ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ ପିଲାମାନଙ୍କ ସୁରକ୍ଷା ଟିକେ ଢିଲା ହୋଇଯାଇଥାଏ। ଭିଡ ଭିତରେ କେତେବେଳେ ସେମାନଙ୍କ ହାତଛଡା କରିଦିଅନ୍ତି ତ କେତେବେଳେ ସେମାନେ ହଜିଯାଆନ୍ତି। ତେବେ ପିଲାଚୋର, ଚାଲାଣକାରୀ, ଅଙ୍ଗତସ୍କରଙ୍କ ଭୟ ଭୁଲିଯିବା କଥା ନୁହେଁ।
ଏକ ଘଟଣା। ଜଣେ ମାଆ ତାଙ୍କର ପୁଅଝିଅଙ୍କୁ ସାଙ୍ଗରେ ନେଇ ରଥଯାତ୍ରାକୁ ଆସିଥିଲେ ପୁରୀ। ଭିଡ ଭିତରେ ପିଲାଦୁଇଟି ହଜିଗଲେ। ତେବେ ତାଙ୍କ ମୋବାଇଲ ଫୋନଟି ପିଲାଙ୍କ ହାତରେ ରହିଯାଇଥାଏ। ଏହି ସମୟରେ ରାଜ୍ୟ ସରକାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ୟୁନିସେଫ, ସୂଚନା ଓ ଲୋକସମ୍ପର୍କ ବିଭାଗଙ୍କ ମିଳିତ ସହଯୋଗରେ ପ୍ରତି ସୂଚନା କେନ୍ଦ୍ରରେ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀଙ୍କ ନଜରକୁ ଆସିଲେ ଏହି ଦୁଇପିଲା। ବୟସ ପ୍ରାୟ ୧୦ରୁ ୧୨ବର୍ଷ ହେବ। ସେମାନେ ପିଲା ଦୁହିଁଙ୍କୁ ପାଇବା ପରେ ଘର ଠିକଣା ବୁଝି ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କଲେ। କିନ୍ତୁ ପ୍ରାୟ ଏକ ଘଣ୍ଟା ଅପେକ୍ଷା ପରେ କେହି ନ ଆସିବାରୁ ଶିଶୁ ଦୁହିଁଙ୍କୁଶିଶୁ ମଙ୍ଗଳ କମିଟି ନିକଟକୁ ନିଆଗଲା। ଝିଅଟି ନିରନ୍ତର କାନ୍ଦୁଥାଏ। କହୁଥାଏ ମୋ ବୋଉକୁ ଖୋଜିଆଣ। ଘରର ଫୋନ ନମ୍ବର ବା ସମ୍ପର୍କୀୟ କାହାରି ଫୋନ ନମ୍ବର କହିପାରୁ ନ ଥାନ୍ତି କି ସେମାନେ ଧରିଥିବା ଫୋନଟିକୁ କେହି କଲ କରୁ ନ ଥାନ୍ତି। ପଚାରିବାରୁ କହିଲେ ଏଇଟା ମୋ ବୋଉର ଫୋନ। କିନ୍ତୁ ନମ୍ବର ଜଣାନାହିଁ। ପ୍ୟାଟର୍ନ ଲକ୍ ଅଛି। ବଡ ସମସ୍ୟାରେ ପଡିଲେ ଶିଶୁମଙ୍ଗଳ କମିଟି। ତେବେ ଜଣେ ସଦସ୍ୟଙ୍କ ନିରନ୍ତର ଚେଷ୍ଟା ଫଳରେ ମୋବାଇଲର ପ୍ୟାଟର୍ନ ଲକ୍ ଖୋଲିଗଲା। ଘର ସମ୍ପର୍କୀୟଙ୍କୁ ଯୋଗାଯୋଗ ହେଲା। ସେମାନେ ପିଲାମାନଙ୍କ ସହିତ କାଥାବାର୍ତ୍ତା କଲେ। ସତେବେଳକୁ ସହରର ସବୁ ସୂଚନା କେନ୍ଦ୍ରକୁ ଖବର ଦିଆଯାଇ ପିଲାଟିର ମାଆଙ୍କ ସାହିତ ଯୋଗାଯୋଗ ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଡକାଯାଉଥାଏ। ଇତିମଧ୍ୟରେ ପିଲାମାନେ ଧରିଥିବା ଫୋନରୁ ଯୋଗାଯୋଗ ନମ୍ବର ନେଇ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ ହେବା ପରେ ସେମାନେ ଆସି ପହଞ୍ଚି ଯାଇଥିଲେ ପିଲାମାନଙ୍କୁ ନେବାପାଇଁ। କମିଟି ନିକଟରେ ପରିଚୟ ପତ୍ରର ନିରୀକ୍ଷଣ କାର୍ଯ୍ୟ ଚାଲୁଥାଏ। ପିଲାମାନଙ୍କ ବୋଉ ଆସିଲେ। ତୁମେମାନେ କେଉଁଆଡେ ଚାଲିଗଲ ବୋଲି ପାଟିକଲେ ମାଆ। ପିଲାମାନଙ୍କ ଦାୟିତ୍ୱ ତୁମର, ତୁମେ ସିନା ପିଲାଙ୍କ ସୁରକ୍ଷା ପ୍ରତି ଯନତ୍ବାନ ହେବ କହିଲେ ସିଡବ୍ଲ୍ୟୁସି ଅଧ୍ୟକ୍ଷ। ବୁଝାଶୁଝା ପରେ ମାଆଙ୍କ ସହିତ ପିଲାମାନେ ଘରକୁ ଫେରିଲେ।
ଅନ୍ୟ ଏକ ଘଟଣାରେ ପିଲାଟିଏ ହଜିଯାଇଥିବା ଖବର ତା’ର ଅଭିଭାବକ ସ୍ଥାନୀୟ ସୂଚନା କେନ୍ଦ୍ରରେ ଜଣାଇଲେ। ସେଠାରେ ଥିବା ସ୍ବେଚ୍ଛାସେବୀ ଜଣକ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କଲେ। କିନ୍ତୁ କିଛି ଲାଭ ହେଲାନାହିଁ। ଚବିଶ ଘଣ୍ଟିଆ ଶିଶୁ ସୁରକ୍ଷା ସେବାର ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଜଣାଇବା ପରେ ସବୁ ସୂଚନା କେନ୍ଦ୍ରଗୁଡିକରେ ଏହି ବିଷୟକୁ ବାରମ୍ବାର ଘୋଷଣା କରାଗଲା। ଚାଇଲ୍ଡ ହେଲ୍ପଲାଇନ କର୍ମୀମାନେ ବିଭିନ୍ନ ସ୍ଥାନ ବୁଲିଲେ। ସମସ୍ତଙ୍କ ପ୍ରୟାସରେ ପିଲାଟି ମିଳିଗଲା। ମାତାପିତା ଓ ପିଲାଟି ମଧ୍ୟରେ ଆବେଗର ସେ ଝଡ ବର୍ଣ୍ଣନା କରିହେବ ନାହିଁ। ରଥଯାତ୍ରା ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସିଡବ୍ଲ୍ୟୁସିରେ ଅନ୍ଲାଇନ ଉପସ୍ଥାପିତ ହେଲା ପିଲାଟି। ମାତାପିତାଙ୍କ ଚିହ୍ନଟ ପ୍ରକ୍ରିୟା ସାରି ତାକୁ ତା’ର ପରିବାରରେ ସମ୍ମିଶ୍ରଣ କରାଇଲେ।
ପରେ ପରେ ବୁଲୁଥିବା ପାଞ୍ଚଜଣ ରାଜ୍ୟ ବାହାରର ପିଲାମାନଙ୍କୁ ନେଇ ସ୍ଥାନୀୟ ପୋଲିସ ଆସିଲେ। ଲୋକେ ଏହି ପିଲାମାନଙ୍କୁ ଚୋର ବୋଲି କହୁଥିଲେ। ପଚାରିବାରୁ ଏହି ପିଲାମାନେ ଚୋରି କାରିବା ବିଷୟ ମନା କରୁଥାନ୍ତି। ଏଣୁ ଶିଶୁ ମଙ୍ଗଳ କମିଟି ନିକଟକୁ ଆଣିଲେ। ପରେ ଶିଶୁମାନଙ୍କୁ ମୁକ୍ତ ଆଶ୍ରୟସ୍ଥଳୀରେ ସାମୟିକ ଥଇଥାନ କରାଗଲା। ତେବେ ଶିଶୁମାନଙ୍କ ସ୍ବାର୍ଥ, ସୁରକ୍ଷା ଓ ସମ୍ମାନକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ସେମାନଙ୍କୁ ସେମାନଙ୍କ ପରିବାରରେ ପୁନଃମିଶ୍ରଣ କରାଗଲା। ଏମିତି ଘଟଣା ପ୍ରତିବର୍ଷ ରଥାଯାତ୍ରା ସମୟରେ ସାମ୍ନାକୁ ଆସେ। ଗତବର୍ଷ ପୁରୀରେ ରଥଯାତ୍ରା ସମୟରେ ପ୍ରାୟ ୨୫୦ ଶିଶୁଙ୍କୁୁ ଉଦ୍ଧାର କରାଯାଇ ଥଇଥାନ ବା ପରିବାରରେ ସମ୍ମିଶ୍ରଣ କରାଯାଇଥିଲା। ଅତ୍ୟଧିକ ଜନଗହଳି ରହୁଥିବାରୁ ପିଲାଚୋର, ଚାଲାଣକାରୀ, ଦଲାଲ ଆଦିଙ୍କ ଅପଚେଷ୍ଟାକୁ ପଣ୍ଡ କରିବାର ଏହି ସ୍ବତନ୍ତ୍ର ପ୍ରୟାସ ପ୍ରଶଂସନୀୟ। ଏହି ସବୁ ବିପରୀତ ପରିିସ୍ଥିତିକୁ ୧୮ ବର୍ଷରୁ କମ୍ ବୟସର ପିଲାମାନେ ଚାଲିଆସିଲେ କିଶୋର ନ୍ୟାୟ ଅଧିନିୟମ ଧାରା ୨(୧୪)ଅନୁସାରେ ଯନତ୍ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଭାବରେ ପରିଗଣିତ ହୁଅନ୍ତି। ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ତେବେ ଅଧିକ ଜନଗହଳି ସ୍ଥାନକୁ ଯିବାକୁ ବାରଣ କରିବା, ଶିଶୁମାନଙ୍କ ହାତକୁ ନ ଛାଡିବା, ମୋବାଇଲ ନମ୍ବର ମନେରଖିବା, ବିପରୀତ ପରିସ୍ଥିତିରେ କ’ଣ କରିବେ ଜଣାଇବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। ଶିଶୁମାନଙ୍କ ମନକୁ ବୁଝିବା, ଶାରୀରିକ ସ୍ଥିତିକୁ ବୁଝି ବୁଲିବା ଓ ବୁଲାଇବା ଜରୁରୀ। ତା’ର ଅର୍ଥ ନୁହେଁ ଜଣେ ବୟସ୍କ ବ୍ୟକ୍ତି ସହ ସମକକ୍ଷ ହୋଇ ସେ ଚାଲି ପାରିବ, ଝୁଣ୍ଟିବ ନାହିଁ, କୌଣସି ଜିନିଷ, ଖାଦ୍ୟ ପ୍ରତି ଆକୃଷ୍ଟ ହେବ ନାହିଁ, ପ୍ରଲୋଭିତ ହେବ ନାହିଁ। ନିଜର ବିରକ୍ତିଭାବକୁ ପରିପ୍ରକାଶ କରିବାକୁ ଯାଇ ତାକୁ ଦଣ୍ଡ ଦେବା, ଗାଳି କରିବା ସମସ୍ୟାର ସମାଧାନ ନୁହେଁ। ଶିଶୁଟିଏ ସନ୍ଦେହଜନକ, ବିପଦ ସ୍ଥିତିରେ ଥିଲେ ବା ବୁଲୁଥିଲେ ତାକୁ ସାହାଯ୍ୟ କରିବା, ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮, ଶିଶୁ ସୁରକ୍ଷା ବ୍ୟବସ୍ଥା ତଥା ପୋଲିସକୁ ଜଣାଇବା ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ। କୌଣସି ଶିଶୁକୁ ଏପରି ଅବସ୍ଥାରେ ପାଇଲେ ସ୍ଥାନୀୟ ଶିଶୁମଙ୍ଗଳ କମିଟିଙ୍କ ନଜରକୁ ନେବା ଜରୁରୀ। କାରଣ ଏହା ଆଇନ, ଶିଶୁ ଅଧିକାରର ପରିସରଭୁକ୍ତ। ଠିକ୍ ଥଇଥାନ ଶିଶୁ ଅଧିକାରର ସୁରକ୍ଷା। ଏଣୁ ଲକ୍ଷାଧିକ ଜନସମାଗମ ହେଉଥିବା ସ୍ଥାନ ବା ଯାନିଯାତ୍ରା ନିମନ୍ତେ ଶିଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ସ୍ବତନ୍ତ୍ର ଭାବରେ ଶିଶୁମାନଙ୍କ ଉଦ୍ଧାର, ଉପସ୍ଥାପନ, ଥଇଥାନ ଓ ସଚେତନତା ପାଇଁ ସରକାର ଏକ ମାର୍ଗଦର୍ଶିକା ପ୍ରଣୟନ କଲେ ଶିଶୁମାନଙ୍କ ଅଧିକାର ସୁରକ୍ଷା ପାଇଁ ଏହା ଏକ ମାଇଲଖୁଣ୍ଟ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩
ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…
ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…
ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…
ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…
ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…
ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…
ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…
ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…
ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…
ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା
ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…
ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’
ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…
Archives

