ଛତିଶଗଡ଼ ନେଉଛି ଓଡ଼ିଶା ଧାନ

ମାଥିଲି,୩୧ା୧୨(ସୁବାସ ଚନ୍ଦ୍ର ଖୁଡୁପିଆ)ଛତିଶଗଡ଼ ମୁହାଁ ଓଡ଼ିଶା ଧାନ। ଟୋକନ ଅଛି କିନ୍ତୁ ମଣ୍ଡିକୁ ଚାଷୀ ଆଣୁନାହାନ୍ତି ଧାନ। ମାଥିଲି ବ୍ଲକର ଧାନମଣ୍ଡି ଏବେ ଖାଁ ଖାଁ। ପ୍ରତିବର୍ଷ ମଣ୍ଡିରେ ଧାନ ରଖିବାକୁ ଜାଗା ମିଳୁ ନ ଥାଏ। ତେବେ ଚଳିତ ବର୍ଷ ମାଥିଲି ବ୍ଲକ ସଦର ମହକୁମାଠାରେ ଥିବା ଆର୍‌ଏମ୍‌ସିର ୨୦୦୦କୁଇଣ୍ଟାଲ ଧାନ କ୍ରୟ କରିବାକୁ ସ୍ଥିର ହୋଇଥିବା ବେଳେ ଏ ପଟେ ଚାଷୀଙ୍କ ଭିଡ଼ ନାହିଁ। କାରଣ ଓଡ଼ିଶାରେ ଧାନର ସହାୟକ ମୂଲ୍ୟ ୨୧୮୩ରୁ ୨୨୦୩ଟଙ୍କା ହୋଇ ଥିବାବେଳେ ପଡ଼ୋଶୀ ଛତିଶଗଡ଼ରେ ୩୧୦୦ଶହ ଟଙ୍କାରେ କୁଇଣ୍ଟାଲ ଦରରେ ଧାନ କିଣୁଛନ୍ତି ସରକାର। ଆଉ ଛତିଶଗଡ଼ରେ ଦଲାଲମାନେ ଓଡ଼ିଶା ଚାଷୀଙ୍କ ଘରକୁ ଆସି ୨୨୦୦ କିମ୍ବା ୨୩୦୦ଟଙ୍କାରେ ଧାନ କିଣି ନେଉଛନ୍ତି । ସେହିପରି ମଣ୍ଡି ବିଳମ୍ବରେ ଆରମ୍ଭ ହେଉଥିବାରୁ ଚାଷୀମାନେ ବିଲରୁ ହିଁ ଧାନ ବିକିବା ଆରମ୍ଭ କରିଛନ୍ତି । ଗତବର୍ଷ ଡିସେମ୍ବର ୧୪ ତୁଳନାରେ ଚଳିତ ବର୍ଷ ଡିସେମ୍ବର ୨୦ରେ ଆରମ୍ଭ ହୋଇଛି । ଏହା ପୂର୍ବରୁ ଧାନ ବିକ୍ରିକରି ଦେଇଛନ୍ତି ଚାଷୀ। ରାମାଗୁଡା ମଣ୍ଡିରେ ପ୍ରତି ସପ୍ତାହରେ ୧୫୦୦କୁଇଣ୍ଟାଲ ଧାନ କିଣିବା ଯୋଜନା ରହିଥିବା ବେଳେ ପ୍ରଥମ ସପ୍ତାହରେ ୯୦୦କୁଇଣ୍ଟାଲ, ଦ୍ୱିତୀୟ ସପ୍ତାହରେ ୭୦୦କୁଇଣ୍ଟାଲ ଧାନ କ୍ରୟ ହୋଇଛି। ସେହିପରି ସମଗ୍ର ଜିଲାରେ ଟାର୍ଗେଟଠାରୁ ୪୦ପ୍ରତିଶତ କମ୍‌ ବୋଲି ଜଣାପଡିଛି l ସରକାରୀ ମଣ୍ଡିରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ବିଳମ୍ବରେ ମଣ୍ଡି ଆରମ୍ଭ ସାଙ୍ଗକୁ ଏପଟେ କଟ୍‌ନି ଛଟ୍‌ନି। ତେଣୁ ପଡ଼ୋଶୀ ରାଜ୍ୟର ଦଲାଲମାନଙ୍କୁ ଚଢା ଦରରେ ଧାନ ବିକ୍ରି କରୁଛନ୍ତି ଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri