ସିଏସ୍‌କେ-କେକେଆର୍‌ ମ୍ୟାଚ୍‌ରୁ ଆରମ୍ଭ ହେବ ଆଇପିଏଲ୍‌

ମୁମ୍ବାଇ,୨୭।୨: ଆଗାମୀ ଆଇପିଏଲ ସଂସ୍କରଣ ଆସନ୍ତା ୨୬ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଗତ ଥରର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ (ଆରସିବି) ପ୍ରଥମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।

ମୁମ୍ବଇର ୩ ଗ୍ରାଉଣ୍ଡ ଓ୍ବାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ନେ ଷ୍ଟାଡିୟମ ଓ ନବି ମୁମ୍ବାଇ ସ୍ଥିତ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ମୋଟ ୫୫ ମ୍ୟାଚ୍‌ ଖେଳାଯିବ। ଅନ୍ୟ ୧୫ ମ୍ୟାଚ୍‌ ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେବେ ପ୍ଲେ-ଅଫ୍ସ ମ୍ୟାଚ୍‌ କେଉଁଠାରେ ଖେଳାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତି ନକଆଉଟ୍‌ ପର୍ଯ୍ୟାୟର ୪ ମ୍ୟାଚ୍‌ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ।

Share