ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା ବ୍ୟବସାୟିକ ବର୍ଣ୍ଣବୈଷମ୍ୟବାଦ କୁହାଯାଉଛି। କାରଣ ଗରିବ ଏସୀୟ ଓ ଆଫ୍ରିକୀୟ ଦେଶର ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଖାଦ୍ୟରେ ଅସ୍ବାସ୍ଥ୍ୟକର ଉପାଦାନ ଥିବାବେଳେ ବିକଶିତ ରାଷ୍ଟ୍ରରେ ମିଳୁଥିବା ସେହି ବ୍ରାଣ୍ଡ୍‌ର ଶିଶୁଖାଦ୍ୟରେ କୌଣସି ହାନିକାରକ ଉପାଦାନର ଉପସ୍ଥିତି ରହୁନାହିଁ ।

ପିଲାମାନଙ୍କ ଔଷଧ ହେଉ ବା ଶିଶୁ ଖାଦ୍ୟ ପ୍ରସ୍ତୁତି ବେଳେ ସର୍ବାଧିକ ଧ୍ୟାନ ଦିଆଯିବା କଥା। କାରଣ ସେମାନଙ୍କ ଶରୀର ବାହ୍ୟ ପରିବେଶ ସହିତ ବେଶି ସଂସ୍ପର୍ଶରେ ଆସି ନ ଥିବାରୁ ସାମାନ୍ୟ ବ୍ୟତିକ୍ରମ ଦେଖାଦେଲେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହେ। ଶିଶୁଙ୍କ ଶରୀର ତତ୍‌କ୍ଷଣାତ୍‌ ସଂକ୍ରମିତ ହେବାର ଭୟ ଥିବାରୁ ସେମାନଙ୍କ ଲାଗି ପ୍ୟାକେଟ ଖାଦ୍ୟ ପ୍ରସ୍ତୁତ କରୁଥିବା କମ୍ପାନୀ ସତର୍କ ରହିବା କଥା। ହେଲେ ଏବେ ଖବର ମିଳିଛି ଯେ, ଶିଶୁଖାଦ୍ୟ ପ୍ରସ୍ତୁତ କରୁଥିବା ସୁଇଜରଲାଣ୍ଡଭିତ୍ତିକ ବୃହତ୍‌ କମ୍ପାନୀ ‘ନେସ୍‌ଲେ’ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ବିକ୍ରି କରୁଥିବା ଶିଶୁଖାଦ୍ୟରେ ଅଧିକ ଚିନି ମିଶାଉଛି। ଅନ୍ୟପକ୍ଷରେ ବ୍ରିଟେନ, ଜର୍ମାନୀ, ୟୁରୋପୀୟ ସଂଘ, ସୁଇଜରଲାଣ୍ଡ ସହ ଅନ୍ୟ ବିକଶିତ ଦେଶରେ କମ୍ପାନୀ ବିକ୍ରି କରୁଥିବା ଖାଦ୍ୟରେ ଚିନି ବ୍ୟବହାର କରୁନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି। ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା ବ୍ୟବସାୟିକ ବର୍ଣ୍ଣବୈଷମ୍ୟବାଦ କୁହାଯାଉଛି। କାରଣ ଗରିବ ଏସୀୟ ଓ ଆଫ୍ରିକୀୟ ଦେଶର ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଖାଦ୍ୟରେ ଅସ୍ବାସ୍ଥ୍ୟକର ଉପାଦାନ ଥିବାବେଳେ ବିକଶିତ ରାଷ୍ଟ୍ରରେ ମିଳୁଥିବା ସେହି ବ୍ରାଣ୍ଡ୍‌ର ଶିଶୁଖାଦ୍ୟରେ କୌଣସି ହାନିକାରକ ଉପାଦାନର ଉପସ୍ଥିତି ରହୁନାହିଁ।
‘ପବ୍ଲିକ୍‌ ଆଏ’ ଏବଂ ‘ଇଣ୍ଟରନ୍ୟାଶନାଲ ବେବି ଫୁଡ୍‌ ଆକ୍ସନ ନେଟ୍‌ଓ୍ବର୍କ’ (ଆଇବିଏଫ୍‌ଏଏନ୍‌) ପକ୍ଷରୁ କରାଯାଇଥିବା ନୂତନ ଅଧ୍ୟୟନରୁ ଉପରୋକ୍ତ ବିଷୟ ଜଣାପଡ଼ିଛି। ଏହି ରିପୋର୍ଟ ଭାରତର ମାତାପିତା ଓ ଅଭିଭାବକଙ୍କୁ ନିଶ୍ଚିତ ଚିନ୍ତାରେ ପକାଇଥିବ। ନେସ୍‌ଲେ ଭଳି ବ୍ରାଣ୍ଡ୍‌ ‘ସେର୍‌ଲାକ’ ପ୍ରସ୍ତୁତ କରି ବିଶ୍ୱ ବଜାରକୁ ଅକ୍ତିଆରରେ ରଖିଛି। ପ୍ରାୟ ଶିଶୁ ନିଶ୍ଚିତ ସେର୍‌ଲାକ ଖାଇବାର ଦେଖାଯାଇଥାଏ। କେବଳ ଭାରତ କଥା ଦେଖିଲେ ୨୦୨୨ରେ ନେସ୍‌ଲେ ଏଠାରୁ ୨୫୦ ନିୟୁତ ଡଲାର ସେର୍‌ଲାକର ବିଭିନ୍ନ କିସମ ସହ ଅନ୍ୟାନ୍ୟ ଶିଶୁଖାଦ୍ୟ ବିକ୍ରି କରି ବିପୁଳ ଲାଭ ଉଠାଇଛି। ଜନସଂଖ୍ୟାବହୁଳ ଭାରତରେ ବ୍ୟବସାୟ କରିବା କମ୍ପାନୀ ପାଇଁ ଲାଭଦାୟକ ହେଉଛି। ହେଲେ ଏଠାକାର ଶିଶୁଙ୍କୁ ରୋଗଣା କରିବାରେ ଏହା ଦାୟୀ ବୋଲି ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ନେସ୍‌ଲେ ଖାଦ୍ୟ ଖାଇଥିବା ପିଲାଙ୍କ ଦେହରେ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଠାରେ ମନେପକେଇ ଦିଆଯାଇପାରେ, ନେସ୍‌ଲେ କମ୍ପାନୀ ପ୍ରସ୍ତୁତ ମ୍ୟାଗିକୁ ନେଇ ମଧ୍ୟ ପୂର୍ବରୁ ବିବାଦ ଉପୁଜିଥିଲା। ସେହି ଇନ୍‌ଷ୍ଟାଣ୍ଟ୍‌ ନୁଡୁଲ୍ସରେ ଅତ୍ୟଧିକ ମାତ୍ରାରେ ଏମ୍‌ଏସ୍‌ଜି ଥିବାରୁ ଭାରତରେ ତାହାକୁ ନିଷିଦ୍ଧ କରାଯାଇଥିଲା। ସେହି କମ୍ପାନୀ ତା’ର ବିକ୍ରିରୁ ଉକ୍ତ ସାମଗ୍ରୀକୁ ଅପସାରିତ କରିଥିଲା। ଏହିଭଳି ଉଦାହରଣ ଭାରତର ଅନ୍ୟ ଶିଶୁ ଖାଦ୍ୟରେ ଦେଖିବାକୁ ମିଳୁଛି। ଉଦାହରଣସ୍ବରୂପ ବର୍ନଭିଟାରେ ପ୍ରତି ୧୦୦ ଗ୍ରାମ୍‌ରେ ୩୭ ପ୍ରତିଶତ ଚିନି ମିଶିଥିବା ବେଳେ କମ୍ପ୍ଲାନ୍‌ରେ ୨୨ ପ୍ରତିଶତ ଏବଂ ହର୍ଲିକ୍ସରେ ୧୩.୫ ପ୍ରତିଶତ ଚିନି ରହିଛି। ଏଗୁଡ଼ିକ ଭାରତରେ ଲୋକପ୍ରିୟତା ହାସଲ କରିଥିବା ବେଳେ ବୁଷ୍ଟ ନାମକ ଅନ୍ୟ ଏକ ପୁଷ୍ଟିକର ଖାଦ୍ୟରେ ମାତ୍ର ୯.୫ ଗ୍ରାମ୍‌ ଚିନି ଥିବାରୁ ତାହା ଭାରତବର୍ଷରେ ଲୋକପ୍ରିୟତା ହାସଲ କରିପାରିଲା ନାହିଁ।
ବିଶେଷଜ୍ଞଙ୍କ ମତରେ ଶିଶୁ ଖାଦ୍ୟରେ ଅତ୍ୟଧିକ ଚିନି ମିଶାଗଲେ ତାହା ସେମାନଙ୍କୁ ନିଶାଗ୍ରସ୍ତ କଲା ଭଳି ଅବସ୍ଥାକୁ ନେଇଥାଏ। ଅର୍ଥାତ୍‌ ଥରେ ସେମାନେ ଉକ୍ତ ସ୍ବାଦରେ ଅଭ୍ୟସ୍ତ ହୋଇଗଲେ ତାହାକୁ ବାରମ୍ବାର ଖୋଜିଥାଆନ୍ତି। ଫଳରେ ସେମାନେ ବଢ଼ିବା ବେଳେ ସେମାନଙ୍କ ଦେହରେ ମଧୁମେହ ଓ ଉଚ୍ଚ ରକ୍ତଚାପ ଆଦି ଲକ୍ଷଣ ଦେଖାଦେଇଥାଏ। ତେବେ ଛୁଆଙ୍କୁ ମୋଟା ଓ ପେଟା ଦେଖି ମା’ବାପା ଖୁସି ହୋଇଥାନ୍ତି। ସେମାନେ ବୁଝିପାରନ୍ତି ନାହିଁ ଯେ ତାଙ୍କର ମୋଟା ଛୁଆଟି ଭବିଷ୍ୟତରେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ବିକଶିତ ଦେଶଗୁଡ଼ିକରେ ଏହି କମ୍ପାନୀଗୁଡ଼ିକ ଏହିଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବାକୁ ପୂର୍ବରୁ ଚେଷ୍ଟା କରିଥିବାରୁ ସେଠାକାର ସରକାର ଓ ନ୍ୟାୟାଳୟଗୁଡ଼ିକ ସତର୍କ ହୋଇ କମ୍ପାନୀଙ୍କୁ ଦଣ୍ଡ ଦେଇଥିଲେ। କିନ୍ତୁ ଭାରତରେ ଆଜି ମଧ୍ୟ ଉଭୟ ସରକାର ଓ ନ୍ୟାୟାଳୟଗୁଡ଼ିକୁ ଏହିସବୁ ଦିଗ ପାଇଁ ବଳକା ସମୟ ମିଳୁନାହିଁ। ଆମେରିକାରେ ସେଠାକାର ନ୍ୟାୟାଳୟ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କମ୍ପାନୀର ଉତ୍ପାଦଗୁଡ଼ିକ ଉପରେ ଅନେକ କଟକଣା ଲଗାଇଛନ୍ତି। ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନର ବେବି ପାଉଡରରେ ମିଶାଯାଉଥିବା ଉପାଦାନ କର୍କଟ ରୋଗର କାରଣ ବୋଲି ଜଣାପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ଯେ, ଭାରତବର୍ଷରେ ସେହି କମ୍ପାନୀ ଅତି ସୁରୁଖୁରୁରେ ନିଜର ବ୍ୟବସାୟ ଜାରିରଖିଛି।
ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସରକାରୀ ଉଦ୍ୟମର ଆବଶ୍ୟକତା ରହିଛି। ସାଧାରଣ ଗ୍ରାହକ ବାସନ୍ଦ କରିବା ବ୍ୟତୀତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଏଭଳି କ୍ଷେତ୍ରରେ ସରକାରୀ ଉଦ୍ୟମକୁ କୋର୍ଟ କଚେରିରେ ସମର୍ଥନର ମଧ୍ୟ ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri