ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ)- ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ଅସିତ୍‌ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର ନେବା ସଂକ୍ରାନ୍ତରେ ସରକାର ସୂଚିତ କରିଛନ୍ତି । ୧୯ ଅଗଷ୍ଟ ୨୦୧୯ରେ ମୁଖ୍ୟ ଶାସନ ସଚିବ ଭାବେ ଅଭସ୍ଥାପିତ ହୋଇଥିବା ତ୍ରିପାଠୀ ରାଜ୍ୟ ସରକାରଙ୍କ କରୋନା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।