Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିକ୍‌ମଗଲୁର

କର୍ନାଟକର ଚିକ୍‌ମଗଲୁର ଜିଲାରେ ଅବସ୍ଥିତ ଚିକ୍‌ମଗଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ
ରହିଛି ଅନେକ ଦର୍ଶନୀୟସ୍ଥାନ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ
ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ…

କର୍ନାଟକର ଚିକ୍‌ମଗଲୁର ଜିଲାରେ ଥିବା ଚିକ୍‌ମଗଲୁର୍‌ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଦର୍ଶନୀୟସ୍ଥାନ। ପାହାଡ, ଜଙ୍ଗଲ, ଝରଣା, ହ୍ରଦର ଆକର୍ଷଣରେ ଆକର୍ଷିତ ଏହି ସ୍ଥାନରେ ରହିଛି ପ୍ରସିଦ୍ଧ ମୁଲ୍ଲାୟାନ୍‌ ଗିରି ୍‌; ଯାହା ହେଉଛି ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। କେବଳ ଏତିକି ନୁହେଁ ଏଠାରେ ଥିବା ଅନେକ ପାର୍କ ତଥା ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ।
କ’ଣ ସବୁ ରହିଛି ଏଠାରେ
ଚିକ୍‌ମଗଲୁର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ମୁଲ୍ଲାୟାନ ଗିରି, ବାବା ବୁଦନଗିରି ପର୍ବତ, ଆୟାନାକେରେ ହ୍ରଦ, ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ, କୁଦ୍ରେମୁଖ ଜାତୀୟ ଉଦ୍ୟାନ, ଭଦ୍ରା ଡ୍ୟାମ୍‌, ହୋରାନାଡୁ ଓ ସ୍ରିଙ୍ଗେରୀ ନାମରେ ଦୁଇଟି ତୀର୍ଥ ସ୍ଥାନ, ୟଗତି ମଲ୍ଲିକାର୍ଜୁନ ମନ୍ଦିର, ବେଲୁର୍‌ ଓ ହାଲେବେଦୁ, ଜଙ୍କଲ୍‌ ପାର୍କ, ଇକୋ ଟୁରିଷ୍ଟ ସ୍ପଟ୍‌, ଗୁମ୍ଫା ମନ୍ଦିର, ଭ୍ୟୁ ପଏଣ୍ଟ୍‌ ଇତ୍ୟାଦି ହେଉଛି ସ୍ଥାନୀୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।
ଆଉ କ’ଣ ଖାସ୍‌ ରହିଛି ଏଠାରେ
କଳା ସଂସ୍କୃତିକୁ ଭଲ ପାଉଥିବା ଚିକ୍‌ମଗଲୁରବାସୀ ବି ବେଶ୍‌ ନାଟକପ୍ରେମୀ ହୋଇଥାନ୍ତି। ସେଥିପାଇଁ ଏଠାରେ କେତେକ ଥିଏଟର୍‌ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକ ଚାହିଁଲେ ଉକ୍ତ ଥିଏଟର୍‌ ଆଡ଼େ ବି ବୁଲି ଯାଇପାରିବେ। ଅନ୍ୟପକ୍ଷେ ଶପିଂ ପାଇଁ ବି ଏଠାରେ ରହିଛି ଅନେକ ମାର୍କେଟ୍‌; ଯେଉଁଠାରୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଜିନିଷ ବେଶ୍‌ ସୁଲଭ ମୂଲ୍ୟରେ କିଣି ପାରିବେ।
ଚିକ୍‌ମଗଲୁରର ଅର୍ଥନୀତି
ଚିକ୍‌ମଗଲୁରରେ ମୁଖ୍ୟତଃ କଫି ଉତ୍ପାଦନ ଭଲ ହୋଇଥାଏ। ଏହା ବାହାରକୁ ରପ୍ତାନୀ ମଧ୍ୟ ହୁଏ। ତେଣୁ ଚିକ୍‌ମଗଲୁରର ଅର୍ଥନୀତି ମୁଖ୍ୟତଃ କଫି ଚାଷ ଉପରେ ନିର୍ଭର କରିଥାଏ। ତା’ଛଡ଼ା ପର୍ଯ୍ୟଟନରୁ ମଧ୍ୟ ଏହି ଅଞ୍ଚଳ ଅନେକ ଫାଇଦା ପାଇଥାଏ। ତେଣୁ ପର୍ଯ୍ୟଟକ ଚାହିଁଲେ ଏଠାରେ ଥିବା କଫି ବଗିଚା ଆଡ଼େ ମଧ୍ୟ ବୁଲି ଯାଇ କିଛିଟା ନିଆରା ଅନୁଭୂତି ଲାଭ କରିପାରିବେ।
କ’ଣ ଖାଇବେ
ଚିକ୍‌ମଗଲୁରର ସ୍ଥାନୀୟ ଭୋଜନ ମାଲନଡ ବ୍ୟଞ୍ଜନ ଭାବେ ପରିଚିତ। ବିଶେଷକରି ମସଲାଦାର ବ୍ୟଞ୍ଜନ ଏଠାକାର ଲୋକଙ୍କର ଖୁବ୍‌ ପ୍ରିୟ। ଭାତ ଓ ମାଛ ତରକାରୀ ସ୍ଥାନୀୟ ଲୋକେ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ତା’ଛଡ଼ା ଅକ୍କି ରୋଟି, କକଡ, ନେନ୍ଦ୍ରାନ ଚିପ୍ସ (କଦଳୀର ଏକପ୍ରକାର ଚିପ୍ସ) ବି ଏଠାରେ ଭଲ ବିକ୍ରି ହୋଇଥାଏ। ପଇଡ଼ ପାଣି ପିଇବାକୁ ମଧ୍ୟ ସ୍ଥାନୀୟ ଲୋକେ ଖୁବ୍‌ ଭଲ ପାଆନ୍ତି। ତା’ଛଡ଼ା ଏଠାରେ ଯେହେତୁ କଫି ଭଲ ଚାଷ ହୋଇଥାଏ, ତେଣୁ କଫି ପିଇବାର ମଜା ହିଁ ଏଠି ବେଶ୍‌ ନିଆରା ଲାଗେ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ରହିଛି। କିନ୍ତୁ ବର୍ଷାଦିନେ ଯଦି ଏଠାକୁ ବୁଲିଯିବା ପାଇଁ ପ୍ଲାନିଂ କରୁଛନ୍ତି, ତା’ହେଲେ ଟିକେ ସାବଧାନତା ଅବଲମ୍ବନ କରିବାକୁ ହେବ। କାରଣ ଏଠାରେ ଥିବା ପାହାଡ଼ ପର୍ବତ ବୁଲିବାବେଳେ ବର୍ଷାରେ ଗୋଡ଼ ଖସିଯିବାର ସମ୍ଭାବନା ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଁଞ୍ଚତ୍ ବୁଲିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri