ମୌଳିକ ସୁବିଧାରୁ ବଞ୍ଚିତ ଛଟିଗୁଡ଼ା ଗ୍ରାମବାସୀ

ଟିକିରି,୪ା୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏ ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନି। ଅଡାଜୋର ପଞ୍ଚାୟତ ଅନ୍ତର୍ଗତ ଛଟିଗୁଡ଼ା ଗ୍ରାମ ଏହାର ଏକ ଉଦାହରଣ। କାଶୀପୁର ବ୍ଲକ ଠାରୁ ପ୍ରାୟ ୩୦ କିଲୋମିଟର ଦୂର କଳାହାଣ୍ଡି ଜିଲା ସିମାନ୍ତ ଅଞ୍ଚଳରେ ଏହି ଗାଁ ରହିଛି। ପାହାଡ଼ ଏବଂ ଜଙ୍ଗଲ ଘେରା ଗ୍ରାମରେ ପ୍ରାୟ ୩୫ ଆଦିବାସୀ ପରିବାର ବସବାସ କରୁଛନ୍ତି। ବିଜୁଳି ବ୍ୟତୀତ ଅନ୍ୟ କୌଣସି ସୁବିଧା ଏମାନଙ୍କ ନିକଟରେ ପହଞ୍ଚି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗାଁକୁ ଯାତାୟାତ ନିମନ୍ତେ ରାସ୍ତା, ରହିବା ପାଇଁ ଆବାସ, ସ୍ବାସ୍ଥ୍ୟସେବା, ଶିକ୍ଷାରୁ ଗ୍ରାମବାସୀ ବଞ୍ଚିତ ଅଛନ୍ତି। ଛଟିଗୁଡ଼ା ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ମାଟିରାସ୍ତା ସହ ଏକ ଛୋଟ ନଦୀ ଡେଇଁ ଆସିବାକୁ ହୁଏ। ଖରାଦିନେ ବହୁକଷ୍ଟରେ ପାଦଚଲା ରାସ୍ତାଦେଇ ଏମାନେ ଯାତାୟାତ କରିଥାନ୍ତି। ପୋଲ ନ ଥିବାରୁ ବର୍ଷା ଦିନେ ଗାଁକୁ ଯିବା ଏବଂ ଆସିବା କଷ୍ଟକର ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏମିତିକି ଗ୍ରାମର ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନ ଥିବା ଅଭିଯୋଗ ହୋଇଛି। ଭଙ୍ଗା ଘରେ ଗ୍ରାମବାସୀ ଦୁର୍ବିସହ ଜୀବନ ବିତାଉଥିବା କହିଛନ୍ତି। ଗାଁ ଲୋକେ ଅନେକ ଥର ସମସ୍ୟା ନେଇ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଯାଇଥିଲେ ମଧ୍ୟ ସୁଫଳ ପାଇ ନ ଥିବା ପ୍ରକାଶ କରିଛନ୍ତି। ରସ୍ତା କିମ୍ବା ପୋଲ ନ ଥିବାରୁ ବର୍ଷାଦିନେ ଅନେକ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା କଷ୍ଟକର ହେଉଛି। ବର୍ଷାରେ ନଦୀ ଫୁଲି ଯାଉଥିବାରୁ ନଦୀପାର ହେବା ସମ୍ଭବ ହେଉନାହିଁ। ସେହିଭଳି ବିଶୁଦ୍ଧ ପାନୀୟଜଳ ମଧ୍ୟ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଗାଁରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକେ ଝରଣା ପାଣି ବ୍ୟବହାର କରୁଥିବା କହିଛନ୍ତି। ଏହି ଗ୍ରାମରେ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେବାପରେ ସରକାରୀ ଅଧିକାରୀ ଏବଂ ନେତା ପହଞ୍ଚିଥିଲେ। ହେଲେ ବିଶୁଦ୍ଧ ପାନୀୟ ଜଳ କିମ୍ବା ପକ୍କାରାସ୍ତାର ସୁବିଧା ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଶୀଘ୍ର ଗାଁକୁ ରାସ୍ତା, ପାନୀୟ ଜଳର ସୁବିଧା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri