ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ୱର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ। ତେବେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲାରେ ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ୭ ଦିନ ମଧ୍ୟରେ କାର୍ଡ ବଣ୍ଟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ୩୬୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୭୭ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୧୧୮୬ କୋଟି ଟଙ୍କା ଅଟକଳ ମୂଲ୍ୟର ୧୦୯ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ରହିଛି।

ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୩ ଜଣ ଆଡିଶ୍‌ନାଲ ଏସ୍‌ପି ଓ ୧୩ ଜଣ ଡିଏସ୍‌ପିଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା କରାଯିବ । ଏଥିପାଇଁ ୨୨ ଜଣ ଇନ୍ସପେକ୍ଟର, ୯୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ନିଯୁକ୍ତ ହୋଇଛନ୍ତି ।