ସଡ଼କ ଦୁର୍ଘଟଣାରେ ୨ ମୃତ, ମୃତକଙ୍କ ପରିବାରକୁ ଭେଟିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୨୦ା୫ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହଂସପୁର ଗ୍ରାମନିବାସୀ ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ସିଆରସିସି ରଘୁନାଥ ପ୍ରଧାନ ଓ ହୂମ୍ବର ଗ୍ରାମର ଯୋଗେନ୍ଦ୍ର ଦାସ ।

ପ୍ରାପ୍ତ ସୂଚନା ପ୍ରକାରେ ମଧ୍ୟାର୍ଣ୍ଣ ସମୟରେ ସିଆରସିସି ତଥା ଵିଏଲଓ କାର୍ଯ୍ୟସାରି ନିଜ ଓଲା ଗାଡ଼ିରେ ଛତ୍ରପୁରରେ ନେଇଥିବା ଭଡା ଘର ଅଭିମୁଖେ ଆସୁଥିଲେ । ଏହି ସମୟରେ ବିପରିତ ଦିଗରୁ ଓ ଟ୍ରାକ୍ଟରକୁ ଓଭରଟେକ କରି ଆସୁଥିବା ଯୋଗେନ୍ଦ୍ରଙ୍କ ଓଡି 07 ଏ 5784 ଗାଡ଼ି ସହ ମୁହାଁମୁହିଁ ଧକ୍କା ଅଇଥିଲା । ଫଳରେ ସିଆରସିସିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଦ୍ୱାରା ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରଣାବାୟୁ ଉଡିଯାଇଥିଲା ।

ପରେ ଖବରପାଇ 108 ଆମ୍ବୁଲଆନ୍ସ ଦ୍ୱାରା ଉଭୟଙ୍କୁ ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ସିଆରସିସିଙ୍କୁ ମୃତ ଘୋଷଣା କରିବା ସହ ଗୁରୁତର ଯୋଗେନ୍ଦ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଖବର ପାଇ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚି ଉଭୟ ପରିବାରକୁ ସମବେଦନା ଜଣାଇବା ସହ ସହଯୋଗ କରିଥିଲେ । ସେହିପରି ଗଞ୍ଜାମ ପୋଲିସ ଅଧିକାରୀ ସୁମିତ୍ରା ପାତ୍ର ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Share
Tags: Ganjam News