ଭବିଷ୍ୟତର ଇରାନ୍‌

ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଇସ୍ରାଏଲ ଓ ଆମେରିକା ବିରୋଧରେ ଇରାନ୍‌ର ୧୨ ଦିନିଆ ଯୁଦ୍ଧ ସବୁ ପକ୍ଷକୁ ବିଜୟୀ ଘୋଷଣା କରିବାକୁ ସୁଯୋଗ ଦେଇଛି। ଇସ୍‌ଲାମିକ ରିପବ୍ଲିକ (ଇରାନ୍‌) ପାଇଁ ବିଜୟ ଶୀଘ୍ର ହେଲା, କାରଣ ତାହାର ଶାସନ ଏଯାବତ ସୁରକ୍ଷିତ ଅଛି। ଏହାର ଶାସନ ଭୁଶୁଡ଼ି ନାହିଁ କିମ୍ବା ଏହା ବିରୋଧରେ କୌଣସି ବିଦ୍ରୋହ ହୋଇନାହିଁ କି ଶାସନରେ ପରିବର୍ତ୍ତନ ଘଟିନାହିଁ। ଅନେକ ଇରାନୀୟ, ବିଶେଷକରି ବିଦେଶରେ ଥିବା ବିରୋଧୀଙ୍କ ମତରେ ଆକ୍ରମଣର ତୀବ୍ରତା ସରକାର ପତନକୁ ସୂଚିତ କରୁଥିଲା। କିନ୍ତୁ ବିଦ୍ରୋହ ସମ୍ଭବ ହେଲା ନାହିଁ। ସହରରେ ରହୁଥିବା ମଧ୍ୟବିତ୍ତ ବର୍ଗ, ଯେଉଁମାନେ ଇରାନ୍‌ର ସାମାଜିକ ଓ ବୃତ୍ତିଗତ ଜୀବନର ମେରୁଦଣ୍ଡ, ସେମାନେ ଦୁଇ ବିଦେଶୀ ଶକ୍ତିଙ୍କ ସପକ୍ଷରେ ସ୍ବର ଉଠାଉନାହାନ୍ତି। ସାଧାରଣ ଇରାନୀୟ ନାଗରିକମାନେ କ’ଣ ପାଇଛନ୍ତି ବା ପାଇନାହାନ୍ତି ତାହା ଆଗାମୀ ସ୍ଥିତି ଉପରେ ନିର୍ଭର କରେ। ସରକାର ଏହା ଉପରେ କିଭଳି ପଦକ୍ଷେପ ନେବେ ଓ ବେସାମରିକ ଭିତ୍ତିଭୂମିର ପୁନର୍ଗଠନ କରିପାରିବେ, ମଧ୍ୟବିତ୍ତ ବର୍ଗଙ୍କୁ କ୍ଷତିପୂରଣ ଦେବେ ତାହା ଗୁରୁତ୍ୱପୂର୍ଣ୍ଣ ହେବ। ଦେଖିବାକୁ ଗଲେ ଇସ୍ରାଏଲ ଆକ୍ରମଣର ବହୁ ପୂର୍ବରୁ କିଛି ପରିବର୍ତ୍ତନ ଘଟିଥିଲା। ୨୦୨୩ ମଧ୍ୟଭାଗରୁ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଆଭ୍ୟନ୍ତରୀଣ ଯୋଜନାବଦ୍ଧ ପରିବର୍ତ୍ତନର ସଙ୍କେତ ଦେଇଆସୁଛି। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ସେଥିରେ ସିଧାସଳଖ ମୁଣ୍ଡ ଖେଳାଇ ନ ଥିଲା କିମ୍ବା ଏହାର ମିତ୍ରଦେଶ ଲେବାନନ୍‌ ଓ ସିରିଆର ଚାପରେ ପ୍ରତିକ୍ରିୟା ପ୍ରକାଶ କରି ନ ଥିଲା।
ପୋଲିସ ହେପାଜତରେ ଥିବା ମାଶା ଅମିନ ନାମ୍ନୀ ଯୁବତୀଙ୍କ ମୃତ୍ୟୁ ପରେ ୨୦୨୨ରେ ଦେଖାଦେଇଥିବା ଗଣ ଆନ୍ଦୋଳନକୁ ଦେଖି ସରକାର ରାସ୍ତାରେ ଲାଗୁ ହୋଇଥିବା ଅଲିଖିତ ଡ୍ରେସ୍‌ କୋଡ୍‌କୁ ହଟାଇନେଇଥିଲେ। ଗତ ଏପ୍ରିଲରେ ମୁଁ ତେହେରାନ ଓ ଅନ୍ୟ କେତେକ ଛୋଟ ସହରକୁ ଯାଇଥିଲି ଓ ସେଠାରେ ସହରୀ ଦୃଶ୍ୟପଟରେ ପରିବର୍ତ୍ତନ ଦେଖିଥିଲି। ଅନେକ ମହିଳା ମୁଣ୍ଡ ନ ଘୋଡ଼ାଇ ବାହାରକୁ ଯାଉଥିଲେ ଏବଂ ପୁରୁଷଙ୍କ ସହ କଫି ଶପ୍‌ରେ ସେମାନଙ୍କୁ ଦେଖିବାକୁ ମିଳିଥିଲା। ଜୁନ୍‌ ୨୦୨୪ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ମାସୁଦ୍‌ ପେଜେସ୍କିଆନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଜଣେ ସୁଧାର ମନସ୍କ ବ୍ୟକ୍ତି ଭାବେ ସେ ଋଢ଼ିବାଦୀ ନେତା ଇବ୍ରାହିମ୍‌ ରଏସିଙ୍କ ଉତ୍ତରାଧିକାରୀ ହୋଇଥିଲେ। ଉଲ୍ଲେଖନୀୟ, ରଏସି ରାଷ୍ଟ୍ରପତି ଥିବାବେଳେ ହିଜାବ ଲାଗୁକୁ ପ୍ରାଥମିକତା ଦେଇଥିଲେ ଏବଂ ଆନ୍ଦୋଳନ ଉପରେ ହିଂସ୍ରକ ପଦକ୍ଷେପ ନେଇଥିଲେ। ଜୁଲାଇ ୨୦୨୪ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ରଏସିଙ୍କ ମୃତ୍ୟୁ ଘଟିଥିଲା। ଯେତେବେଳେ ଏକ ନୂଆ ହିଜାବ ଆଇନ ପାସ୍‌ ହେଲା, ସେତେବେଳେ ପେଜେସ୍କିଆନ ଏହାକୁ ଲାଗୁକରିବାକୁ ମନାକରି ଏକ ନୂଆ ପ୍ରଭାବୀ ସାମାଜିକ ନୀତି ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ତେବେ ଇରାନର ଅର୍ଥ ବ୍ୟବସ୍ଥା ସେତିକି ଦୁର୍ବଳ ନୁହେଁ ଯେତିକି ବିଦେଶୀ ଗଣମାଧ୍ୟମଗୁଡ଼ିକ ଦର୍ଶାଉଛନ୍ତି। ସେମାନେ ଯେଉଁ ତଥ୍ୟ ଦେଉଛନ୍ତି ତାହା ଠିକ୍‌ ନୁହେଁ କି ଆସନ୍ନ ପତନ ସମ୍ପର୍କରେ ଯାହା କହୁଛନ୍ତି ତାହା ଗ୍ରହଣୀୟ ନୁହେଁ। ୨୦୧୮ରେ ଇରାନ୍‌ ଉପରେ ଆମେରିକା ଲଗାଇଥିବା କଠୋର କଟକଣା (୨୦୧୫ ଆଣବିକ ଚୁକ୍ତିରୁ ଡୋନାଲ୍ଡ ଟ୍ରମ୍ପ ଦୂରେଇ ଯିବା ପରେ) ସତ୍ତ୍ୱେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ୨୦୨୪ ସୁଦ୍ଧା ଇରାନ୍‌ର ଜିଡିପି ୨୦୧୮ର ଶୀର୍ଷ ସ୍ତରକୁ ଟପିଯାଇଛି ଏବଂ ବାର୍ଷିକ ଅଭିବୃଦ୍ଧି ପାଖାପାଖି ୩ ପ୍ରତିଶତ ରହିଛି। ତେବେ ଟ୍ରମ୍ପ୍‌ ଲାଗୁ କରିଥିବା କଟକଣାକୁ ବାଇଡେନ୍‌ ପ୍ରଶାସନ କୋହଳ କରିବା ପରେ ତୈଳ ରପ୍ତାନି ଯୋଗୁ ଏହା ସମ୍ଭବ ହୋଇଥିଲା। ବର୍ଷେ ଦୁଇ ହେବ ପ୍ରକୃତ ମୁଣ୍ଡ ପିଛା ବ୍ୟୟ ବଢୁଛି ବୋଲି ଏକ ସର୍ଭେରୁ ମଧ୍ୟ ଜଣାପଡ଼ିଛି ।
ପେଜେସ୍କିଆନ୍‌ କଲ୍ୟାଣ ଓ ଶ୍ରମ ମନ୍ତ୍ରଣାଳୟରେ ଜଣେ ପ୍ରଗତିଶୀଳ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଭାବେ ଶିକାଗୋରେ ଶିକ୍ଷା ଲାଭ କରିଥିବା ଜଣେ ଯୁବକଙ୍କୁ ନିଯୁକ୍ତ କରିଛନ୍ତି, ଯାହା ଆର୍ଥିକ ସୁପରିଚାଳନାର ଏକ ସଙ୍କେତ ଦେଉଛି। ଆରମ୍ଭରୁ ଏକ ପ୍ରଶ୍ନ ସାମ୍ନାକୁ ଆସିବାରେ ଲାଗିଛି ଯେ, ନିୟମିତ ଭାବେ ଇରାନ ବାର୍ଷିକ ବଜେଟ ଓ ୫ବର୍ଷିଆ ଯୋଜନାରେ ୮ ପ୍ରତିଶତ ଅଭିବୃଦ୍ଧିର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛି ତାହାକୁ ପୂରଣ କରିପାରିବ କି ନାହିଁ, ସେ ନେଇ ବଡ଼ ବିତର୍କ ଚାଲିଛି। ଅର୍ଥନୀତିଜ୍ଞମାନେ ଏକମତ ଯେ, ଏହା ହାସଲ କରିବା ଲାଗି କୂଟନୀତି ଦରକାର, ମିଶାଇଲ ନୁହେଁ। ତଥାପି, ପେଜିସ୍କିଆନ୍‌ ପ୍ରଶାସନର ନୂତନ ୨୦୧୦ର କ୍ୟାଶ ଟ୍ରାନ୍ସଫର ପ୍ରୋଗ୍ରାମ ସମେତ ଅନେକ ଆର୍ଥିକ ସୁଧାର ନୀତି ହୁଏତ ଇସ୍ରାଏଲର ଆକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କୁ ସମର୍ଥନ କରିବା ପାଇଁ ସହରୀ ମଧ୍ୟବିତ୍ତ ବର୍ଗଙ୍କ ମନରେ ଆଗ୍ରହ ସୃଷ୍ଟି କରିଛି। ଯୁଦ୍ଧ ପୁଣି ଆରମ୍ଭ କଲେ ବିକାଶ ଲକ୍ଷ୍ୟରୁ ଇରାନ ଦୂରେଇଯିବ ବୋଲି ଇରାନୀୟ ନେତାମାନେ ମନେକରନ୍ତି। ୨୦୦୫ରେ ବିକାଶର ଏହି ୨୦ ବର୍ଷିଆ ଭିଜନ ପ୍ଲାନ୍‌ ସ୍ଥିର କରାଯାଇଥିଲା ଏବଂ ୨୦୨୫ ସୁଦ୍ଧା ମଧ୍ୟପ୍ରାଚ୍ୟର ଶୀର୍ଷ ଅର୍ଥ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଇରାନକୁ ସ୍ଥାନିତ କରିବା ସକାଶେ ଲକ୍ଷ୍ୟ ରଖାଯାଇଥିଲା।
ଏବକାର ଯୁଦ୍ଧ ଇରାନକୁ ସାମରିକ ଶକ୍ତି ବଢ଼ାଇବା ଦିଗରେ ପ୍ରେରିତ କରିବ ନା ଦେଶର ଅର୍ଥ ବ୍ୟବସ୍ଥା ବୃଦ୍ଧି କିମ୍ବା ନାଗରିକ ସମାଜ ଓ ଘରୋଇ କ୍ଷେତ୍ରର ସ୍ବାଧୀନତା ପାଇଁ ପଦକ୍ଷେପ ନେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ୧୯୮୦ ଦଶକରେ ଇରାକ ସହ ଦୀର୍ଘ ୮ ବର୍ଷର ସଂଘର୍ଷ ଅନେକଙ୍କର ମନେରହିଥିବ। ଏହାଦ୍ୱାରା ରାଶନ ବ୍ୟବସ୍ଥା, କେନ୍ଦ୍ରୀୟ ଯୋଜନା ତଥା ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ପ୍ରଭାବ ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଥିଲା। ମାର୍କେଟ ନୀତି ପୁନର୍ବାର ଆରମ୍ଭ କରିବା ସହ ଘରୋଇ କ୍ଷେତ୍ରର ପୁନରୁଦ୍ଧାର ଆଦିରେ ସୁଧାର ଆଣିବା ଲାଗି ପାଖାପାଖି ୨ ଦଶନ୍ଧି ଲାଗିଗଲା। ଇରାନ ଏବେ ଭଲ ସ୍ଥିତିରେ ରହିପାରେ, କାରଣ ଯୁଦ୍ଧ ସୀମିତ ରହିଲା ଏବଂ ଏହାର ଘରୋଇ କ୍ଷେତ୍ର ଓ ମାର୍କେଟ ସଂସ୍ଥାଗୁଡ଼ିକ ଦୃଢ ସ୍ଥିତିରେ ଅଛି। ଯୁଦ୍ଧ ପର ବ୍ୟାପକ ବିକାଶ ନିବେଶକୁ ଗ୍ରାମୀଣ ସମୁଦାୟ ସ୍ବୀକାର କରିବେ। ହୁଏତ ସମାନ ପ୍ରକାର ନୀତିକୁ ସହରର ମଧ୍ୟବିତ୍ତ ବର୍ଗ ଗ୍ରହଣ କରିପାରନ୍ତି। ଯଦି ଏହା ଘଟେ, ତେବେ ଏକ ପ୍ରକାର ସାମାଜିକ ସହମତି ହାସଲ ହୋଇପାରିବ ବୋଲି ପେଜିସ୍କିଆନ୍‌ ଆଶା କରୁଛନ୍ତି। ୨ଦଶନ୍ଧି ପୂର୍ବେ ମଜାରେ କୁହାଯାଉଥିଲା, ଇସ୍‌ଲାମିକ ରିପବ୍ଲିକ୍‌ର ଏକ ସୁସଙ୍ଗତ କୋରିଆନ ରଣନୀତି ଥିଲା ଏବଂ ବେଳେବେଳେ ଏହା ଉତ୍ତର କୋରିଆ କିମ୍ବା ଦକ୍ଷିଣ କୋରିଆର ଥିଲା ବୋଲି କୁହାଯାଉଥିଲା। ବର୍ତ୍ତମାନ ଇରାନ ସମ୍ମୁଖରେ ସମାନ ପ୍ରକାର ବିକଳ୍ପ ଅଛି। ପରମାଣୁ ପ୍ରତିରୋଧ ଅସହମତିକୁ ଦବାଇବା ସହ ସୀମା ବନ୍ଦ ରଖିଥିବା ଉତ୍ତର କୋରିଆର ଢାଞ୍ଚା କେତେଜଣଙ୍କୁ ଆକର୍ଷକ ଲାଗିପାରେ। କିନ୍ତୁ ଇରାନର ସଂସ୍କୃତି , ଭୌଗୋଳିକ ଅଞ୍ଚଳ, ଇତିହାସ ଓ ସ୍ବଭାବ ସହ ପରିଚିତ ଥିବା ଅଧିକାଂଶ ପର୍ଯ୍ୟବେକ୍ଷକ ଏହାକୁ ଏକ ଉପଯୋଗୀ ବିକଳ୍ପ ଭାବେ ଗ୍ରହଣ କରିବେ ନାହିଁ।
ଏହା ନିଃସନ୍ଦେହ ଯେ, ନାଗରିକଙ୍କ ଆବଶ୍ୟକତା ପୂରଣ କରିବା ତଥା ସାମରିକ ପୁନର୍ଗଠନ, ଜଳ ଯୋଗାଣଠାରୁ ଆରମ୍ଭକରି ବାଧାପ୍ରପ୍ତ ହୋଇଥିବା ଗ୍ୟାସୋଲାଇନ ଓ ଯୁବକଙ୍କ ନିଯୁକ୍ତିକୁ ନେଇ ଚିନ୍ତା ବଢ଼ିବ। ସୌଭାଗ୍ୟବଶତଃ ଆର୍ଥିକ ପୁନର୍ଗଠନକୁ ନୀତି ଦ୍ୱାରା ଆଗକୁ ବଢ଼ାଯାଇପାରିବ, ଯାହା ଘରୋଇ କ୍ଷେତ୍ରକୁ ଆକର୍ଷିତ କରିବା ସହ ପ୍ରତିରକ୍ଷା ଓ ବିକାଶ ମଧ୍ୟରେ ବଜେଟଜନିତ ବିପରୀତ ସ୍ଥିତିକୁ ଦୂରକରିପାରିବ। ଯୁଦ୍ଧବିରତି ଜାରି ରହୁ ବୋଲି ଆଶା କରାଯାଏ। କିଏ ଜିତିବ କିମ୍ବା ହରିବା ତାହା ପ୍ରକୃତ ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି, ଇରାନ୍‌ ଆର୍ଥିକ ବିକାଶରେ ବାଧାକୁ ପୂର୍ବାପେକ୍ଷା ଅଧିକ ବେଗରେ ହ୍ରାସ କରିବ ନା ଯୁଦ୍ଧର ବିଭୀଷିକା ଏକ ବିଚାରଗତ କଠିନତା ସୃଷ୍ଟିକରିବ। ବିକାଶ ସପକ୍ଷବାଦୀ ବିକଳ୍ପ ଶାସନ ଦ୍ୱାରା ବାଧାପ୍ରାପ୍ତ ହୋଇପାରେ , କିନ୍ତୁ ଏକ ସ୍ଥାୟୀ ଯୁଦ୍ଧ ମନୋଭାବ ଆର୍ଥିକ ଓ ସାମଜିକ ଦୃଷ୍ଟିରୁ ଅଯଥାର୍ଥ।
ଅର୍ଥନୀତି ପ୍ରାଧ୍ୟାପକ, ଭର୍ଜିନିଆ ଟେକ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inHome Left View All

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri