୧୭ରେ ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ

ଭୁବନେଶ୍ବର, ୪ା୧୦(ବ୍ୟୁରୋ):ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୨ର ତୃତୀୟ ସଂସ୍କରଣ’ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଚଳିତ ମାସ ୧୭ରେ ହାଇଦ୍ରାବାଦରେ ‘ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫିକ୍କି ସହଯୋଗରେ ହେବାକୁ ଥିବା ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡ଼ିଛି। ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୂଚନା ଅନୁସାରେ, ନିବେଶକଙ୍କ ସହ ୱାନ୍‌-ଟୁ-ୱାନ୍‌ ବୈଠକ ଓ ନିବେଶକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ସେଥିପାଇଁ ନିଜର ଜନ୍ମଦିନ ଅକ୍ଟୋବର ୧୬ରେ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଦିନ ହାଇଦ୍ରାବାଦ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ହାଇଦ୍ରାବାଦର ହୋଟେଲ ତାଜ୍‌ କ୍ରିଷ୍ଣାରେ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୭ରେ ନିବେଶକ, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri