ଉଦ୍ଧାର ପରେ ପୁଣି ଶିଶୁ ଶ୍ରମିକ

ଯାଜପୁର,୪ା୯(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଶିଶୁ ଶ୍ରମିକ ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଉଦ୍ଧାର ପରେ ସେମାନେ ପୁଣି ଶିଶୁ ଶ୍ରମିକ ସାଜୁଛନ୍ତି ା ଶିଶୁମାନଙ୍କୁ ବେଆଇନ ଭାବେ ନିୟୋଜିତ କରୁଥିବା ମାଲିକମାନଙ୍କଠାରୁ କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ସହଜରେ ଖସେଇ ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଜିଲାର ଦାନଗଦି ବ୍ଳକ ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତ ସୁଆଁଲ ଗ୍ରାମର ୫ ଶିଶୁଶ୍ରମିକଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି।
ଅଭିଯୋଗ ଅନୁଯାୟୀ, ସୁଆଁଲ ଗ୍ରାମର ୫ ଜଣ ଶିଶୁଙ୍କୁ କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀ ନେଇ ଯାଇଥିଲେ। ଏ ସଂକ୍ରାନ୍ତରେ ଶିଶୁମାନଙ୍କ ଅଭିଭାବକ ଜାଣିପାରି ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଏହାପରେ ଦାସ ଯାଜପୁର ଜିଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ବିଚାର କରି ଡବ୍ଲ୍ୟୁପିସିଆର୍‌ଏଲ ୧୬୬/୨୦୨୨ରେ ଏକ ମାମଲା ରୁଜୁ କରି ଯାଜପୁର ଓ କେନ୍ଦ୍ରାପଡ଼ା ପୋଲିସଙ୍କୁ ଶିଶୁମାନଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୨ ଡିସେମ୍ବର ୧ରେ ପୋଲିସ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସୁକିନ୍ଦା ଆମ ଘର ଶିଶୁଗୃହରେ ଥଇଥାନ କରିଥିଲା । ପରେ ଶିଶୁ ଗୃହରେ ସେମାନଙ୍କୁ ହଇରାଣ କରାଯିବାରୁ ରାତାରାତି ସେମାନେ ନିଜ ଘରକୁ ଚାଲି ଯାଇଥିଲେ। ସେଦିନରୁ ଏଯାବତ ଉଦ୍ଧାର ଶିଶୁମାନେ ଏଣେତେଣେ ବୁଲୁଥିବା ଖବର ମିଳିଛି । ସେମାନଙ୍କ ମଧ୍ୟରୁ ୨ ଶିଶୁଙ୍କ ବାପା ଏବଂ ଅନ୍ୟ ଜଣେ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି ା ଏବେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ । ସେହିପରି ଅନ୍ୟ ୨ ଶିଶୁଙ୍କ ପରିବାର ଅତ୍ୟନ୍ତ ଗରିବ। ବିଡମ୍ବନା ଯେ, ଏହି ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ମଧ୍ୟ ପ୍ରଶାସନ ଯେପରି ଭାବେ ଥଇଥାନ କରିବା କଥା, ସେପରି କିଛି କରିନାହିଁ । ଫଳରେ ପୁନର୍ବାର ସେମାନେ ଶିଶୁ ଶ୍ରମିକ ଭାବେ ଗ୍ରାମରେ କାମ କରୁଥିବା ଦେଖିବାକୁ ମିଳୁଛି ।
ନିୟମାନୁଯାୟୀ, ଏହି ଶିଶୁମାନଙ୍କୁ ଶିକ୍ଷା ଅଧିକାର ନଚେତ୍‌ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା କଥା। ଶିଶୁଟି ଯେପରି ପୁନର୍ବାର ଶିଶୁ ଶ୍ରମିକ ନ ହୁଏ ସେଥିପାଇଁ ତାର ପାରିବାର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇ ପାରିଥାନ୍ତା। ଏପରି ପିଲାମାନଙ୍କ ପାଇଁ ମିଶନ ବାଚ୍ଛଲ୍ୟରେ ପୃଷ୍ଠପୋଷକତା ଯୋଜନାରେ ଆର୍ଥିକ ସହଯୋଗ ପ୍ରଦାନ କରି ହେବ । ମାତ୍ର ଏସବୁ କରା ନ ଯିବା ବଡ଼ ଦୁଃଖ ଓ ପରିତାପର ବିଷୟ ବୋଲି ଶିଶୁ ଅଧିକାର କର୍ମୀ ଦାସ ପ୍ରକାଶ କରିଛନ୍ତି। ସେହିପରି ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ କରି ଶିଶୁ ଶ୍ରମିକ ନିଯୋଜିତ କରିଥିବା ବ୍ୟକ୍ତିଙ୍କୁ ଜରିମାନା ନିର୍ଦ୍ଦେଶ ଦେବାର ବ୍ୟବସ୍ଥା ରହିଛି। ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଶିଶୁମାନେ ପୁଣି ଶିଶୁ ଶ୍ରମିକ ସାଜୁଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଥାନାରେ ଉପରୋକ୍ତ ୫ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ଏପରି କ୍ଷେତ୍ରରେ ଶିଶୁ ଶ୍ରମିକ ମୁକ୍ତ ହେବା ବଦଳରେ ନିଯୁକ୍ତିକାରୀଙ୍କ ଉତ୍ସାହ ବଢିବା ସହ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଏହି ଗୋଟିଏ ଘଟଣା ନୁହେଁ ଅତୀତର ଅନେକ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ହୋଇ ନ ଥିବା ବେଳେ ଉଦ୍ଧାର ଶିଶୁମାନଙ୍କ ଉପଯୁକ୍ତ ଥଇଥାନ ମଧ୍ୟ କରାଯାଉନାହିଁ। ୨୦୧୭ରେ ପଶ୍ଚିମବଙ୍ଗ ଅଞ୍ଚଳର ୫ ଜଣ ଶିଶୁ ଜିଲାର ବ୍ରହ୍ମବରଦାରେ ଗୃହ ନିର୍ମାଣ କାମ କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ୨୦୧୭ରେ ଜାରକା ବଜାରରୁ ୬ଜଣ ଶିଶୁଶ୍ରମିକ ଓ ୨୦୧୮ରେ ରସୁଲପୁର ବ୍ଲକ ନଠୁଆବର ହୋଟେଲରୁ ଜଣେ ଶିଶୁ ଶ୍ରମିକ, ୨୦୨୦ରେ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତାକଡର ଆଖୁକିଆରୀରୁ ୪ ଶିଶୁ ଶ୍ରମିକ, ୨୦୨୨ରେ ଖରସ୍ରୋତା ନଦୀ ସେତୁରେ ଘୁଷୁରି ନେଉଥିବା ୨ ଶିଶୁଶ୍ରମିକ, ୨୦୨୩ରେ ଯାଜପୁର ବ୍ଲକ ଦେବୀଗଡ଼ାରୁ ୨ ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଶିଶୁ ଶ୍ରମିକ ନିଯୁକ୍ତିକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ପଚାରିବାରୁ ସେ କହିଛନ୍ତି, ଶିଶୁ ଶ୍ରମିକଙ୍କୁ ଉଦ୍ଧାର ଏବଂ ଥଇଥାନ କରିବା ଆମ ଦାୟିତ୍ୱ। ଏହାପରେ ଶ୍ରମ ଓ ପୋଲିସ ବିଭାଗକୁ ଆମେ ଜଣାଇଥାଉ । ଶ୍ରମ ବିଭାଗ ଓ ପୋଲିସ ତଦନ୍ତ କରି ଆଇନ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri