Posted inଜାତୀୟ

୨୫୦୦ ଦିନର ସଫଳତା ହିସାବ ଦେଲେ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼,୩୦।୮: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ସଫଳତାର ରିପୋର୍ଟ କାର୍ଡ ଜାରି ହୋଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିବାର ୨୫୦୦ ଦିନର ସଫଳତା ହିସାବ ଦେଇଛନ୍ତି। ରାଜ୍ୟରେ ଦୁର୍ନୀତି ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ସେ ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, କୃଷି ଆଇନ ବିରୋଧରେ ଅଯଥା ଭ୍ରମ ସୃଷ୍ଟି କରାଯାଉଛି। ମାତ୍ର ଏହା ଦେଶର ଚାଷୀଙ୍କ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରଣୟନ କରାଯାଇଥିବା ଖଟ୍ଟର କହିଛନ୍ତି। ରାଜ୍ୟ ସରକାର ୧୦ ଅମଳ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ କିଣୁଛନ୍ତି। ପଡ଼ୋଶୀ କୌଣସି ରାଜ୍ୟରେ ଏଭଳି ସୁବିଧା ନାହିଁ। ପଞ୍ଜାବ ସରକାର ୨ଟି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ କିଣୁଥିବାବେଳେ ହରିୟାଣା ରାଜ୍ୟ ସରକାର ଏକ୍ଷେତ୍ରରେ ଯଥେଷ୍ଟ ଅଗୁଆ ରହିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୂର୍ବରୁ ମହାତ୍ମା ଗାନ୍ଧୀ ଥିଲେ, ଏବେ ଆଧୁନିକ ଭାରତର ରାଷ୍ଟ୍ରପିତା ହେଉଛନ୍ତି ମୋଦି’

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଧୁନିକ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି। ମଙ୍ଗଳବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୩।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପାର୍କିଂରେ ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଲା ନିଆଁ: ଶୋଇଥିବା କଣ୍ଡକ୍ଟରଙ୍କ ଚାଲିଗଲା ଜୀବନ

ବେଙ୍ଗାଲୁରୁ,୧୦।୩: ବେଙ୍ଗାଲୁରୁରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ସରକାରୀ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ବସ୍‌ ଭିତରେ ଶୋଇଥିବା କଣ୍ଡକ୍ଟରଙ୍କ...

ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ: ହିନ୍ଦୁ, ମୁସ୍‌ଲିମ ରୋଗୀଙ୍କ ପାଇଁ ଅଲଗା ଓ୍ବାର୍ଡ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଗୁଜରାଟର ଏକ ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳିଛି। ଏହି ବୈଷମ୍ୟପୂର୍ଣ୍ଣ ବିଷୟ ସାମ୍ନାକୁ ଆସିବା...

କେବଳ ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୬।୯: ବିବାହ ପ୍ରମାଣ କରିବା ପାଇଁ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ। ଏକ ଆବେଦନର ଶୁଣାଣି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି...

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ...

ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୪।୨: ମେୟର ତଥା ଡେପୁଟି ମେୟର ନିର୍ବାଚନରେ ଜିତିବା ପରେ ଷ୍ଟାଣ୍ଡିଂ କମିଟିରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସଂଘର୍ଷ କରୁଥିବା ଆମ ଆଦମୀ ପାର୍ଟିକୁ ଝଟ୍‌କା...

Advertisement
Archives

Model This Week