ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ: ମାର୍ଚ୍ଚ ୮ ସୁଦ୍ଧା ବାଳିକାଙ୍କ…

ଭୁବନେଶ୍ୱର,୭ା୧(ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବାଳିକା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାର୍ଚ୍ଚ ୮ ପୂର୍ବରୁ ଯେପରି ଶୌଚାଳୟ ସୁନିଶ୍ଚିତ ହେବ ସେନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଂପୃକ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟସ୍ତରୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀର ନିଷ୍ପତ୍ତିକୁ ନେଇ ମୁଖ୍ୟ ଶାସନ ସଚିବ ଗର୍ଗ ୩ଟି ବିଭାଗକୁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ରହିଛି। ସମ୍ପୃକ୍ତ ୩ ବିଭାଗକୁ କୁହାଯାଇଛି, ବିକଶିତ ଭାରତ ପାଇଁ ମାନବ ସମ୍ବଳର ସର୍ବାଧିକ ଗୁରୁତ୍ୱ ରହିଛି। ଏହି ଦୃଷ୍ଟିରୁ ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିକ୍ଷା ଓ ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯାଇଛି। ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୮ ପୂର୍ବରୁ ଯେପରି ସମସ୍ତ ବାଳିକା ବିଦ୍ୟାଳୟ ଅଥବା ମହାବିଦ୍ୟାଳୟରେ ଶୌଚାଳୟ ପ୍ରସ୍ତୁତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶନାମାକୁ ନେଇ ଚଳିତମାସ ୩ରେ ଏକ ନିର୍ଦ୍ଦେଶନାମା ସଂପୃକ୍ତ ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଲାଗି ଶିଶୁବାଟିକା ତଥା ପ୍ରାକ୍‌ ଶିକ୍ଷାନୁଷ୍ଠାନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ଖୁସିକେନ୍ଦ୍ର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଏହାସହିତ ଶିଶୁମାନଙ୍କ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଖେଳନାଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମନୋରଞ୍ଜନ ସାମଗ୍ରୀ ରହିବ। କିଛି ସମୟରେ ଶିଶୁମାନଙ୍କୁ ନିକଟସ୍ଥ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପରିଭ୍ରମଣ କରାଇ ଆନନ୍ଦ ଜନ୍ମାଇବାକୁ ପଡ଼ିବ। ଏକାଠି ବସି ତିଥି ଭୋଜନ କରିବେ। ଶିଶୁମାନଙ୍କ ମଧ୍ୟରେ ପୋଷଣ ପ୍ରତିଯୋଗିତା ମଧ୍ୟ କରାଯାଇପାରିବ। ଏହିଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଙ୍କୁ ବିଦ୍ୟାଳୟ ପ୍ରତି ଆଗ୍ରହ ଜନ୍ମାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା ପରାମର୍ଶରେ ପ୍ରାଥମିକ ବିଦ୍ୟାଳୟସ୍ତରରେ ଇଣ୍ଟରନେଟ୍‌, ବିଜ୍ଞାନ ଉପକରଣ, ଆଇସିଟି ଲ୍ୟାବ୍‌ ପ୍ରଭୃତି ବ୍ୟବସ୍ଥା ରହିବାକୁ କୁହାଯାଇଛି। ବିଦ୍ୟାଳୟରେ ଯେପରି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁଛନ୍ତି, ସେମାନଙ୍କର ଏବଂ ସେମାନଙ୍କ ଅଭିଭାବକଙ୍କ ମାନସିକତା ପରୀକ୍ଷା କରାଯିବ। ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଏବଂ ଗୋଟିଏ ଶ୍ରେଣୀରେ କେତେ ପିଲା ପଢ଼ିପାରିବେ ତାହାର ନିର୍ଦ୍ଦିଷ୍ଟତା ରହିବ। ମଧ୍ୟମ ପାଠ ପଢ଼ିବା ପର୍ଯ୍ୟନ୍ତ ଶିଶୁଙ୍କ ମନସ୍ତାତ୍ତ୍ୱିକ ପରୀକ୍ଷା କରାଯିବ। ସବୁଠାରୁ ବଡ଼କଥା ହେଲା, ଗ୍ରାମାଞ୍ଚଳ ବିଦ୍ୟାଳୟରେ ଯେପରି ସହରାଞ୍ଚଳ ସୁବିଧା ରହିବ ତାହାକୁ ଦୃଷ୍ଟି ଦେବାକୁ ହେବ। ସେହିପରି ମହାବିଦ୍ୟାଳୟସ୍ତରରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି।
ସେଥିମଧ୍ୟରେ ଶିଳ୍ପ-ଶିକ୍ଷା ମଧ୍ୟରେ ସହଯୋଗ ସୁଦୃଢ଼, ଇଣ୍ଟର୍ନଶିପ୍‌ ଓ ଆପ୍ରେଣ୍ଟିସିପ୍‌ ବ୍ୟବସ୍ଥାକୁ ଶକ୍ତ କରିବା
ସହିତ କୃଷି, ଉଚ୍ଚ ଶିକ୍ଷା ପରିବେଶର ଭବିଷ୍ୟତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହାସହିତ ଇନ୍‌କ୍ୟୁବେଶନ୍‌ ସେଣ୍ଟର ମାଧ୍ୟମରେ ରାଜ୍ୟ ପ୍ରାଦ୍ୟୋଗିକ ସଂସ୍ଥାଗୁଡ଼ିକର ନବୋନ୍ମେଷ ପରିବେଶକୁ ଶକ୍ତ କରିବା, ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ମଡେଲ୍‌ ଫିନିଶିଂ ସ୍କୁଲ୍‌ ଭାବେ ଉନ୍ନୀତ କରିବା
ଓ ଆତ୍ମହତ୍ୟା ରୋକିବା ପାଇଁ ମାନସିକ ପରାମର୍ଶ ସେବା ପ୍ରଦାନ କରିବା ଭଳି ବ୍ୟବସ୍ଥା ଆପଣାଇବାକୁ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri