Posted inଜାତୀୟ

ଖେଳଣା ଭାବି ନାଗ ସାପକୁ କାମୁଡ଼ି ମାରିଦେଲା ବର୍ଷକର ଶିଶୁ, ଲୋକେ କହୁଛନ୍ତି ଚମତ୍କାର; ପୁରା ଘଟଣା…

ପାଟନା,୨୭।୭: ବିହାରର ପଶ୍ଚିମ ଚମ୍ପାରଣ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ବର୍ଷର ଶିଶୁ ଗୋବିନ୍ଦ କୁମାର ଏକ ନାଗ ସାପକୁ କାମୁଡ଼ି ମାରି ଦେଇଛି, ଯାହା ଫଳରେ ସାପର ମୃତ୍ୟୁ ହୋଇଛି, କିନ୍ତୁ ଶିଶୁଟି ସୁରକ୍ଷିତ ଅଛି। ଏହି ଘଟଣା ଶୁଣି ସମଗ୍ର ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଏହା କିପରି ଘଟିଲା ତାହା ନେଇ ଚର୍ଚ୍ଚା ଜୋର ଧରିଛି।
ମଝୌଲିଆ ପ୍ରଖଣ୍ଡର ମୋହଚ୍ଛି ବନକଟୱା ଗାଁରେ ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ସୁନୀଲ ସାହାଙ୍କ ଏକ ବର୍ଷର ପୁତ୍ର ଗୋବିନ୍ଦ ନିଜ ଘରେ ଖେଳୁଥିବା ବେଳେ ଏକ ନାଗ ସାପ ତାଙ୍କ ଆଖିରେ ପଡ଼ିଥିଲା। ସେ ସାପକୁ ଖେଳଣା ଭାବି ହାତରେ ଧରି ଦାନ୍ତରେ କାମୁଡ଼ି ଦେଇଥିଲେ। ଶିଶୁଟି କାମୁଡ଼ିବା ମାତ୍ରେ ସାପର ତୁରନ୍ତ ମୃତ୍ୟୁ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଆତଙ୍କିତ ହୋଇ ଗୋବିନ୍ଦାକୁ ତୁରନ୍ତ ମଝୌଲିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବେତିଆ ରାଜକୀୟ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଥିଲା।
ଗୋବିନ୍ଦଙ୍କ ଜେଜେ ମା’ ମାତେଶ୍ୱରୀ ଦେବୀ କହିଛନ୍ତି, “ଗୋବିନ୍ଦ ସାପକୁ ଖେଳଣା ଭାବି ଧରି ନେଇଥିଲା ଓ ହଠାତ ଦାନ୍ତରେ କାମୁଡ଼ି ଦେଇଥିଲା। ତା’ର କାମୁଡ଼ିବା ଫଳରେ କୋବ୍ରାର ତୁରନ୍ତ ମୃତ୍ୟୁ ହୋଇଗଲା।” ଗ୍ରାମବାସୀଙ୍କ କହିବା ଅନୁସାରେ, ଶିଶୁଟି ସାପକୁ ଦୁଇ ଖଣ୍ଡ କରି ଦେଇଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲା।
ବେତିଆ ରାଜକୀୟ ମେଡିକାଲ କଲେଜ ହସ୍ପିଟାଲର ଉପାଧୀକ୍ଷକ ଡକ୍ଟର ଦିବାକାନ୍ତ ମିଶ୍ର କହିଛନ୍ତି, “ଶିଶୁଙ୍କ ଶରୀରରେ ବିଷର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ବିପଦ ମୁକ୍ତ।” ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଡକ୍ଟର ମିଶ୍ର ଆହୁରି କହିଛନ୍ତି, “ସାଧାରଣତଃ ଲୋକେ ନାଗ ସାପକୁ ଦେଖି ଭୟଭୀତ ହୁଅନ୍ତି, କିନ୍ତୁ ଗୋବିନ୍ଦ ସାପକୁ କାମୁଡ଼ି ଦେଇଛି।”
ସର୍ପ ବିଶେଷଜ୍ଞମାନେ କହିଛନ୍ତି, ଯଦି ସାପ ଶିଶୁକୁ କାମୁଡ଼ିଥାଏ ଏବଂ ଶିଶୁକୁ କିଛି ହୋଇ ନାହିଁ, ତେବେ ଦୁଇଟି କାରଣ ହୋଇପାରେ: ହୁଏତ ସାପଟି ବିଷାକ୍ତ ନ ଥିଲା, ଅଥବା ସାପ ଶିଶୁକୁ କାମୁଡ଼ିବା ପୂର୍ବରୁ ଶିଶୁ ତାକୁ କାମୁଡ଼ି ଦେଇଥିଲା। ବିଶେଷଜ୍ଞମାନେ ଆହୁରି କହିଛନ୍ତି, ଯଦି ସାପର ମେରୁଦଣ୍ଡ ଭାଙ୍ଗି ଯାଏ, ତେବେ ତା’ର ତୁରନ୍ତ ମୃତ୍ୟୁ ହୋଇପାରେ। ଏହି ମାମଲାରେ ଦ୍ୱିତୀୟ କାରଣର ସମ୍ଭାବନା ଅଧିକ।
ଏହି ଘଟଣା ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀ ଏହାକୁ ଦୈବୀୟ କୃପା ଓ ଶିଶୁର ସାହସର ପ୍ରତୀକ
ବୋଲି ମନେ କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେଉଛି, ଏବଂ ଲୋକେ ଏହି କୁନି ଶିଶୁର ସାହସିକତାର ପ୍ରଶଂସା କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri