କପିଲ୍‌ ଶର୍ମା ଶୋ’ରେ ନବୀନ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଲୋକପ୍ରିୟ ଜାତୀୟ ଟିଭି ଶୋ’ ଦି କପିଲ୍‌ ଶର୍ମା ଶୋ’ରେ ପ୍ରଥମ ଥର ଲାଗି ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ବହୁ ବଲିଉଡ୍‌ ତାରକା ନିଜର ଫିଲ୍ମ ପ୍ରମୋସନ୍‌ ଲାଗି ସୋନି ଟିଭିର ଏହି ଶୋ’କୁ ଆସିଥାନ୍ତି। ସେହିପରି ବହୁ କ୍ରୀଡ଼ାବିତ୍‌ ଏବଂ ରାଜନେତାଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ। ତେବେ ଏଥିରେ ଏଥର ନବୀନଙ୍କୁ ଦେଖିବାକୁ ମିଳିଛି। ଶନିବାର ଏହି ଶୋ’ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି ଅତିଥି ଭାବେ ଯୋଗ ଦେଇଥିଲେ। ସୋ’ ଚାଲିଥିବା ସମୟରେ କପିଲ ଶର୍ମା ଓଡ଼ିଶା ସରକାରଙ୍କ ହକି ପ୍ରତି ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ମହିଳା ଓ ପୁରୁଷ ଦଳର ହକି ଖେଳାଳି ସେମାନଙ୍କ ଜବରଦସ୍ତ ପ୍ରଦର୍ଶନ ଜରିଆରେ ଦେଶର ନାଁ ଉଜ୍ୱଳ କରିଛନ୍ତି। ଏହା ଆଗାମୀ ଦିନର ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। ସେମାନେ ଏମାନଙ୍କ ଦ୍ୱାରା ଅନୁପ୍ରେରିତ ହେବେ। ଟୋକିଓ ସଫଳତା ଏକ ଆରମ୍ଭ ମାତ୍ର, ଆଗକୁ ଆହୁରି ସଫଳତାର ଶିଡ଼ି ଚଢ଼ିବା। ଏହାସହ ହକିକୁ ସପୋର୍ଟ କରୁଥିବାରୁ କପିଲ୍‌ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ କପିଲ୍‌ ମଧ୍ୟ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଉଭୟ ମହିଳା ଓ ପୁରୁଷ ହକି ଦଳ ନିକଟରେ ଟୋକିଓ ଅଲିମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରିଥିଲେ। ୪୧ ବର୍ଷ ପରେ ହକିରେ ମେଡାଲ ଆଣିଥିଲା ପୁରୁଷ ଟିମ୍‌। ସେହିପରି ମହିଳା ଟିମ୍‌ ନିଜର ଲଢ଼ୁଆ ପ୍ରଦର୍ଶନ ବଳରେ ସମସ୍ତଙ୍କ ହୃଦୟ ଜିତିପାରିଥିଲା। ତେବେ ଏହା ପଛରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି। ଓଡ଼ିଶା ସରକାର ହକିକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ଓଡ଼ିଶା ସରକାର ଦଳର ପ୍ରାୟୋଜକ ରହିଛନ୍ତି। ୨୦୧୮ରୁ ପ୍ରଥମେ ୫ ବର୍ଷ ପାଇଁ ଓଡ଼ିଶା ସରକାର ଉଭୟ ଟିମ୍‌ର ପ୍ରାୟୋଜକ ରହିଥିବାବେଳେ ପରବର୍ତ୍ତୀ ୧୦ ବର୍ଷ ପାଇଁ ମଧ୍ୟ ପ୍ରାୟୋଜକ ରହିବ ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri