ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ ନିଆଯାଇଥିଲା। ତାଙ୍କର ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିବା ସହ ଭାଇଙ୍କ ଶେଷକୃତ୍ୟରେ ସାମିଲ ହେବା ଅପରାହ୍ନରେ ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ। ଗ୍ରାମରେ ପହଞ୍ଚି ତାଙ୍କର ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ। ଏହାକୁ ନେଇ ରାଇକଳା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହେବା ଦଳୀୟ ତଥା ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା କର୍ମୀଙ୍କ ପ୍ରବଳ ଭିଡ଼ ଜମିଥିଲା।

ସୂଚନା ଥାଉକି, ଦୀନବନ୍ଧୁ ଲୋୟର ପିଏମଜିରେ ଥିବା ସରକାରୀ ବାସଭବନରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ଅନୁଭବ ହୋଇଥିଲା। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଅବସ୍ଥା ଦିନରେ ଭଲ ଥିଲା ବୋଲି ତାଙ୍କର ସହଯୋଗୀ ଜଗନ୍ନାଥ ମୁଦି ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଥିଲେ।

Dharitri – Odisha’s No.1 Odia Daily

Share