Posted inଫୁରସତ

ଅଣ୍ଡା ଭିତରୁ ହେବ ଲିଙ୍ଗ ପରିବର୍ତ୍ତନ !

ଜେରୁଜେଲମ, ୨।୨: ପ୍ରତିବର୍ଷ ମାଂସ ପାଇଁ ପୃଥିବୀରେ ୭୦୦ କୋଟିରୁ ଅଧିକ ଅଣ୍ଡିରା ଚିଆଁଙ୍କୁ ମାରି ଦିଆଯାଇଥାଏ। ମାଈ ଚିଆଁ ବଡ଼ ହୋଇ ଅଣ୍ଡା ଦେଇଥାଏ। ପରେ ଏହା ଅଣ୍ଡାଦେବା ବନ୍ଦ କରିଲେ ତାକୁ ମାଂସ ଲାଗି ହତ୍ୟା କରାଯାଇଥାଏ। ତେଣୁ ମାଈ ଚିଆଁ ପାଳନ କରିବା ଦ୍ୱାରା ଫାର୍ମ ମାଲିକ ଉପକୃତ ହୋଇଥାନ୍ତି। ସେମାନଙ୍କୁ ଅଣ୍ଡା ସହିତ ମାଂସ ମଧ୍ୟ ମିଳେ। ତେବେ ଅଣ୍ଡିଆ ଚିଆଁ ପାଳନ କଲେ କେବଳ ମାଂସ ହିଁ ମିଳିଥାଏ। ଏହା ମାଲିକମାନଙ୍କ ପାଇଁ ବ୍ୟୟ ବହୁଳ ହୋଇଥାଏ। ଫଳରେ ବ୍ରିଟେନରେ କେତେକ ଫାର୍ମରେ ଅଣ୍ଡିରା ଚିଆଁଙ୍କୁ ଶ୍ରେଡିଂ ମେସିନ୍‌ ଦ୍ୱାରା ହତ୍ୟା କରାଯାଇଥାଏ। କେତେକ ଫାର୍ମ ଏଥିପାଇଁ ଗ୍ୟାସ୍‌ର ବ୍ୟବହାର ମଧ୍ୟ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ସୋସ୍‌ ଟେକ୍ନୋଲୋଜି ପକ୍ଷରୁ ଅଣ୍ଡା ଭିତରେ ଚିଆଁଙ୍କର ଲିଙ୍ଗ ପରିବର୍ତ୍ତନ କରି ହେଉଥିବା ଜ୍ଞାନକୌଶଳ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏନେଇ ଷ୍ଟାର୍ଟଅପ୍‌ ପକ୍ଷରୁ ଶବ୍ଦ ତରଙ୍ଗ ମାଧ୍ୟମରେ ଅଣ୍ଡା ଭିତରେ ଲିଙ୍ଗ ପରିବର୍ତ୍ତନ କାର୍ଯ୍ୟ କରାଯିବା ଲାଗି ଯୋଜନା କରାଯାଇଥିବା କମ୍ପାନୀର ସିଇଓ ୟାଏଲ୍‌ ଅଲଟର ସୂଚନା ଦେଇଛନ୍ତି। ସମ୍ପ୍ରତି ହୋଇଥିବା ଗବେଷଣାରେ ୬୦ ପ୍ରତିଶତ ମାଈ ଚିଆଁ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟାକୁ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଏବେ ଏହି ଜ୍ଞାନକୌଶଳକୁ ଇସ୍ରାଏଲ୍‌, ଆମେରିକା ଏବଂ ଇଟାଲୀରେ ପ୍ରୟୋଗ କରାଯାଉଛି। ୨୦୨୧ ସୁଦ୍ଧା ଫ୍ରାନ୍ସରେ ଅଣ୍ଡିରା ଚିଆଁ ଆଉ ସୃଷ୍ଟି ନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମାତ୍ର ଏହି ଜ୍ଞାନକୌଶଳ ନେଇ ବୈଜ୍ଞାନିକମାନଙ୍କକ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ଏନେଇ ଜାପାନର କୟୋଟା ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଫେସର ମାସାହିରୋ କୁମେତା କହିଛନ୍ତି ଯେ, ଶବ୍ଦ ତରଙ୍ଗ ବ୍ୟବହାର ଦ୍ୱାରା ଜନ୍ମ ହେଉଥିବା ଚିଆଁର ଗୁଣସୂତ୍ର ଦୁର୍ବଳ ହୋଇପଡୁଛି। ଏହି ଜ୍ଞାନକୌଶଳକୁ ବିଶ୍ୱସ୍ତରରେ ମାନ୍ୟତା ପ୍ରାପ୍ତ ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗ୍ରହ ସଂଯୋଗ ଆଣିବ ୫ ରାଶିଙ୍କ ପାଇଁ ବଡ଼ ପରିବର୍ତ୍ତନ, ଅଚାନକ ଘଟିବ ଏଭଳି, ଯାହା କେବେ…

ଜ୍ୟୋତିଷ ଦୃଷ୍ଟିରୁ ୨୧ ଅଗଷ୍ଟ ଦିନଟି ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ଏହି ଦିନ କ୍ୟାରିୟର, ବ୍ୟବସାୟ ଓ ଆୟ କ୍ଷେତ୍ରରେ…

ଭୁତକୋଠି ସାଜିଛି କଲ୍ୟାଣ ମଣ୍ଡପ: ୧୦ ବର୍ଷ ହେଲା ହୋଇପଡିଛି ଅକାମୀ

କେସିଙ୍ଗା,୨୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ମିଟରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଗୋଦାମ ଗୃହ ଗତ ୨୦୧୬-୧୭…

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri