କେନ୍ଦୁଝର,୮।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାନେଇ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିବା ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି।
କେନ୍ଦୁଝର ଖଣି ବହୁଳ ଜିଲା ହୋଇଥିବାରୁ ଜିଲାରେ ମାତ୍ରାଧିକ ଗାଡି ଚଳାଚଳ କରିଥାଏ। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜର ରହିଛି। ଏହାକୁ ଦୃଷ୍ଟିରେ ରଖିବା ସହ ଜିଲାର ଅପହଞ୍ଚ ଅଞ୍ଚଳରେ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ସହାୟକ ହେବ ବୋଲି କେନ୍ଦୁଝର ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆନ ବାଇବାର୍ଥ ପ୍ରକାଶ କରିଛି। ୩ଟି ଘରୋଇ ସଂସ୍ଥାର ଅନୁଦାନରେ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


