Posted inଖେଳ

ରାଜସ୍ଥାନ ଅଧିନାୟକଙ୍କ ଭବିଷ୍ୟବାଣୀ ହେଲା ସତ! ଭାରତୀୟ କ୍ରିକେଟ ଟିମ୍‌ରେ ଚୟନକୁ ନେଇ ଏଭଳି…

ନୂଆଦିଲ୍ଲୀ,୧୨।୬: ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଭାରତୀୟ ଟିିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରୁ ଦ୍ରୁତ ବୋଲର ଚେତନ ସାକାରିଆ ଜଣେ। ଆଇପିଏଲ୍‌ ୨୦୨୧ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ଉଲ୍ଲେଖନୀୟ ବୋଲିଂ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷିତ କରି ବାରେ ସଫଳ ହୋଇଛନ୍ତି। ଏବେ ସେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍‌ ଲାଗି ଚୟନ ହେବାକୁ ନେଇ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଆଇପିଏଲ୍‌ ସମୟରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ତାଙ୍କ ଦଳରେ ଚୟନ ହେବା ନେଇ ଭବିଷ୍ୟବାଣୀ କରିଥିଲେ ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ସାକାରିଆ କହିଛନ୍ତି, ସଞ୍ଜୁ ଭାଇ ଅନ୍ୟମାନଙ୍କଠାରୁ ଅଧିକ ମୋ ଉପରେ ବିଶ୍ୱାସ ଥିବା ଦର୍ଶାଉଥିଲେ। ଯେଉଁଭଳି ଭାବେ ବୋଲିଂ କରୁଛ, ଭାରତୀୟ ଟିମ୍‌ ପାଇଁ ଚୟନ ହେବାର ଦିନ ପାଖେଇ ଆସୁଛି ବୋଲି ଆଇପିଏଲ୍‌ ସମୟରେ ସେ କହିଥିଲେ। ହେଲେ ତାଙ୍କର ବିଶ୍ୱାସ ନଥିଲା। ସେ କେବଳ ଜଣେ ନେଟ୍‌ ବୋଲର୍‌ ଭାବେ ଟିମ୍‌ ସହ ଯୋଡ଼ି ହୋଇ ରହିବାକୁ ଆଶା ରଖିଥିବା ସାକାରିଆ କହିଛନ୍ତି।

ଆଇପିଏଲ୍‌ ପରେ ଲୋକେ ମୋ ବିଷୟରେ ଯେଉଁଭଳି ଭାବେ କଥା ହେଉଥିଲେ, ଅତିକମ୍‌ରେ ଭାରତୀୟ ଟିମ୍‌ ପାଇଁ ନେଟ୍‌ ବୋଲର୍‌ ହେବାର ସୁଯୋଗ ମିଳିବ ବୋଲି ଆଶା ରହିଥିଲା। ହେଲେ ଶ୍ରୀଲଙ୍କା ଗସ୍ତ ପାଇଁ ଦଳରେ ସାମିଲ କରାଯିବ ସ୍ବପ୍ନ ଭଳି ଥିଲା। ଯଦି ଏହା ସତ ହୋଇଛି ତେବେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି।

ପ୍ରକାଶ ଯେ, ଗତ ମାସରେ କରୋନାରେ ସଂକ୍ରମିତ ହେବା କାରଣରୁ ସାକାରିଆଙ୍କ ବାପାଙ୍କ ପରଲୋକ ଘଟିଛି। ଏବେ ଦଳରେ ସାକାରିଆଙ୍କୁ ସୁଯୋଗ ମିଳିଥିଲେ ହେଁ ଖୁସି ଦେଖିବାକୁ ସେ ଆଉ ନାହାନ୍ତି। ଏହା ବେଶ ଆଘାତ ଦେଇଛି କ୍ରିକେଟରଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୁନିୟର ହକି ବିଶ୍ୱକପ୍‌: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ...

ବାଂଲାଦେଶ ବିପକ୍ଷ ଟି୨୦ ଦଳ ଘୋଷିତ: କୋହଲିଙ୍କୁ ବିଶ୍ରାମ, ଦୁବେ ନୂଆ ମୁହଁ

ମୁମ୍ବାଇ, ୨୪।୧୦(ପି.ଟି.)- ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ...

ଫକନର ଜଣେ ସମଲିଙ୍ଗୀ

ସିଡ୍‌ନୀ, ୩୦ା୪ (ପି.ଟି.)-ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିନ ଅବସରରେ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି। ତାଙ୍କର ଜଣେ...

ନୀରଜଙ୍କୁ ପ୍ରଶଂସା କଲେ ହକି ଅଧିନାୟକ

ଟୋକିଓ,୮।୮: ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିତ୍ବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଟୋକିଓରେ...

ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ...

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ...

ହ୍ୟାଟ୍ରିକ୍‌ ପରେ ପୁରୁଣା ଷ୍ଟାଇଲ୍‌ରେ ପୋଜ୍‌: ୨୦୨୨ରେ ୨୦୧୯ କଥାକୁ ମନେପକାଇଲେ…

ମୁମ୍ବାଇ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ହ୍ୟାଟ୍ରିକ୍‌ ନେଇ ଚର୍ଚ୍ଚାରେ ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲ। ବ୍ରାବୋନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଚଳିତ...

କାଉଣ୍ଟି କ୍ରିକେଟ ନ ଖେଳନ୍ତୁ ବୁମ୍‌ରା

ନୂଆଦିଲ୍ଲୀ, ୧୧ା୫ (ପି.ଟି.)-ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳି କାଉଣ୍ଟି କ୍ରିକେଟ ଖେଳିବା ଲାଗି ବ୍ୟଗ୍ର ହେବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର...

Advertisement
Archives

Model This Week