ରାଜ୍ୟରେ ହଇଚଇ: ‘ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା’

ଭୁବନେଶ୍ୱର,୧୫।୭ : ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦିଅନ୍ତୁ ଇସ୍ତଫା ବୋଲି ବିଜେଡି ନେତା କହିଛନ୍ତି।

ମଙ୍ଗଳବାର ବିଜେଡି ପକ୍ଷରୁ ପୂର୍ବାହ୍ନ ୧୧ଟାରେ ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି। ନାରୀ ଅସୁରକ୍ଷିତ ହୋଇ ପଡିଥିବା ବେଳେ ସେମାନଙ୍କ ନ୍ୟାୟ ପ୍ରଦାନ କରାଯାଉ ନାହିଁ । ଏହାକୁ ନେଇ ବିଜେଡି ଜିଲା(ପୂର୍ବ) ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶର୍‌ବରେ ଶହଶହ ଯାନବାହାନ ଅଟକି ରହିଥିଲା । ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନେତା ଓ କର୍ମୀମାନେ ଦୀର୍ଘ ସମୟ ଧରି ବିକ୍ଷୋଭ କରିଛନ୍ତି।

ସେପଟେ କଂଗ୍ରେସ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି।ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ । ଏହା ସହ ଆଜି ସବୁ ସହରରେ ଜଳାଯିବ କ୍ୟାଣ୍ଡେଲ ଲାଇଟ । ତେବେ ଓଡ଼ିଶା ବନ୍ଦ ଡାକରାରେ ସମସ୍ତେ ସାମିଲ ହେବା ପାଇଁ ଆଦ୍ୱାନ ଦେଇଛି ଦଳ । ଏଥିସହ ଆହୁରି ଏକ ଖବର ସାମ୍ନାକୁ ଆସୁଛି ବର୍ତ୍ତମାନ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ , ଆଗକୁ ସଂସଦରେ ବସିବ ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆଜି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ ।

ଅନ୍ୟପଟେ ପୈତୃକ ଗାଁ ମଶାଣିରେ ଜଳିଛି ସୌମ୍ୟାଶ୍ରୀଙ୍କ ମୃତ ଶରୀର। ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!

ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ

ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...

ସାମ୍ନାକୁ ଆସିଲା ବିରାଟ-ରୋହିତଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ଟିମଙ୍କ ସହ ବୁଲିଲେ ଅପରାଧି!

ରାୟପୁର,୫।୧୨: ରାୟପୁରରେ ଖେଳାଯାଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ସମୟରେ ଖେଳାଳିଙ୍କ ସୁରକ୍ଷାରେ ବଡ଼ ଅବହେଳାର ପର୍ଦ୍ଦାଫାସ ହୋଇଛି। ଏହି...

ୟୁକ୍ରେନ ସହିତ ଶେଷ ହେବ ଯୁଦ୍ଧ: ମୋଦିଙ୍କ ସହ ବୈଠକରେ ବଡ଼ ସଙ୍କେତ ଦେଲେ ପୁଟିନ, କହିଲେ…

ନୂଆଦିଲ୍ଲୀ,୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri