ମା’ ଦୁଆରଶୁଣୀ ପାଣିପଞ୍ଚାୟତକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି,୨୩ା୧(ଅଶେଷ ନାଥ ମିଶ୍ର): ରାଜ୍ୟସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ୨୦୨୬ ଅବସରରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ବିଭାଗର ୨୧ ନଂ. ପାଣି ପଞ୍ଚାୟତ ମା’ ଦୁଆରଶୁଣୀ ପାଣି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ଦିଗପହଣ୍ଡି ବ୍ଲକ୍‌ ବି . ତୁରୁବୁଡି ପଞ୍ଚାୟତ ଛତ୍ରମନ୍ଦିର ଗାଁ ସ୍ଥିତ ମା’ ଦୁଆରଶୁଣୀ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ପାଣିପଞ୍ଚାୟତର ସାମୁହିକ କାର୍ଯ୍ୟକ୍ରମ, ଉପଯୁକ୍ତ ସମୟରେ ଚାଷୀଙ୍କ ଚାଷଜମିକୁ ସୁଷମ ପାଣି ବଣ୍ଟନ ଏବଂ ପରିଚାଳନା କରାଯାଉଥିବା ଯୋଗୁ ପାଣିପଞ୍ଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ କେ . ସଞ୍ଜୀବ କୁମାର ରେଡ୍ଡୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଜଳସମ୍ପଦ ବିଭାଗର ରାଜ୍ୟସ୍ତରୀୟ ଅଧିକାରୀ ବୃନ୍ଦଙ୍କ ଉପସ୍ଥିତିରେ ସମ୍ମାନିତ କରାଯିବା ସହ ରାଜ୍ୟସ୍ତରୀୟ ପୁରସ୍କାର ଓ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଚେକ ପ୍ରଦାନ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ଚାଷୀ ଭାବେ ସିମାଞ୍ଚଳ କରଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ପାଣିପଞ୍ଚାୟତ ଶୀର୍ଷ କମିଟିର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା। ପୁରସ୍କାର ଗ୍ରହଣ ସମୟରେ ପାଣି ପଞ୍ଚାୟତ ସମ୍ପାଦକ ଇ . ବିପ୍ର ଦୋରା , କୋଷାଧ୍ୟକ୍ଷ ଜେ . ଦେବରାଜଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ମହୋତ୍ସବ: ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗୁଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ…

ସାଧାରଣତନ୍ତ୍ର ଦିବସ ପାଳନକୁ ଅବମାନନା, ଉଡ଼ିଲା ନାହିଁ ଜାତୀୟ ପତାକା, ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ତୁମୁଡିବନ୍ଧ,୨୬।୧(ଦୀପକ କୁମାର ପରାସେଠ): ପଲ୍ଲୀରୁ ଦିଲ୍ଲୀ ସୋମବାର ଆନନ୍ଦ ଉଲ୍ଲାସରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୃଷି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri