ମୁଖ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମିଳିବ ଇନ୍‌ପୁଟ୍‌ ସବସିଡି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମରୁଡି ପ୍ରଭାବିତ ଅଞ୍ଚଳରେ ଇନ୍‌ପୁଟ୍‌ ସବସିଡି ଦେବାକୁ ଘୋଷଣା କରାଯାଇଛି। ଏ ନେଇ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଅନ୍ୟପକ୍ଷେ ଫସଲ ବୀମା ପ୍ରଦାନ ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କେନ୍ଦ୍ର କୃଷି ମନ୍ତ୍ରୀ ଆଲୋଚନା କରିଥିଲେ।