ଗୋପନରେ ଚାଲିଛି ବାଲ୍ୟ ବିବାହ

ମହାକାଳପଡ଼ା, ୨୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ତଥା ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷକରି ଉପକୂଳର ଉପାନ୍ତ ଅଞ୍ଚଳରେ ବିବାହ ଗୋପନରେ ଚାଲିଛି। କେତେଜଣ ଦାରିଦ୍ର୍ୟ, ନିରକ୍ଷର ଓ ସଚେତନତା ଅଭାବରୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଅଧିକ ଦେଖିବାକୁ ମିଳୁଛି। ପ୍ରଶାସନ ଭୟରେ ସେହିପରି କେତେକ ପରିବାର ଲୋକଙ୍କ ସହମତିରେ ନିଜ ନାବାଳିକା ଝିଅକୁ ଗୋପନରେ ରାତିରେ ମଠ, ମନ୍ଦିରରେ ବ୍ରାହ୍ମଣଙ୍କୁ ଡକାଇ ତରବରିଆ ଭାବେ ବିବାହ ହେଉଛି। ଗତ ଶନିବାର ନିକଟ ଗ୍ରାମରେ ବାଲ୍ୟ ବିବାହ ଉଦ୍ୟମ ହେଉଥିବା ନେଇ ମହାକାଳପଡ଼ା ବ୍ଲକ ମହିଳା ଶିଶୁ ବିକାଶ ତଥା ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ କବିତା ମଲ୍ଲିକଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ଅଧିକାରିଣୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଉକ୍ତ ଗଁାରେ ପହଞ୍ଚତ୍ ବିବାହ ରୋକିବା ସହ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେ। ସେହିପରି ଜୁନ୍‌ ମାସରେ ଏକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବାଲ୍ୟ ବିବାହକୁ ରୋକାଯାଇଥିଲା। ଏହି ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଓ ସମାଜରେ ଏହା ପ୍ରଭାବ ପକାଇବ। ଏଥିରେ ସମ୍ପୃକ୍ତ ଥିବା ପରିବାରକୁ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାକାଳପଡାରେ ୨ ବର୍ଷ ମଧ୍ୟରେ ୨୦ରୁ ଅଧିକ ବାଲ୍ୟ ବିବାହ ରୋକାଯାଇଛି। ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମଲ୍ଲିକ କହିଛନ୍ତି। ଅପରପକ୍ଷରେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀମାନଙ୍କୁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି। ସମସ୍ୟା ସମାଧାନ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷରେ ଉପକୂଳ ଅଞ୍ଚଳରେ ବାଲ୍ୟ ବିବାହ ଅତି ଗୋପନରେ ଚାଲିଛି ବୋଲି କୁହାଯାଇଛି। କାରଣ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ବାଲ୍ୟ ବିବାହ ଝିଅକୁ ୧୨ରୁ ୧୫ ବର୍ଷ ହେଲେ ପରିବାର ସହମତିରେ କରାଇ ଦିଆଯାଉଛି। ବିଶେଷକରି ଯେଉଁ ପରିବାର ଏହି ବାଲ୍ୟ ବିବାହ ଉଦ୍ୟମ କରୁଛନ୍ତି ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର। ଅନେକ ସମୟରେ ସ୍ଥାନୀୟ ଦଲାଲଙ୍କ ସହାୟତାରେ ପରିବାର ଲୋକମାନେ ନାବାଳିକା ଝିଅମାନଙ୍କୁ ଉତ୍ତର ପ୍ରଦେଶର ଝାନ୍‌ସୀ, ମଥୁରା, ବୃନ୍ଦାବନ, ବାରାଣସୀ, ଆଗ୍ରା ଓ କୋଲକାତା, ମୁର୍ସିଦାବାଦ ଆଦି ଅଞ୍ଚଳର ବୟସ୍କ ଲୋକମାନଙ୍କ ସହ ବିବାହ କରାଯାଉଥିବା ନଜିର ରହିଛି। ସେଠାରେ ମଧ୍ୟ ନାବାଳିକା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ନିଜ ବାପ ଘରକୁ ଫେରୁଥିବା ନଜିର ରହିଛି। ତେବେ ୨୦୧୭ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନାବାଳିକା ବିବାହର ଶୁଣାଣି କରି ରୋକ ଲଗାଇଥିଲେ। ରାୟରେ ନାବାଳିକା ସ୍ତ୍ରୀଙ୍କ ସହ ବିବାହ କରିବା ଏକ ଧର୍ତ୍ତବ୍ୟ ଅପରାଧ। ନାବାଳିକା ବିବାହ କରିବା ଓ ଶାରୀରିକ ଯୌନ ସମ୍ପର୍କ ରଖିବା ଏହା ଏକ ବଳାତ୍କାର ମାମଲା ଭାବେ ଗ୍ରହଣ କରାଯିବ। ଆଇନ ଅନୁସାରେ ଆପରାଧିକ ବିବେଚନା କରାଯିବ। ଏହି ମାମଲାରେ ପୋକ୍ସୋ ଆଇନ ରୁଜୁ କରିବାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଛି। ଏହି ମାମଲାରେ ଜଡିତ ଥିବା ଲୋକଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ନାବାଳିକା ଝିଅମାନେ ବିବାହ ପରେ ସ୍ବଳ୍ପ ବୟସରୁ ଗର୍ଭ ଧାରଣ କଲେ ମା’ ଓ ଶିଶୁ ପ୍ରତି ବିପଦ ରହିଛି। ବିଶେଷ କରି ବ୍ଲକର ବତିଘର, ଖରିନାସୀ, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, କେବି ଦାଣ୍ଡୁଆ, ନାଞ୍ଜୁରା, ସୁନିତି, ଗୋଗୁଆ ଆଦି ପଞ୍ଚାୟତରେ ନାବାଳିକା ବିବାହ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri