ଆଜି ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧି ଗୁରୁବାର ସକାଳେ ଶେଷ ହେବ। ତେଣୁ ଆସନ୍ତାକାଲିଠୁ ନିୟମାବଳୀ କ’ଣ ହେବ, କେଉଁଠି କଟକଣା କୋହଳ ହେବ, କେଉଁଠି ପୂର୍ବ ପରି ଲାଗୁ ହେବ ନେଇ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିପାରନ୍ତି।