Posted inଜାତୀୟ

ରାସ୍ତା ଉପରେ କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ କଲେ ପ୍ରେମିକ

ଚେନ୍ନାଇ,୨୩।୯: କଲେଜ ଯାଉଥିବା ବେଳେ ଜଣେ ୨୧ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଛୁରି ଭୁଷି ହତ୍ୟା କରିଛନ୍ତି। ଚେନ୍ନାଇର ତାମ୍ବାରାମ ରେଲଓ୍ବେ ଷ୍ଟେଶନ ବାହାରେ ଘଟିଛି ଏଭଳି ଘଟଣା। ପ୍ରେମିକାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମୃତ ଛାତ୍ରୀଙ୍କ ନାମ ସ୍ବେଥା। ସେ ମାଦ୍ରାସ ଖ୍ରିଷ୍ଟିଆନ କଲେଜରେ ଲ୍ୟାବ ଟେକନୋଲୋଜିରେ ୬ ମାସିଆ ଡିପଲୋମା କୋର୍ସ କରୁଥିଲେ। ସ୍ବେଥା ଗୁରୁବାର ରେଲଓ୍ବେ ଷ୍ଟେଶନରୁ ବାହାରିବା ପରେ ତାଙ୍କୁ ଛୁରାମାଡ଼ କରିଥିଲେ ତାଙ୍କ ପ୍ରେମିକ ରାମଚନ୍ଦ୍ରନ (୨୫)। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

ଛାତ୍ରୀଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ସେମାନେ ପ୍ରଥମ ଥର ଟ୍ରେନ ଯାତ୍ରା ବେଳେ ଦେଖା ହୋଇଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପରେ ତାଙ୍କ ମଧ୍ୟରେ କ’ଣ ଘଟିଲା, ଆମେ ତାହାର ତଦନ୍ତ କରୁଛୁ ବୋଲି ଏସିପି ଆର. ମୁରୁଗେସାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୱାଦ ବିହାରୀ ଚୌଧୁରୀ ହେଲେ ବିହାର ବିଧାନସଭାର ନୂତନ ବାଚସ୍ପତି

ପାଟନା,୨୬।୮: ବିହାର ବିଧାନସଭାର ନୂତନ ବାଚସ୍ପତି ଭାବରେ ଆରଜେଡି ନେତା ଆୱାଦ ବିହାରୀ ଚୌଧୁରୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ବିଜୟ କୁମାର ସିହ୍ନାଙ୍କ ଇସ୍ତଫା...

ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି

ନୂଆଦିଲ୍ଲୀ,୮।୧୨: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ...

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଣାପଡିଛି॥ ରାଷ୍ଟ୍ରପତିଙ୍କ...

ଦୁର୍ନୀତି ଯୋଗୁ ପୋଲିସ ଛବି ଖରାପ

ନୂଆଦିଲ୍ଲୀ,୨ା୪: ଦୁର୍ନୀତି, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିରପେକ୍ଷତାର ଅଭାବ ଓ ରାଜନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଗୁ ପୋଲିସର ଛବି ଖରାପ ହୋଇଯାଇଛି। ତେଣୁ ଅସୁବିଧାରେ ପଡ଼ିଥିବା...

ଅଙ୍ଗନୱାଡି ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ଅକ୍ଷୟ

ଭୋପାଳ,୨୫ ।୫: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ସାମିଲ ହେଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ।...

ମସ୍ତିଷ୍କ ଜ୍ୱର ପ୍ରଭାବିତ ଅଞ୍ଚଳର ଏନ୍‌ଭାରନୋମେଣ୍ଟାଲ ଷ୍ଟଡି ଦରକାର ବୋଲି କହିଲେ ନୀତୀଶ

ପାଟନା,୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କ ମୃତ୍ୟୁ ହେଲାଣି। ଯାହା ଏବେ ନୀତୀଶ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।...

ମୋଦିଙ୍କ ଅଗଷ୍ଟ-୧୫ ଭାଷଣରେ ସାମିଲ ହେବ ଆପଣଙ୍କ ମତାମତ: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୩୦।୭: ସ୍ବାଧୀନତା ଦିବସ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ। ଏଥର ପ୍ରଧାନମନ୍ତ୍ରୀଙ୍କ ଭାଷଣ କେମିତି ହେବା ଆବଶ୍ୟକ ସେନେଇ...

ଭାଜପା ଛାଡିଲେ ଗାୟତ୍ରୀ ରଘୁରାମ, କହିଲେ ତାମିଲନାଡୁ ଭାଜପାରେ ମହିଳା ନୁହନ୍ତି ସୁରକ୍ଷିତ…

ଚେନ୍ନାଇ,୩।୧ : ତାମିଲନାଡୁର ନିଲମ୍ବିତ ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଗାୟତ୍ରୀ ରଘୁରାମ ମଙ୍ଗଳବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସେ ତାମିଲନାଡୁ...

Advertisement
Archives

Model This Week