ବିଧାୟିକାଙ୍କ ହସ୍ତକ୍ଷେପ ପରେ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ମିଳିବାରେ ବହୁ ବିଳମ୍ବ ହୋଇଥାଏ। କିନ୍ତୁ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ପ୍ରଚେଷ୍ଟା ବଳରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ସହାୟତା ପାଇପାରିଛନ୍ତି। ସେମାନେ ହେଲେ କର୍ଲାମୁଣ୍ଡା ନିବାସୀ ସୁମତୀ ନାଏକ, ଓ ପୋରକେଲା ପଞ୍ଚାୟତ ଖରଜୁରା ଗ୍ରାମର ଘନଶ୍ୟାମ ପ୍ରଧାନ ସମେତ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳର ଲୋକେ ସୁଫଳ ପାଇଛନ୍ତି। ଏଥିପାଇଁ ସେମାନେ ବିଧାୟକ ବିଧାୟିକା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ତଥା ଯୁବନେତା ଦୁର୍ଗା ପ୍ରସାଦ ମହାନ୍ତି ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share