ପୋଲିସର ଗାଲ କାମୁଡ଼ି ଫେରାର

ପାଲଲହଡ଼ା,୧୦ା୭(ଡି.ଏନ.ଏ.): ଚୋରା ମୋବାଇଲ କିଣିଥିବା ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ। ସମ୍ପୃକ୍ତ ଅଭିଯୁକ୍ତ ଜଣେ କନଷ୍ଟେବଳଙ୍କ ଗାଲକୁ କାମୁଡ଼ି ଦେଇ ଫେରାର ହୋଇଯାଇଛନ୍ତି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅନୁଗୋଳ ଜିଲା ପାଲଲହଡ଼ା ପୋଲିସ।
ଥାନା ଅଧିକାରୀ କିଶୋର କୁମାର ସାମଲ କହିଛନ୍ତି, ସାମନ୍ତସାହିର ହୋଟେଲ ମାଲିକ ମୁନା ସାହୁଙ୍କ ମୋବାଇଲ ଚୋରି ହେଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଗଉଡ଼ସାହିର ପ୍ରଦ୍ୟୁମ୍ନ ଥାପାଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ଚୋରି ମୋବାଇଲ ଶାସନସାହିର ଜଗନ ସାହୁଙ୍କୁ ବିକ୍ରି କରିଥିବା ପ୍ରଦ୍ୟୁନ୍ନ ସୂଚନା ଦେବା ପରେ ଏଏସ୍‌ଆଇ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଜଗନଙ୍କ ଘରକୁ ଯାଇଥିଲା। ତେବେ ତଦନ୍ତ ବେଳେ ଉତ୍‌କ୍ଷିପ୍ତ ହୋଇ ଜଗନ ପୋଲିସ ଉପରେ ଆକ୍ରମଣ କରିଥିଲେ। କନଷ୍ଟେବଳ ସନ୍ତୋଷ କୁମାର କିସାନଙ୍କ ବାମ ଗାଲକୁ କାମୁଡି ଦେଇ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ କନଷ୍ଟେବଳ ସନ୍ତୋଷଙ୍କୁ ଉପଖଣ୍ଡ ଚିକିତ୍ସାଳୟ ଅଣାଯାଇଥିଲା। ଶୁକ୍ରବାର ସକାଳେ ଅଭିଯୁକ୍ତ ଜଗନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଏ ସଂକ୍ରାନ୍ତରେ ନଂ. ୧୬୯/୨୧ଓ ୧୭୦/୨୧ରେ ମାମଲା ରୁଜୁ କରାଯାଇ ମୋବାଇଲ ଚୋରି କରିଥିବା ପ୍ରଦ୍ୟୁମ୍ନ ଓ ପୋଲିସକୁ ଆକ୍ରମଣ କରିଥିବା ଜଗନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ବେଜିଂରେ ମୁହାଁମୁହିଁ ହେବେ ଟ୍ରମ୍ପ-ଜିନପିଙ୍ଗ, ଯୁଦ୍ଧକୁ ନେଇ ହେବ ବଡ଼ ଘୋଷଣା!

ବେଜିଂ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ସୋସିଆଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri