କଟକ,୨୦ା୮: ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। କୌଣସି ଏକ ଅସ୍ତ୍ରୋପଚାର ପାଇଁ ସେ ଆସିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ସନ୍ଧ୍ୟାରେ ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେବେ।
କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଏଠାରେ MRI ସ୍କାନ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ଖବର ଚର୍ଚ୍ଚାରେ ଥିଲା।
ପ୍ରିୟଙ୍କା ଗତ ଜୁଲାଇ ୨୩ରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ପ୍ରତିଷ୍ଠାନର ଜଣେ ବରିଷ୍ଠ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ MRI ସ୍କାନ କରିବାକୁ ପରାମର୍ଶ ଦେଇଥିଲେ। ତଥାପି SCBMCHର ଆଞ୍ଚଳିକ ଡାଇଗ୍ନୋଷ୍ଟିକ ସେଣ୍ଟର (RDC)ରେ MRI ମେଶିନ ଅଚଳ ପଡ଼ିଥିବା ଦେଖିବାକୁ ମିଳିଥିଲା।
SCBMCHର କର୍ତ୍ତୃପକ୍ଷ ନିକଟସ୍ଥ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ କ୍ୟାନସର (AHPGIC)ରେ ମାରାଣ୍ଡିଙ୍କ ପାଇଁ MRI ସ୍କାନ ବ୍ୟବସ୍ଥା କରିଥିଲେ।
ଏହି ଘଟଣା ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। SCBMCHରେ ଭିତ୍ତିଭୂମି ସମସ୍ୟାର ସମାଧାନ କରିବାରେ ବିଫଳତା ପାଇଁ ଦଳ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ଟାର୍ଗେଟ କରିଥିଲା କଂଗ୍ରେସ।


