ଲଙ୍ଗଳେଶ୍ୱର,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ଗତ କିଛିଦିନ ହେବ ପିଲାଚୋର ଆତଙ୍କ ଦେଖାଦେଇଛି। ବିଶେଷକରି ୩ବର୍ଷରୁ ୧୧ବର୍ଷ ବୟସ୍କ ପିଲାମାନଙ୍କୁ ଚୋରମାନେ ଟାର୍ଗେଟ କରୁଥିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯୟୀ, ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗରେ କେତେଜଣ ଅଣଓଡ଼ିଆ ମହିଳା ଓ ପୁରୁଷ ବାଲିଆପାଳ ଅଞ୍ଚଳରେ ପିଲାଚୋରିର ଆତଙ୍କ ସୃଷ୍ଟି କରୁଛନ୍ତି। ଗତ ସପ୍ତାହରେ ଜଗାଇ ପଞ୍ଚାୟତର ବଡ଼ାଶରେ ଦିନ ଦ୍ୱିପହରରେ ପିଲାଚୋରି କରି ଜଣେ ଧରା ପଡ଼ିଥିଲା ବେଳେ ଗତ ଗୁରୁବାର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୁତ୍ତ ଛୋଟ ପିଲାଙ୍କୁ ଚକୋଲେଟ୍ ଦେଉଥିବା ଦେଖି ଲୋକେ ତାଙ୍କୁ କାବୁ କରିଥିଲେ। ଠିକଣା ପଚାରିବାରୁ ସେ ପ୍ରଥମେ କଟକ ପରେ ମୁମ୍ବାଇ ଓ ହାଇଦ୍ରାବାଦ ଆଦି କହିବାରୁ ସନ୍ଦେହ ଅଧିକ ହୋଇଥିଲା। ପରେ ତାଙ୍କ ବ୍ୟାଗରୁ କିଛି ମାସ୍କ, ସ୍ପ୍ରେ, ବ୍ଲେଡ଼, ଛୁଞ୍ଚତ୍ ଆଦି ଜିନିଷ ମିଳିଥିଲା। ପିଲାଚୋର ସନ୍ଦେହରେ ଲୋକେ ତାଙ୍କୁ ବାଲିଆପାଳ ପୋଲିସରେ ଜିମା ଦେଇଥିଲେ। ଠିକ୍ ସମାନ ଧରଣର ଘଟଣା ଶୁକ୍ରବାର ମଧ୍ୟ ଘଟିଛି ଜଗତିପୁର ପଞ୍ଚାୟତର ଅଦଭୂତିଆ ମାର୍କେଟରେ। ସେଠାରେ ମଧ୍ୟ ଜଣେ ଅଣଓଡ଼ିଆ ମହିଳାଙ୍କୁ ପିଲାଚୋର ସନ୍ଦେହରେ ଲୋକେ ଅଟକ ରଖିଥିଲେ। ଏନେଇ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର View All
ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…
ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…
ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍ ହାତେଇବାକୁ ଆପଣାଉଛନ୍ତି ଏହି…
ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…
ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍ପ୍ରେମୀଙ୍କ ମନରେ ରହିଛି…
ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ
ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…
କେଶୁରାରେ ସିରିଜ୍ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍ରେ…
ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍ ଦୁର୍ଘଟଣା…
କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ
ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…
ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ
ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…
ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍
ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

