ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ସାରା ରାଜ୍ୟରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଉଛି। ଆଜି ଚଷା ପୁଅ ଅକ୍ଷିମୁଠି ଅନୁକୂଳ କରିଛି। ଜମିରେ ବିହନ ବୁଣି ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଛି। ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ମୁଣ୍ଡରେ ଥୋଇ ଏବଂ ପିଠା ନେବା ସହ ହଳ ଲଙ୍ଗଳ ଧରି ଚାଷୀ କ୍ଷେତକୁ ଯାଇଥାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ। ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ମଧ୍ୟ ଗ୍ରହଣ କରାଯାଇଥାଏ। ଏହି ଦିନ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ ପ୍ରଭୃତି ଶୁଭକର୍ମ କରାଯାଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅକ୍ଷୟ ତୃତୀୟା ଦିନଠାରୁ ମହାପ୍ରଭୁ ଜଗନ୍ନାଥଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ କାମ କରାଯାଇଥାଏ।