ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ଦିରର ବିକାଶ ଲାଗି କଲେ ବଡ଼ ଘୋଷଣା, ମିଳିବ ଏତିକି କୋଟି ଟଙ୍କା…

ପୁରୁଷୋତ୍ତମପୁର,୮ା୫(ସୀମାଞ୍ଚଳ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏହାସହ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଉନ୍ନୟନମୂଳକ କାର୍ଯ୍ୟ ପରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ମିଳିଲା। ବିକଶିତ, ସମୃଦ୍ଧ ଓଡ଼ିଶା ଗଠନ ଲାଗି ମା’ଙ୍କଠାରେ ପ୍ରାର୍ଥନା କଲି, ଓଡ଼ିଶାବାସୀ ବିକାଶ କାମନା କଲି। ମନ୍ଦିରର ବିକାଶଲାଗି ଜିଲା ପ୍ରଶାସନର ଅଟକଳ ପ୍ରକାରେ ୩୦ କୋଟି ଟଙ୍କା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିବାବେଳେ ଆସିକା ଏମ୍‌ପ ଅନିତା ଶୁଭଦଶର୍ନୀ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସୀତାରାମ ପାଣୀଗ୍ରାହୀ ଚିଣ୍ଟୁ ମହାପାତ୍ର, ଜୟନାରାୟଣ ଦାଶ, ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା l ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ମା’ଙ୍କ ପୀଠକୁ ଆସି ଦର୍ଶନ କରିଥିବାବେଳେ ପୂଜକମାନେ ପୀଠରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସର ଅଙ୍ଗଦାନକାରୀ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri