ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି ସୂତ୍ରରୁ ଖବରପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଅନିଲଙ୍କ ପରିବାରକୁ ଫେସବୁକ ଜରିଆରେ ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ନିମନ୍ତେ ଗଞ୍ଜାମ ଏନଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଟୋନି ପଣ୍ଡା, ଭାଜପା ଯୁବନେତା ମୁଖ୍ୟମନ୍ତ୍ରୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ରାଉଳ ସାହିର ବାଲାଜୀ ମହାପାତ୍ରଙ୍କ ପୁଅ ଅନିଲ ମହାପାତ୍ର (୩୫ ବର୍ଷ ) ଅନିଲ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ । ଆସିଲା ବେଳେ ବ୍ରହ୍ମପୁର ନିକଟସ୍ଥ ଅମ୍ବପୁଆ ଠାରେ ରାସ୍ତାରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଅନିଲକୁ ଧକ୍କା ଦେଇ ଚାଲି ଯାଇଥିଲା । ସେଠାରୁ ଗୁରୁତର ଅନିଲଙ୍କୁ ବ୍ରହ୍ମପୁର ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକେ। ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ଖରର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ମେଡିକାଲ ଯାଇ ମୃତ ଅନିଲଙ୍କ ପରିବାରଙ୍କୁ ଭେଟିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଛତ୍ରପୁର ବିଧାୟକଙ୍କ ଯୋଗୁ ମୃତ ଅନିଲଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ମିଳିପାରିଲା ବୋଲି ବିଜେଡି ଯୁବ ସଭାପତି ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି l

 

 

Odisha’s No.1 Odia Daily

Share