୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ

କଟକ ଅଫିସ,୫।୮: ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବିରୋଧ ଜାରି ରହିଛି। ଆସନ୍ତା ୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆଇନଜୀବୀଙ୍କ ପକ୍ଷରୁ ବର୍ଜନ କରାଯାଇଥିବା ବୁଧବାର ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ସ୍ଥିର ହୋଇଛି। ଏଥିସହ ଯେଉଁ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଊପସ୍ଥିତ ରହିଛନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଓକିଲ ସଂଘ ସମ୍ପାଦକ ଡ. ଜେ.କେ. ଲେଙ୍କା ସୂଚନା ଦେଇଛନ୍ତି। ସଂଘ ସଭାପତି ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଉପସଭାପତି ଦେବୀପ୍ରସାଦ ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଗତ ୨୮ରେ ହାଇକୋର୍ଟରେ ବିଭିନ୍ନ ମାମଲାର ସିଧାପ୍ରସାରଣ କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ପରଦିନ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରାଯାଇ ମୁଖ୍ୟ ବିଚାରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ପ୍ରୋସିଡିଂର ସିଧାପ୍ରସାରଣ କରାଯିବା ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଛି। ଏହାଦ୍ୱାରା ଖରାପ ପ୍ରଭାବ ଉଭୟ ବିଚାରପତି ଓ ଆଇନଜୀବୀଙ୍କ ଉପରେ ପଡିବ। ଏହି ନିଷ୍ପତ୍ତି ପୂର୍ବରୁ ହାଇକୋର୍ଟ ବାର୍‌ ଆସୋସିଏଶନ ସଦସ୍ୟମାନଙ୍କ ମତାମତ ନେବାର ଥିଲା। ଏଥିପାଇଁ ଉଚ୍ଚ ଡାଟା ସମ୍ପନ୍ନ ସୁରକ୍ଷା ଓ ଗୋପନୀୟତାର ଆବଶ୍ୟକତା ରହିଛି। ଭିତ୍ତିଭୂମି ଓ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ବିନା ଏହା ସମ୍ଭବ ନୁହେଁ। ଏଭଳି କ୍ଷେତ୍ରରେ କୋର୍ଟ ତୃତୀୟ ପକ୍ଷ ଦ୍ୱାରା ପରିଚାଳିତ ହେଉଥିବା ସଫ୍ଟୱେର ଉପରେ ନିର୍ଭର କରି ସିଧା ପ୍ରସାରଣ କରିବା ସହଜ ହେବନାହିଁ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବେ ଇଷାନ କିଶାନ: ଏହି ଯୁବତୀଙ୍କୁ କରିବେ ଜୀବନସାଥୀ

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି-୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚରେ ଇଷାନ କିଶାନ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୪୦ ବଲରେ ୧୦ ଚୌକା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri