Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିକ୍‌ମଗଲୁର

କର୍ନାଟକର ଚିକ୍‌ମଗଲୁର ଜିଲାରେ ଅବସ୍ଥିତ ଚିକ୍‌ମଗଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ
ରହିଛି ଅନେକ ଦର୍ଶନୀୟସ୍ଥାନ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ
ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ…

କର୍ନାଟକର ଚିକ୍‌ମଗଲୁର ଜିଲାରେ ଥିବା ଚିକ୍‌ମଗଲୁର୍‌ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଦର୍ଶନୀୟସ୍ଥାନ। ପାହାଡ, ଜଙ୍ଗଲ, ଝରଣା, ହ୍ରଦର ଆକର୍ଷଣରେ ଆକର୍ଷିତ ଏହି ସ୍ଥାନରେ ରହିଛି ପ୍ରସିଦ୍ଧ ମୁଲ୍ଲାୟାନ୍‌ ଗିରି ୍‌; ଯାହା ହେଉଛି ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। କେବଳ ଏତିକି ନୁହେଁ ଏଠାରେ ଥିବା ଅନେକ ପାର୍କ ତଥା ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ।
କ’ଣ ସବୁ ରହିଛି ଏଠାରେ
ଚିକ୍‌ମଗଲୁର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ମୁଲ୍ଲାୟାନ ଗିରି, ବାବା ବୁଦନଗିରି ପର୍ବତ, ଆୟାନାକେରେ ହ୍ରଦ, ଭଦ୍ରା ବନ୍ୟପ୍ରାଣୀ ଅଭୟାରଣ୍ୟ, କୁଦ୍ରେମୁଖ ଜାତୀୟ ଉଦ୍ୟାନ, ଭଦ୍ରା ଡ୍ୟାମ୍‌, ହୋରାନାଡୁ ଓ ସ୍ରିଙ୍ଗେରୀ ନାମରେ ଦୁଇଟି ତୀର୍ଥ ସ୍ଥାନ, ୟଗତି ମଲ୍ଲିକାର୍ଜୁନ ମନ୍ଦିର, ବେଲୁର୍‌ ଓ ହାଲେବେଦୁ, ଜଙ୍କଲ୍‌ ପାର୍କ, ଇକୋ ଟୁରିଷ୍ଟ ସ୍ପଟ୍‌, ଗୁମ୍ଫା ମନ୍ଦିର, ଭ୍ୟୁ ପଏଣ୍ଟ୍‌ ଇତ୍ୟାଦି ହେଉଛି ସ୍ଥାନୀୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।
ଆଉ କ’ଣ ଖାସ୍‌ ରହିଛି ଏଠାରେ
କଳା ସଂସ୍କୃତିକୁ ଭଲ ପାଉଥିବା ଚିକ୍‌ମଗଲୁରବାସୀ ବି ବେଶ୍‌ ନାଟକପ୍ରେମୀ ହୋଇଥାନ୍ତି। ସେଥିପାଇଁ ଏଠାରେ କେତେକ ଥିଏଟର୍‌ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକ ଚାହିଁଲେ ଉକ୍ତ ଥିଏଟର୍‌ ଆଡ଼େ ବି ବୁଲି ଯାଇପାରିବେ। ଅନ୍ୟପକ୍ଷେ ଶପିଂ ପାଇଁ ବି ଏଠାରେ ରହିଛି ଅନେକ ମାର୍କେଟ୍‌; ଯେଉଁଠାରୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଜିନିଷ ବେଶ୍‌ ସୁଲଭ ମୂଲ୍ୟରେ କିଣି ପାରିବେ।
ଚିକ୍‌ମଗଲୁରର ଅର୍ଥନୀତି
ଚିକ୍‌ମଗଲୁରରେ ମୁଖ୍ୟତଃ କଫି ଉତ୍ପାଦନ ଭଲ ହୋଇଥାଏ। ଏହା ବାହାରକୁ ରପ୍ତାନୀ ମଧ୍ୟ ହୁଏ। ତେଣୁ ଚିକ୍‌ମଗଲୁରର ଅର୍ଥନୀତି ମୁଖ୍ୟତଃ କଫି ଚାଷ ଉପରେ ନିର୍ଭର କରିଥାଏ। ତା’ଛଡ଼ା ପର୍ଯ୍ୟଟନରୁ ମଧ୍ୟ ଏହି ଅଞ୍ଚଳ ଅନେକ ଫାଇଦା ପାଇଥାଏ। ତେଣୁ ପର୍ଯ୍ୟଟକ ଚାହିଁଲେ ଏଠାରେ ଥିବା କଫି ବଗିଚା ଆଡ଼େ ମଧ୍ୟ ବୁଲି ଯାଇ କିଛିଟା ନିଆରା ଅନୁଭୂତି ଲାଭ କରିପାରିବେ।
କ’ଣ ଖାଇବେ
ଚିକ୍‌ମଗଲୁରର ସ୍ଥାନୀୟ ଭୋଜନ ମାଲନଡ ବ୍ୟଞ୍ଜନ ଭାବେ ପରିଚିତ। ବିଶେଷକରି ମସଲାଦାର ବ୍ୟଞ୍ଜନ ଏଠାକାର ଲୋକଙ୍କର ଖୁବ୍‌ ପ୍ରିୟ। ଭାତ ଓ ମାଛ ତରକାରୀ ସ୍ଥାନୀୟ ଲୋକେ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ତା’ଛଡ଼ା ଅକ୍କି ରୋଟି, କକଡ, ନେନ୍ଦ୍ରାନ ଚିପ୍ସ (କଦଳୀର ଏକପ୍ରକାର ଚିପ୍ସ) ବି ଏଠାରେ ଭଲ ବିକ୍ରି ହୋଇଥାଏ। ପଇଡ଼ ପାଣି ପିଇବାକୁ ମଧ୍ୟ ସ୍ଥାନୀୟ ଲୋକେ ଖୁବ୍‌ ଭଲ ପାଆନ୍ତି। ତା’ଛଡ଼ା ଏଠାରେ ଯେହେତୁ କଫି ଭଲ ଚାଷ ହୋଇଥାଏ, ତେଣୁ କଫି ପିଇବାର ମଜା ହିଁ ଏଠି ବେଶ୍‌ ନିଆରା ଲାଗେ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ରହିଛି। କିନ୍ତୁ ବର୍ଷାଦିନେ ଯଦି ଏଠାକୁ ବୁଲିଯିବା ପାଇଁ ପ୍ଲାନିଂ କରୁଛନ୍ତି, ତା’ହେଲେ ଟିକେ ସାବଧାନତା ଅବଲମ୍ବନ କରିବାକୁ ହେବ। କାରଣ ଏଠାରେ ଥିବା ପାହାଡ଼ ପର୍ବତ ବୁଲିବାବେଳେ ବର୍ଷାରେ ଗୋଡ଼ ଖସିଯିବାର ସମ୍ଭାବନା ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଁଞ୍ଚତ୍ ବୁଲିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri