ମା’ ଦୁଆରଶୁଣୀ ପାଣିପଞ୍ଚାୟତକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି,୨୩ା୧(ଅଶେଷ ନାଥ ମିଶ୍ର): ରାଜ୍ୟସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ୨୦୨୬ ଅବସରରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ବିଭାଗର ୨୧ ନଂ. ପାଣି ପଞ୍ଚାୟତ ମା’ ଦୁଆରଶୁଣୀ ପାଣି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ଦିଗପହଣ୍ଡି ବ୍ଲକ୍‌ ବି . ତୁରୁବୁଡି ପଞ୍ଚାୟତ ଛତ୍ରମନ୍ଦିର ଗାଁ ସ୍ଥିତ ମା’ ଦୁଆରଶୁଣୀ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ପାଣିପଞ୍ଚାୟତର ସାମୁହିକ କାର୍ଯ୍ୟକ୍ରମ, ଉପଯୁକ୍ତ ସମୟରେ ଚାଷୀଙ୍କ ଚାଷଜମିକୁ ସୁଷମ ପାଣି ବଣ୍ଟନ ଏବଂ ପରିଚାଳନା କରାଯାଉଥିବା ଯୋଗୁ ପାଣିପଞ୍ଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ କେ . ସଞ୍ଜୀବ କୁମାର ରେଡ୍ଡୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଜଳସମ୍ପଦ ବିଭାଗର ରାଜ୍ୟସ୍ତରୀୟ ଅଧିକାରୀ ବୃନ୍ଦଙ୍କ ଉପସ୍ଥିତିରେ ସମ୍ମାନିତ କରାଯିବା ସହ ରାଜ୍ୟସ୍ତରୀୟ ପୁରସ୍କାର ଓ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଚେକ ପ୍ରଦାନ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ଚାଷୀ ଭାବେ ସିମାଞ୍ଚଳ କରଙ୍କୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ପାଣିପଞ୍ଚାୟତ ଶୀର୍ଷ କମିଟିର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା। ପୁରସ୍କାର ଗ୍ରହଣ ସମୟରେ ପାଣି ପଞ୍ଚାୟତ ସମ୍ପାଦକ ଇ . ବିପ୍ର ଦୋରା , କୋଷାଧ୍ୟକ୍ଷ ଜେ . ଦେବରାଜଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶା ସେବନ କରୁଥିଲେ ସ୍ତ୍ରୀ, ରାଗିଯାଇ ହତ୍ୟା କରିଥିଲେ ସ୍ବାମୀ, ବ୍ୟବଚ୍ଛେଦ ରିପୋର୍ଟରେ ବଡ଼ ଖୁଲାସା

ଦେବଗଡ,୧୩।୩(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଥାନା ବ୍ରାହ୍ମଣୀମାଳ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ…

ଶତ୍ରୁଙ୍କ ବିରୋଧରେ ମୋଜ୍‌ତାବାଙ୍କ ରଣହୁଙ୍କାର, ଆମ ବଳିଦାନର ପ୍ରତିଶୋଧ ନେବୁ

ତେହରାନ୍‌ ,୧୩।୩: ଆମେରିକା-ଇରାନ୍‌ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍‌ର ନବ ନିଯୁକ୍ତ ସୁପ୍ରିମ ଲିଡର୍‌ ମୋଜ୍‌ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର…

ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri