ରହୁଥିବା ସ୍ମୃତି ଉଭେଇଯାଏ। ସେହିପରି ଦ୍ୱିତୀୟ କାରଣଟି ହେଲା କୌଣସି ଘଟଣାକୁ ସ୍ମୃତିପଟ୍ଟରେ ସାଇତି ରଖିବା ବାକ୍‌ଶକ୍ତି ଉପରେ ନିର୍ଭରଶୀଳ। କାରଣ କୌଣସି ଘଟଣା ଉପରେ ଏକାଧିକବାର ଆଲୋଚନା କଲେ ତାହା ମାନସପଟ୍ଟରେ ଲିପିବଦ୍ଧ ହୋଇ ରହିଯାଏ। ମାତ୍ର ଶିଶୁ ଅବସ୍ଥାରେ ବାକ୍‌ଶକ୍ତି ପୂର୍ଣ୍ଣ ବିକଶିତ ହୋଇ ନ ଥିବାରୁ କୌଣସି ଘଟଣା ମନେରଖିବାରେ ଅନ୍ତରାୟ ହୋଇଥାଏ।
ପିଲାଦିନର କଥା ମନେ ନ ରଖିବା ଏକ ରୋଗ ବା ସମସ୍ୟା ବୋଲି ଭାବନ୍ତୁନି। ବୟସ ବଢ଼ିବା ସହ ମଣିଷର ଶାରୀରିକ ଦକ୍ଷତା ଓ ଶକ୍ତି ଦିନକୁ ଦିନ କ୍ଷୟ ହୁଏ। ଏହା ବ୍ୟତୀତ ତେଲଲୁଣ, ଘରସଂସାର ଚାପ ହେଉ ବା କର୍ମଦାୟିତ୍ୱର ବୋଝ, ଆଖପାଖର ବ୍ୟବସ୍ଥା, ଦାୟିତ୍ୱ ଓ ଚାପ ମଧ୍ୟ ଏ କ୍ଷେତ୍ର ପାଇଁ ଅନ୍ୟତମ କାରଣ ହୋଇଥାଏ। ସ୍ମରଣଶକ୍ତି କମ୍‌ ଥିବା ନେଇ କାହାକୁ ସମାଲୋଚନା କରନ୍ତୁ ନାହିଁ। ଆଉ ଗୋଟିଏ କଥା, ଏ କ୍ଷେତ୍ରରେ ପିଲାମାନଙ୍କୁ ପ୍ରାଥମିକ ଅବସ୍ଥାରେ ଛୋଟ ଛୋଟ ଶବ୍ଦ କୁହନ୍ତୁ, ଯେପରି ସେ ବୁଝିପାରିବ। ଆବଶ୍ୟକ ବିଶ୍ରାମ, ସୁଷମ ଖାଦ୍ୟ ଓ ଶାରୀରିକ ବ୍ୟାୟାମ, ଯୋଗାସନ ଏହା ପାଇଁ ଅମୃତ ସଞ୍ଜୀବନୀ ସଦୃଶ କାମକରେ। ସବୁଜ ପନିପରିବା, ତଟକା ଫଳ ଓ ପୁଷ୍ଟିକର ଖାଦ୍ୟ ବହୁତ ଭଲ। ଏ କ୍ଷେତ୍ରରେ ଘିଅ, କ୍ଷୀର, ଛେନା, କିସ୍‌ମିସ୍‌ ବା ଛୋଟମାଛ ବହୁତ ହିତକର। ଦେଶୀ ଅଣ୍ଡା ଭଲ କିନ୍ତୁ ଏହାକୁ ଦୈନିକ ନ ଦେଇ ନିୟମିତ ବ୍ୟବଧାନରେ ଦିଅନ୍ତୁ। ଶାରୀରିକ ବ୍ୟାୟାମ ଭାବରେ ସନ୍ତରଣ, ପଦଭ୍ରମଣ, ସାଇକେଲ ଚାଳନା ଖୁବ୍‌ ଉତ୍ତମ। କେହି କେହି ଯୋଗାସନ ଭିତରେ ଶ୍ରେଷ୍ଠ କୁହାଯାଉଥିବା ଶୀର୍ଷାସନ ବା ସର୍ବାଙ୍ଗାସନକୁ ଗୁରୁତ୍ୱ ଦିଅନ୍ତି କିନ୍ତୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନ କରିବା ପୂର୍ବରୁ ନିଜ ଶାରୀରିକ କ୍ଷେତ୍ରକୁ ଦେଖନ୍ତୁ। ପିଲାମାନଙ୍କୁ ବର୍ତ୍ତମାନ ସମୟରେ ଅଭିଭାବକମାନେ ବିଭିନ୍ନ ପାଠ୍ୟକ୍ରମ ଓ ଭବିଷ୍ୟତର କର୍ମନିଯୁକ୍ତିର ଏକ ସୁନିଶ୍ଚିତ ଯୋଜନାକୁ ଦୃଷ୍ଟିରେ ରଖି ଅନେକ ପାଠ୍ୟକ୍ରମର ଚାପ ସୃଷ୍ଟି କରୁଛନ୍ତି, ଯାହାକି ପିଲାଟିର ମାନସିକ କ୍ଷେତ୍ରକୁ ଭାରାକ୍ରାନ୍ତ କରିଥାଏ। ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଶିକ୍ଷାୟତନର ପାଠପଢ଼ାର ଚାପ ଓ ଘରେ ଅଭିଭାବକଙ୍କ ପାଠ ସହ ବ୍ୟକ୍ତିଗତ ଆଚରଣକୁ ନେଇ ଯେଉଁ ମନସ୍ତାତ୍ୱିକ ଚାପ ରହିଥାଏ ଏହା ପିଲାର ମାନସିକ ସନ୍ତୁଳନକୁ ବିଗାଡ଼ିଦେବାର ସମ୍ଭାବନା ରଖିଥାଏ। ଯଦି ମନେ ରହୁନାହିଁ ତେବେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
କେହି କହି ଇଆଡ଼ୁସିଆଡୁ କଥା କହି ତୁଟୁକା ଚିକିତ୍ସା କଥା କହିଲେ ତାଙ୍କୁ ଆପଣ ଏଡ଼ାଇ ଦିଅନ୍ତୁ। କାରଣ ଏହା ଏକ ରୋଗ ନୁହେଁ ବା ଏହାକୁ ନେଇ ଜଣଙ୍କ ଜୀବନରେ ସେପରି କିଛି କ୍ଷତି ବି ହେବନାହିଁ। ଖୋଲା ପବନ ରହୁଥିବା ସ୍ବଚ୍ଛ ପରିବେଶସମ୍ପନ୍ନ ସ୍ଥାନରେ କିଛି ସମୟ ନୀରବ ବସନ୍ତୁ। ମୋବାଇଲ, ଲାପ୍‌ଟପ୍‌, ସୋସିଆଲ ସାଇଟ୍‌ ଏହାର ବ୍ୟବହାରଠାରୁ ଦୂରେଇ ରଖିବା ଭଲ। ସବୁଠାରୁ ଉତ୍କୃଷ୍ଟ ହେଉଛି କିଛି ସମୟ ଧ୍ୟାନ କରିବା, ଯାହାପାଇଁ ପ୍ରତ୍ୟୁଷର ବ୍ରାହ୍ମ ମୁହୂର୍ତ୍ତ ବା ସନ୍ଧ୍ୟା ସମୟ ଉତ୍ତମ ମୁହୂର୍ତ୍ତ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସଦାସର୍ବଦା ନାମ ସ୍ମରଣ କରିବା ଏକ ଭଲ ଅଭ୍ୟାସ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ
ମୋ: ୯୧୩୨୪୩୩୩୩୩

 

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri