ଶିଶୁଙ୍କ ହସ୍ତ ପଦ ମୁଖ ବ୍ୟାଧି

 

ବର୍ତ୍ତମାନ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଲାମାନଙ୍କ ଠାରେ ଦେଖା ଦେଉଥିବା ଏକ ପ୍ରକାରର ରୋଗ ଚିନ୍ତା ବଢ଼ାଉଛି; ଯାହାକି ହାଡ଼ ଫୁଟି ବା ଚିକେନ୍‌ ପକ୍ସ ଭଳି ଦେଖା ଯାଉଥିଲେ ମଧ୍ୟ ଏହାର ଲକ୍ଷଣ ଭିନ୍ନ। ଏହାକୁ ଡାକ୍ତରୀ ଭାଷାରେ ହସ୍ତ ପଦ ମୁଖ ବ୍ୟାଧି ବା ହ୍ୟାଣ୍ଡ ଫୁଟ୍‌ ମାଉଥ୍‌ ଡିଜିଜ୍‌ ବୋଲି କୁହାଯାଉଛି। ଯଥା ସମୟରେ ଏହି ରୋଗ ଚିହ୍ନଟ କରି ଚିକିତ୍ସା କରାଇବା ଦ୍ୱାରା ପିଲାଙ୍କୁ ଯନ୍ତ୍ରଣାମୁକ୍ତ ଭାବେ ଏଥିରୁ ଉପଶମ ମିଳିବା ସହଜ ହୋଇଥାଏ…

କିଛିଦିନ ପୂର୍ବରୁ ଜଣେ ମା’ ତାଙ୍କ ଶିଶୁ ଧରି ଆସିଥାନ୍ତି। ବହୁତ ବ୍ୟସ୍ତ ହୋଇ ଡାକ୍ତରଙ୍କୁ କହିଲେ, ଦେଖନ୍ତୁ ଡାକ୍ତରବାବୁ ମୋର ଶିଶୁଟିକୁ ହାଡଫୁଟି ହୋଇଯାଇଛି। ଶିଶୁଟିର ହାତରେ, ପାଦରେ ଓ ଅଣ୍ଟା ତଳକୁ ପାଣିଫୋଟକା ପରି ଛୋଟ ଛୋଟ ଫଳି ଯାଇଥାଏ ଓ ପାଟିରେ ମଧ୍ୟ ଛୋଟ ଛୋଟ କ୍ଷତ ହୋଇ ଶିଶୁ ଲାଳ ଗଡ଼ାଉଥାଏ ଓ ଖାଦ୍ୟ ଖାଇ ପାରୁ ନ ଥାଏ। ପିଲାଟିର ବୟସ ୨ବର୍ଷ ହେବ। ପଚାରିବାରୁ ମା’ କହିଲେ ପ୍ରଥମେ ଶିଶୁଟିକୁ ୨ଦିନ ଅତ୍ୟଧିକ ଜ୍ୱର ହେଲା। ପରେ ହାତ, ପାଦ ଓ ଅଣ୍ଟା ତଳକୁ ଫୋଟକା ପରି କ୍ଷତ ସୃଷ୍ଟି ହେଲା; ଯାହାକି ହାଡଫୁଟି ବା ଚିକନ୍‌ ପକ୍ସ ପରି ଦେଖାଯାଏ। ଛାତି ଓ ପେଟରେ ଏହି ଫୋଟକା ଦେଖାଯାଏ ନାହିଁ; ଯାହା କି ହାଡଫୁଟି ରୋଗରେ ଦେଖାଯାଏ।
ରୋଗ ହୋଇଥିବା ସମୟ: ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ। ଏହା ଏକ ସଂକ୍ରାମକ ରୋଗ, ଯାହା ଏକ ସମୟରେ ବହୁ ସଂଖ୍ୟକ ଶିଶୁମାନଙ୍କରଠାରେ ଦେଖାଦେଇଥାଏ।
ବୟସ: ଦୁଇବର୍ଷରୁ ଛଅ ବର୍ଷ ବୟସର ଶିଶୁମାନଙ୍କୁ ଏହା ଅଧିକ ହୋଇଥାଏ। ଶତକଡା ୯୩% କ୍ଷେତ୍ରରେ ଶିଶୁଙ୍କ ବୟସ ୪ ବର୍ଷରୁ କମ୍‌। ପୁଅମାନଙ୍କୁ ଅଧିକ ଦେଖାଯାଏ। ସମୟ ସମୟରେ ୧୦ରୁ ୧୫ବର୍ଷ ବୟସଙ୍କଠାରେ ଏହି ରୋଗ ଦେଖାଦେଇଥାଏ।
ରୋଗର କାରଣ: ଏହା ଏକ ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗ। କକ୍ସାକି ନାମକ ଏକ ଭୂତାଣୁର ସବୁଗ୍ରୁପ୍‌ a-6, a-10 ଓ a-16 ଏବଂ ଏଣ୍ଟୋର ଭାଇରସ୍‌ ବା ev-71 ଏହି ରୋଗର କାରଣ।
କିପରି ବ୍ୟାପେ:
ହ୍ୟାଣ୍ଡ ଫୁଟ୍‌ ଓ ମାଉଥ୍‌ ଡିଜିଜ୍‌ ଏକ ଭୟଙ୍କର ଭାବେ ସଂକ୍ରାମକ ରୋଗ। ଏହି ବିଭିନ୍ନ କାରଣରୁ ବ୍ୟାପିଥାଏ, ଯଥା;
୧. ଏକାଠି ଅନେକ ଶିଶୁ ଖେଳିବା ସମୟରେ, ପରସ୍ପର ସହ ହାତ ମିଳାଇବା, କୋଳାଗ୍ରତ କରିବା ଫଳରେ ଏହି ରୋଗ ଥିବା ପିଲାର ଫୋଟକାରୁ ନିର୍ଗତ ତରଳ ପଦାର୍ଥ ସମ୍ପର୍କରେ ଅନ୍ୟମାନେ ଆସିବା ଦ୍ୱାରା ସଂକ୍ରମଣ ବଢିଥାଏ।
୨. ସ୍କୁଲ୍‌ରେ ଏକାଠି ଗୋଟିଏ ପାଣି ବୋତଲରୁ ପାଣି ପିଇବା, ଗୋଟିଏ ଟିଫିନ୍‌ରୁ ଖାଦ୍ୟ ଖାଇବା କିମ୍ବା ପରସ୍ପର ମଧ୍ୟରେ ଖାଦ୍ୟ ଆଦାନ ପ୍ରଦାନ କରିବା ଇତ୍ୟାଦି ସହ ପାଟିରୁ ନିର୍ଗତ ଲାଳ, ମା’ କିମ୍ବା ସମ୍ପର୍କୀୟଙ୍କ ମାଧ୍ୟମରେ ଏହା ବ୍ୟାପେ।
୩. କାଶ, ଛିଙ୍କ ଦ୍ୱାରା ଡ୍ରପଲେଟ୍‌ ସଂକ୍ରମଣ ଦ୍ୱାରା ମଧ୍ୟ ରୁଗ୍ଶ ଶିଶୁଠାରୁ ସୁସ୍ଥ ଶିଶୁକୁ ଏହି ରୋଗ ବ୍ୟାପିଥାଏ।
୪. ମଳରେ ମଧ୍ୟ ଏହି ଭୂତାଣୁ ନିର୍ଗତ ହୋଇଥାଏ। ଯାହାଫଳରେ ମଳ ଦ୍ୱାରା ସଂକ୍ରମିତ ଜଳ ହସ୍ତ ଓ ବସ୍ତ୍ର ଦ୍ୱାରା ମଧ୍ୟ ଗୋଟିଏ ଶିଶୁଠାରୁ ଅନ୍ୟ ଏକ ଶିଶୁକୁ ସଂକ୍ରମିତ ହୋଇଥାଏ।
ଲକ୍ଷଣ: ଭୂତାଣୁର ଶରୀର ମଧ୍ୟରେ ପ୍ରବେଶଠାରୁ ରୋଗର ପରିପ୍ରକାଶ ସମୟ ତିନିରୁ ଛଅଦିନ। ପ୍ରଥମେ ଅତ୍ୟଧିକ ଜ୍ୱର ଦାନ୍ତ ମାଢିରେ ଫୋଟକା ପରି କ୍ଷତ ସୃଷ୍ଟି ହୋଇ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଲାଲ ରଙ୍ଗର କ୍ଷତରେ ପରିଣତ ହୁଏ। ହାତ ପାଦ ଓ ଅଣ୍ଟା ତଳକୁ ପାଣିଫୋଟକା ପରି କ୍ଷତ ଦେଖା ଯାଇଥାଏ। ଶିଶୁଟି ଖାଦ୍ୟ ଖାଇପାରେ ନାହିଁ, ବାନ୍ତି ହୋଇଥାଏ। ନ ଖାଇବା ଫଳରେ ଶିଶୁଟି ଦୁର୍ବଳ ହୋଇପଡେ। ଚିଡାଚିଡା ହୁଏ। ଜ୍ୱର ଅଧିକ ହୋଇ ଜ୍ୱର ପିହୁଳା ହୋଇପାରେ ଓ ମସ୍ତିଷ୍କ ପ୍ରଦାହ ଦେଖାଦେଇପାରେ।
ଚିକିତ୍ସା: ପିଲାଙ୍କଠାରେ ଜ୍ୱର ହେବା ସହ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟଥା ଓ ଜ୍ୱର କମ୍‌ ପାଇଁ ଔଷଧ ଦିଅନ୍ତୁ। ପାଟିରେ ଔଷଧ ଲଗାଇବା ଫଳରେ ଯନ୍ତ୍ରଣା କମ୍‌ ହୁଏ ଓ ଶିଶୁଟି ଖାଇପାରେ।
ପରାମର୍ଶ ସମୟ:
– ଶିଶୁ ସାଧାରଣତଃ ଏହି ରୋଗରେ ୭ ରୁ ୧୦ଦିନ ମଧ୍ୟରେ ସୁସ୍ଥ ହୋଇଯାଏ। ହେଲେ ଯଦି ଏହାଠାରୁ ଅଧିକ ଦିନ ଶରୀର ଦେହରେ ରୁଗ୍ଣତା ରହିଲେ
-ଅତ୍ୟଧିକ ବାନ୍ତି ହୋଇ ଜଳ ଶୁଷ୍କତା ରହିଲେ
– ଆଠଘଣ୍ଟାରୁ ଅଧିକ ସମୟ ପରିସ୍ରା ନ ହେଲେ
-ଅଧିକ ଜ୍ୱର ହୋଇ ଶିଶୁ ନିସ୍ତେଜ ରହିଲେ
ଏଭଳି କୌଣସି ଲକ୍ଷଣ ଦେଖାଦେଲେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
ଭୂତାଣୁ ରୋଗଗୁଡ଼ିକରେ ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ସବୁଠୁ ଭଲ ଉପାୟ। ଏଥିପାଇଁ ପିଲାଙ୍କୁ ହାତ ଧୋଇବା ଅଭ୍ୟାସ କରାଇବା ଆବଶକ। ମା’ମାନେ ପିଲାଙ୍କୁ ଖାଦ୍ୟ ଖୁଆଇବା ଓ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ଡାଇପର ବଦଳାଇବା ପରେ ହାତ ଭଲଭାବରେ ଧୋଇବା ଦରକାର। ଶିଶୁଟି ରହୁଥିବା ଓ ଚଳପ୍ରଚଳ ସ୍ଥାନଗୁଡ଼ିକୁ ସାବୁନ କିମ୍ବା ବ୍ଲିଚିଙ୍ଗ ପାଉଡର ମିଶା ପାଣିରେ ପୋଛିବା ଆବଶ୍ୟକ। ସୁସ୍ଥ ଶିଶୁକୁ ରୁଗ୍ଣ ଶିଶୁଠାରୁ ଦୂରେଇ ରଖିବା ଗୁରୁତ୍ୱପୂର୍ଣ୍ଣ।

ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ

– ଶିଶୁରୋଗ ବିଶେଷଜ୍ଞ
ଲିଙ୍ଗରାଜ ବିହାର, ପୋଖରିପୁଟ
ମୋ- ୯୪୩୭୧୦୩୬୭୭


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri