Posted inଜାତୀୟ

ଚିତା ଆସିଲା, ଜାଗା ଯିବ: କୁନୋ ପାର୍କ ଅଞ୍ଚଳରେ ବିସ୍ଥାପନ ଭୟ

ଶେଓପୁର,୧୯ା୯: ମଧ୍ୟପ୍ରଦେଶର ଶେଓପୁର ଜିଲା କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଶନିବାର ଅଣାଯାଇଥିବା ୮ ଚିତାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆ ଅତିଥିଙ୍କ ଯୋଗୁ ଏହି ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏଥିସହ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କହୁଥିବାବେଳେ କୁନୋ ଗ୍ରାମବାସୀଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଦୀର୍ଘ ୭ ଦଶନ୍ଧି ପରେ ଭାରତକୁ ଚିତା ଅଣାଯାଇଥିବାରୁ ଏଠାକାର ପାଣିପାଗ ସହ ଏହି ବନ୍ୟପ୍ରାଣୀ ଖାପ ଖୁଆଇ ତିଷ୍ଠିବା ସମ୍ଭବ କି ନୁହେଁ ସେନେଇ କେତେଜଣ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଚିତା ବଂଶ ବିସ୍ତାର ପାଇଁ ଅଧିକ ଜମି ଅଧିଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ଏହି କାରଣରୁ ସ୍ଥାନୀୟ ଲୋକେ ଜମି ହରାଇ ବିସ୍ଥାପିତ ହେବା ଆଶଙ୍କା ବ୍ୟକ୍ତ କରିଛନ୍ତି।
ନରେନ୍ଦ୍ର ମୋଦି ଏନ୍‌ଡିଏ ଶାସନର ୮ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ଶନିବାର କୁନୋ ନ୍ୟାଶନାଲ ପାର୍କକୁ ୮ ଚିତା ଅଣାଯାଇଛି। ୧୯୫୨ରେ ବିଲୁପ୍ତ ଘୋଷିତ ଚିତା ବଂଶ ବିସ୍ତାର ପାଇଁ ପୁନଃ ଉଦ୍ୟମ ସ୍ବରୂପ ମୋଦି ଲିଭର ଘୂରାଇବା ସହ ସେଗୁଡ଼ିକୁ ଏନ୍‌କ୍ଲୋଜରକୁ ଛାଡ଼ିଥିଲେ। ଏହାକୁ ନେଇ କେବଳ ଭାଜପା ଶାସନାଧୀନ ମଧ୍ୟପ୍ରଦେଶ ନୁହେଁ ବରଂ ସାରା ଦେଶରେ ଉତ୍ସୁକତା ଲାଗିରହିଛି। ନୂଆ ପ୍ରାଣୀ ନୂଆ ପରିବେଶରେ କେମିତି ଚଳିବେ, କ’ଣ ଖାଇବେ ଏବଂ ସେମାନଙ୍କ ଉପସ୍ଥିତି ଭାରତ ବିଶେଷକରି ସ୍ଥାନୀୟ ଅଞ୍ଚଳ ପାଇଁ କେତେ ଲାଭଦାୟକ ହେବ ସେନେଇ ଚର୍ଚ୍ଚା ଜାରି ରହିଛି।
ଆଗମନର ଦିନକ ପରେ କେଏନ୍‌ପିରୁ ୧୫ କି.ମି. ଦୂର ସେସାଇପୁରାରେ ଚା’ ଜଳଖିଆଦୋକାନ କରିଥିବା ରାଧେଶ୍ୟାମ ଯାଦବ କହିଛନ୍ତି, ଜାତୀୟ ଉଦ୍ୟାନ ପାଇଁ ଅବଶିଷ୍ଟ ୪/୫ ଖଣ୍ଡ ଗାଁ ଉଠିଗଲେ ମୋର ଛୋଟ ଦୋକାନଟି କ’ଣ ହେବ? ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୁନୋ ପାର୍କ ଯୋଗୁ ୨୫ ଗାଁର ପୁନଃ ସ୍ଥାପନ କରାଯାଇଛି। ଏଥିଯୋଗୁ ଗ୍ରାମବାସୀମାନେ ନିଜ ଭିଟାମାଟି ହରାଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ମୁଁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଛି। ସେହିପରି ସ୍ଥାନୀୟ ଚାଷୀ ରାମକୁମାର ଗୁର୍ଜର ମଧ୍ୟ ନିକଟସ୍ଥ ଏକ ନଦୀବନ୍ଧ ଯୋଜନା ଯୋଗୁ ସେସାଇପୁରା ବାସିନ୍ଦା ଜୀବିକା ହରାଇବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଜାତୀୟ ଉଦ୍ୟାନ ପାଇଁ ପୂର୍ବରୁ ଗାଁଗୁଡ଼ିକୁ ଉଠାଇ ଦିଆଯାଇଥିଲା। ଏବେ କଟିଲା ଅଞ୍ଚଳରେ ପ୍ରବାହିତ କୁନୋ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପାଇଁ ଯୋଜନା ଚାଲିଛି। ଏହି ପ୍ରକଳ୍ପ ଆଖପାଖର ଅନୂ୍ୟନ ୫୦ ଗ୍ରାମକୁ ପ୍ରଭାବିତ କରିବ। ଗାଁଗୁଡ଼ିକୁ ଉଠାଇନେଲେ ସେସାଇପୁରାରେ ଥିବା ରାଶନ ସାମଗ୍ରୀ, ପୋଷାକ ଓ ଅନ୍ୟ ଛୋଟ ବ୍ୟବସାୟଗୁଡ଼ିକର ଅବସ୍ଥା କ’ଣ ହେବ ବୋଲି ରାମକୁମାର ପ୍ରଶ୍ନ କରିଛନ୍ତି। ଚିତାଙ୍କ ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ନେଇ ପ୍ରଶ୍ନର ଉତ୍ତରରେ ରାମକୁମାର କହିଛନ୍ତି, ବାହାରୁ ଧନୀମାନେ ଆସି ଏଠାରେ ହୋଟେଲ, ଲଜ୍‌ କରି ବିପୁଳ ଅର୍ଥ ଲାଭ କରିବେ। ଆମ ଭଳି ସ୍ଥାନୀୟ ଲୋକେ କେବଳ ସେଠାରେ ଛୋଟକାଟିଆ କାମ ପାଇବେ। ଆଉ ଜଣେ ବାସିନ୍ଦା ସନ୍ତୋଷ ଗୁର୍ଜରଙ୍କ ମତରେ ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବା ପରେ ଏଠାରେ ଗ୍ରୋସରୀ, ସାର, ବିହନ ଆଦି ବିକୁଥିବା ସ୍ଥାନୀୟ ଦୋକାନୀ ଜୀବିକା ହରାଇ ଶିବପୁରୀକୁ ଯିବା ପାଇଁ ବାଧ୍ୟହେବେ। କପଡ଼ା ଦୋକାନ କରିଥିବା ଧର୍ମେନ୍ଦ୍ର କୁମାର ଓଝା ଗାଁକୁ ଚିତା ପଶିଯିବେ ବୋଲି ଆତଙ୍କିତ ହୋଇପଡ଼ିଛନ୍ତି। ଲୋକାଲ ଲୋକେ ଏହି ପ୍ରକଳ୍ପରୁ କ’ଣ ପାଇବେ। ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ବାହାର ଲୋକେ ଜମି କିଣିଛନ୍ତି। ଗାଁଗୁଡ଼ିକୁ ପୁନଃ ପ୍ରତିଷ୍ଠା କରାଗଲେ ଛୋଟ ବ୍ୟବସାୟୀ ଆହୁରି ପ୍ରଭାବିତ ହେବେ। ତେବେ ଏହି ପ୍ରକଳ୍ପ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ନ୍ୟାଶନାଲ ପାର୍କ ଆଡ଼କୁ ଲମ୍ବିଥିବା ରାସ୍ତାରେ ସୁରତ୍‌ ସିଂ ଯାଦବ ଚା’ ଦୋକାନ କରିଛନ୍ତି। ଚିତା ଆସିବା ପରେ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ସେ ଆଶାବାଦୀ। ଜମି ମୂଲ୍ୟ ବଢ଼ିବାରେ ଲାଗିଛି। ଯେଉଁମାନଙ୍କ ବୈଧ ଜମିପଟ୍ଟା ଅଛି ସେମାନେ ଚଢ଼ାଦରରେ ବିକିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଲାଗି ବେପାର ସାମୟିକ ଭାବେ ଜମିଛି। ଆଗକୁ କ’ଣ ହେବ କିଏ କହିବ? ତିକ୍‌ତୋଲି ଗ୍ରାମର ଶ୍ରମିକ କୈଳାସ ଭବିଷ୍ୟତକୁ ନେଇ ଖୁବ୍‌ ଚିନ୍ତିତ। ଆମ ଗାଁକୁ ଚିତା ଆସିଲେ କୁଆଡ଼େ ଯିବୁ ବୋଲି ସେ ଖବରଦାତାଙ୍କ ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri