ଅଙ୍ଗ ତସ୍କରୀ ପାଇଁ ପିଲା ଚୋରି: ମହିଳାଙ୍କ ସହ ଅପହରଣ କରିଥିବା ଯୁବକ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ ଏହି ଘଟଣାରେ ଏକ ବଡ଼ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଏପରି କି ଅଙ୍ଗ ତସ୍କରୀ ପାଇଁ ପିଲା ଚୋରି ହୋଇଥିବା ଏକ ବଡ଼ ସୂଚନା ମିଳିଛି। ଖାସ୍‌ କରି କିଡନୀ ପାଇଁ ପିଲା ଚୋରି କରିଥିବା ଅଭିଯୋଗ ହେଉଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସହ ଅପହରଣ କରିଥିବା ଯୁବକ ଗିରଫ କରିଛି। ପୋଲିସ ଉଭୟଙ୍କୁ ଅଧିକ ପଚରାଉଚରା କରୁଛି।

ସୂଚନା ଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମା’ଙ୍କ ପାଖରୁ ତାଙ୍କ ଦେଢ଼ବର୍ଷର ଶିଶୁପୁତ୍ରଙ୍କୁ ଚୋରି କରି ନିଆଯାଇଥିଲା। ପିଲାକୁ ହରାଇ ଭାଙ୍ଗିପଡ଼ିଥିବା ମା’ ଜୟନ୍ତୀ ମଲ୍ଲିକ ଏନେଇ ଖାରବେଳନଗର ଥାନାରେ ରବିବାର ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଏତଲାକୁ ଆଧାର କରି ଏକ ଅପହରଣଜନିତ ମାମଲା (ନଂ.୧୬୨/୨୦୨୫) ରୁଜୁ କରି ତଦନ୍ତ ତଦନ୍ତ ଆରମ୍ଭ କରିଥିଲା। ଜୟନ୍ତୀଙ୍କୁ ଦେଖାଯାଉ ନ ଥିବାରୁ ଅଭିଯୁକ୍ତ ଜଣକ ଏହାର ସୁଯୋଗ ନେଇ ଏହି କାଣ୍ଡ ଭିଆଇଥିଲେ।

ସୂଚନା ଅନୁଯାୟୀ, ଏତଲାକାରୀ ଜୟନ୍ତୀଙ୍କ ଦୁଇ ସନ୍ତାନ। ବଡ଼ଝିଅ ସାଇନ୍‌ ୭ ବର୍ଷ ହୋଇଥିବାବେଳେ ବର୍ଷେ ୭ ମାସର ହୋଇଥିବା ସାନପୁଅ ଶୁଭମକୁ ଅପହରଣ କରାଯାଇଥିଲା। ଜୟନ୍ତୀ ନିଳାଦ୍ରୀ ବିହାରସ୍ଥିତ ଏକ କନ୍ୟାଶ୍ରମରେ ରହୁଥିବା ବେଳେ ଗତ ୫ବର୍ଷ ହେବ ରାମମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଛନ୍ତି। ଦିନରେ ଭିକ୍ଷାବୃତ୍ତି କରି ରାତିରେ କନ୍ୟାଶ୍ରମକୁ ଫେରିଯାଆନ୍ତି। ରବିବାର ରାତିରେ ବର୍ଷା ହେବାରୁ ଜୟନ୍ତୀ ଆଶ୍ରମକୁ ଫେରିପାରି ନ ଥିଲେ। ସେ ରାତିରେ ରାମମନ୍ଦିର ସାମ୍ନାରେ ରହିଯିବା ସହ ଦୁଇପିଲା ମଧ୍ୟ ତାଙ୍କ ପାଖରେ ଥିଲେ।

ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ସେଠାକୁ ଆସି ସାନପୁଅ ସହ ଖେଳିଥିଲେ। ପୁଅକୁ କିଛି ଖାଦ୍ୟ ଦେବା ସହ ଜୁସ ମଧ୍ୟ ପିଇବାକୁ ଦେଇଥିଲେ। କୋଳକୁ ନେଇ ମୋବାଇଲ ଦେଖାଇଥିଲେ। ପିଲାଟି ମଧ୍ୟ ତାଙ୍କ ସହ ଖେଳିଥିଲା। ଏଭଳି ଦୁଇଘଣ୍ଟା ଧରି ଦୁର୍ବୃତ୍ତ ଜଣକ ପିଲା ସହ ହସିଖେଳି ସମୟ ବିତାଇଥିଲେ। ରାତି ପ୍ରାୟ ୨ଟା ବେଳେ ଜୟନ୍ତୀ ତାଙ୍କ ସାନପୁଅର ଡାକ ଶୁଣିବାକୁ ପାଇ ନ ଥିଲେ। ପରିବେଶ ଶୁନଶାନ ହୋଇଯିବାରୁ ଜୟନ୍ତୀ ସ୍ଥାନୀୟ ଲୋକଙ୍କୁ ଡାକ ପକାଇବା ସହ ପୋଲିସର ସାହାଯ୍ୟ ଲୋଡିଥିଲେ। ପୋଲିସ ଘଟଣାର ତଦନ୍ତ କରି ଶିଶୁପୁତ୍ରଙ୍କୁ ବାଲେଶ୍ୱରରୁ ଉଦ୍ଧାର କରିଛି। ଶିଶୁପୁତ୍ର ଉଦ୍ଧାର ପରେ ମା’ଙ୍କ ମୁହିଁରେ ହସି ଫୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri