ଭୁବନେଶ୍ୱର,୭।୨: ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ଚେତାବନୀ ଦେଇଛନ୍ତି। ଗିରଫ PD ଶାନ୍ତନୁ ମହାପାତ୍ରଙ୍କ ଉଦାହରଣ ଦେଇ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ବି ତାଙ୍କ ଘରେ ଭିଜିଲାନ୍ସ ପଶଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ସରକାର ଭଲ ଅଫିସରଙ୍କୁ ପୁରସ୍କାର ଦେବ। ଦୁର୍ନୀତିଗ୍ରସ୍ତଙ୍କୁ ଛାଡ଼ିବ ନାହିଁ ବୋଲି କହିଛନ୍ତି।
ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ। ଶାନ୍ତନୁଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଇଛି। ଆୟବହିର୍ଭୁତ ସମ୍ପତ୍ତି ୧ଟି ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୪୨୨ ଗ୍ରାମ ସୁନା, ୯୧ ଲକ୍ଷ ଟଙ୍କାରୁ ଅଧିକ ଜମା, ୨ କୋଟି ନଗଦ ଟଙ୍କା ସନ୍ତୋଷଜନକ ଭାବରେ ଶାନ୍ତନୁ ବ୍ୟାଖ୍ୟା କରିପାରି ନ ଥିଲେ। ଏ ନେଇ ମହାପାତ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଆଜି ତାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ପାଇଁ କୋର୍ଟକୁ ପଠାଯିବ।
ଏହା ବ୍ୟତୀତ ମହାପାତ୍ରଙ୍କ ୪ ଜଣ ସହଯୋଗୀ ମୋହନ ମଣ୍ଡଳ ସହାୟକ କୃଷି ଇଞ୍ଜିନିୟର, ବିଶ୍ୱଜିତ ମଣ୍ଡଳ ଡିଇଓ, ଅମୀୟକାନ୍ତ ସାହୁ, ଠିକା କର୍ମଚାରୀ ଅଲେଖ ପ୍ରଧାନଙ୍କୁ ମଧ୍ୟ ମହାପାତ୍ରଙ୍କ ସହିତ ସରକାରୀ ଅର୍ଥ ଆତ୍ମସାତ ପାଇଁ ଗିରଫ କରାଯାଇଛି।

