Posted inଫୁରସତ

ଅଣ୍ଡା ଭିତରୁ ହେବ ଲିଙ୍ଗ ପରିବର୍ତ୍ତନ !

ଜେରୁଜେଲମ, ୨।୨: ପ୍ରତିବର୍ଷ ମାଂସ ପାଇଁ ପୃଥିବୀରେ ୭୦୦ କୋଟିରୁ ଅଧିକ ଅଣ୍ଡିରା ଚିଆଁଙ୍କୁ ମାରି ଦିଆଯାଇଥାଏ। ମାଈ ଚିଆଁ ବଡ଼ ହୋଇ ଅଣ୍ଡା ଦେଇଥାଏ। ପରେ ଏହା ଅଣ୍ଡାଦେବା ବନ୍ଦ କରିଲେ ତାକୁ ମାଂସ ଲାଗି ହତ୍ୟା କରାଯାଇଥାଏ। ତେଣୁ ମାଈ ଚିଆଁ ପାଳନ କରିବା ଦ୍ୱାରା ଫାର୍ମ ମାଲିକ ଉପକୃତ ହୋଇଥାନ୍ତି। ସେମାନଙ୍କୁ ଅଣ୍ଡା ସହିତ ମାଂସ ମଧ୍ୟ ମିଳେ। ତେବେ ଅଣ୍ଡିଆ ଚିଆଁ ପାଳନ କଲେ କେବଳ ମାଂସ ହିଁ ମିଳିଥାଏ। ଏହା ମାଲିକମାନଙ୍କ ପାଇଁ ବ୍ୟୟ ବହୁଳ ହୋଇଥାଏ। ଫଳରେ ବ୍ରିଟେନରେ କେତେକ ଫାର୍ମରେ ଅଣ୍ଡିରା ଚିଆଁଙ୍କୁ ଶ୍ରେଡିଂ ମେସିନ୍‌ ଦ୍ୱାରା ହତ୍ୟା କରାଯାଇଥାଏ। କେତେକ ଫାର୍ମ ଏଥିପାଇଁ ଗ୍ୟାସ୍‌ର ବ୍ୟବହାର ମଧ୍ୟ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ସୋସ୍‌ ଟେକ୍ନୋଲୋଜି ପକ୍ଷରୁ ଅଣ୍ଡା ଭିତରେ ଚିଆଁଙ୍କର ଲିଙ୍ଗ ପରିବର୍ତ୍ତନ କରି ହେଉଥିବା ଜ୍ଞାନକୌଶଳ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏନେଇ ଷ୍ଟାର୍ଟଅପ୍‌ ପକ୍ଷରୁ ଶବ୍ଦ ତରଙ୍ଗ ମାଧ୍ୟମରେ ଅଣ୍ଡା ଭିତରେ ଲିଙ୍ଗ ପରିବର୍ତ୍ତନ କାର୍ଯ୍ୟ କରାଯିବା ଲାଗି ଯୋଜନା କରାଯାଇଥିବା କମ୍ପାନୀର ସିଇଓ ୟାଏଲ୍‌ ଅଲଟର ସୂଚନା ଦେଇଛନ୍ତି। ସମ୍ପ୍ରତି ହୋଇଥିବା ଗବେଷଣାରେ ୬୦ ପ୍ରତିଶତ ମାଈ ଚିଆଁ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟାକୁ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଏବେ ଏହି ଜ୍ଞାନକୌଶଳକୁ ଇସ୍ରାଏଲ୍‌, ଆମେରିକା ଏବଂ ଇଟାଲୀରେ ପ୍ରୟୋଗ କରାଯାଉଛି। ୨୦୨୧ ସୁଦ୍ଧା ଫ୍ରାନ୍ସରେ ଅଣ୍ଡିରା ଚିଆଁ ଆଉ ସୃଷ୍ଟି ନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମାତ୍ର ଏହି ଜ୍ଞାନକୌଶଳ ନେଇ ବୈଜ୍ଞାନିକମାନଙ୍କକ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ଏନେଇ ଜାପାନର କୟୋଟା ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଫେସର ମାସାହିରୋ କୁମେତା କହିଛନ୍ତି ଯେ, ଶବ୍ଦ ତରଙ୍ଗ ବ୍ୟବହାର ଦ୍ୱାରା ଜନ୍ମ ହେଉଥିବା ଚିଆଁର ଗୁଣସୂତ୍ର ଦୁର୍ବଳ ହୋଇପଡୁଛି। ଏହି ଜ୍ଞାନକୌଶଳକୁ ବିଶ୍ୱସ୍ତରରେ ମାନ୍ୟତା ପ୍ରାପ୍ତ ହୋଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri