କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା ସହ ବାର ଆସୋସିଆନର ସମ୍ବୋଧନା ସଭାରେ ଯୋଗ ଦେଇଥିଲେ । କୋରାପୁଟ ଵାରରେ ପହଞ୍ଚିଲା ପରେ କୋରାପୁଟର ଡେମସା ନୃତ୍ୟ ଦ୍ୱାରା ମୁଖ୍ୟ ବିଚାରପତି ହରିଶ ତଣ୍ଡନ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ କୋରାପୁଟ ଵାର ଦ୍ୱାରା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି ଅବସରରେ କୋର୍ଟ ସମ୍ମୁଖରେ ଆୟୋଜିତ ସଭାରେ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ କୋରାପୁଟ ଵାର ଆସୋସିଆନକୁ ଦିଗ ଦର୍ଶନ ଦେବା ସହ ଯୁବ ଓକିଲଙ୍କୁ କିଛି ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହଁ ଆସୋସିଆନର ସମସ୍ତ ସମସ୍ୟାକୁ ଯଥାଶିଘ୍ର ସମାଧାନ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଓକିଲାତି ଏକ ପେସା ନୁହଁ ବ୍ରତୀ ହେବା ଆବଶ୍ୟକ ବୋଲି ନିଜ ଅଭିଭାଷଣରେ ଜଷ୍ଟିସ ତଣ୍ଡନ କହିଥିଲେ । ରବିବାର ଆୟୋଜିତ ଏହି ସମ୍ବୋଧନ ସଭାରେ ବାର ଆସୋସିଆନର ସମସ୍ତ ସଦସ୍ୟ ସଦସ୍ୟା ସମସ୍ତ କୋର୍ଟର ବିଚାରପତି ନବ ନିଯୁକ୍ତ ସରକାରୀ ଓକିଲ ଉପସ୍ଥିତ ଥିଲେ । ଏହି କର୍ଯ୍ୟକ୍ରମରେ କୋରାପୁଟ ଵାର ସଂଘ ସଭାପତି ପ୍ରଭାତ କୁମାର ମହାପାତ୍ର, ଉପସଭାପତି, ସମ୍ପାଦକ ସୁନୀଲ ଜେନା, କୋଷାଧ୍ୟକ୍ଷ କାମାକ୍ଷା ପ୍ରସାଦ ମାଝୀଙ୍କ ସମେତ ବହୁ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

