ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯:   ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇରେ ଦୁଇଦିନିଆ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ରାଜ୍ୟର ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ସାମିଲ ହେବେ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ବିଦେଶୀ ନିବେଶ ବଢ଼ାଇବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ। ଦୁବାଇରେ ବିଭିନ୍ନ ଶିଳ୍ପପତି, ନିବେଶକ ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ସରକାର ପକ୍ଷରୁ ୱାନ୍‌-ଟୁ-ୱାନ୍‌ ଆଲୋଚନା କରାଯିବ।

ଏହି ଅବସରରେ ଓଡ଼ିଶାର ଶିଳ୍ପ ସମ୍ଭାବନା, ଭିତ୍ତିଭୂମି, ନିବେଶ ଅନୁକୂଳ ନୀତି ଏବଂ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ନିବେଶର ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ। ଧାତୁ ଓ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି ଓ ଗ୍ରୀନ୍‌ ହାଇଡ୍ରୋଜେନ୍‌, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯିବ।

ଦୁବାଇରେ ଏକ ରୋଡ୍‌ ଶୋ’ ମଧ୍ୟ ଆୟୋଜନ କରାଯିବ। ଏଥିରେ ଓଡ଼ିଶାରେ ନିବେଶର ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ସମ୍ପର୍କରେ ନିବେଶକଙ୍କୁ ସୂଚନା ଦିଆଯିବ। ଏହା ସହ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ…

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି…

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ…

ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିପାରିନାହାଁନ୍ତି ମୟଙ୍କ ଅଗ୍ରୱାଲ; ଏବେ, ଖେଳିବା ପାଇଁ ଏହି ଦେଶକୁ ଯିବେ

ନୂଆଦିଲ୍ଲୀ,୧।୯: ଗତ ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିବା ପାଇଁ ଆଶା ରଖିଥିବା ମୟଙ୍କ ଅଗ୍ରୱାଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଇଂଲଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri