ଠକାମି ପ୍ରତିଯୋଗିତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ‘ସ୍ବଚ୍ଛ ଭାରତ ଅଭିଯାନ’ ଆରମ୍ଭ କଲେ। ଗ୍ରାମଗୁଡ଼ିକୁ ବାହ୍ୟ ମଳମୁକ୍ତ କରିବାକୁ ଆହ୍ବାନ ଦେଲେ। ବେଶ୍‌ କିଛି ଲୋକ ଏଥିରେ ଅନୁପ୍ରାଣିତ ହେଲେ। ରାସ୍ତାଘାଟ, ମନ୍ଦିର, ମସ୍‌ଜିଦ୍‌, ସ୍କୁଲ୍‌, କଲେଜ ସଫେଇ କରାଗଲା। ମାତ୍ର କେତେକ ନେତୃସ୍ଥାନୀୟ ଝାଡ଼ୁ ମାରି ଫଟୋ ଉଠାଇଲେ। ଘରେ ଘରେ ପାଇଖାନା ତିଆରି ହେଲା। ଗୋଟିଏ ପାଇଖାନାକୁ ଦେଖାଇ ଦୁଇ-ଚାରି ଜଣ ବିଲ୍‌ କରାଇ ନେଲେ। ଗଁା ଶେଷ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ବୋର୍ଡ ଲଗାଇ ଦିଆଗଲା। ଅଥଚ ଅଧିକାଂଶ ଗ୍ରାମବାସୀ ସେମାନଙ୍କ ପୁରୁଣା ଅଭ୍ୟାସ ଛାଡ଼ିଲେ ନାହିଁ।
ଖୋଦ୍‌ ଭୁବନେଶ୍ୱରର ଏକାମ୍ର ବିହାର ଅଞ୍ଚଳରେ ରାସ୍ତା କାମ ହେଲା। ତିନି ଦିନ ବିିତି ଯାଇଥିଲେ ମଧ୍ୟ ସିମେଣ୍ଟ-ଗୋଡ଼ି ସେଟ୍‌ ଧରିଲା ନାହିଁ। ଲୋକେ ତାହାକୁ ଖୋଳି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେହିପରି କେନ୍ଦ୍ରାପଡ଼ାର ଗୋଟିଏ ରାସ୍ତାରେ ଫଡ଼ା ଫଡ଼ା ପିଚୁ ଉଠୁଥିବାର ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା। ମହାକାଳପଡ଼ା ଅଞ୍ଚଳରେ ବୃକ୍ଷରୋପଣର ନଁାଗନ୍ଧ ନାହିଁ, ଅଥଚ ୯ ଲକ୍ଷ ଟଙ୍କାର ବିଲ୍‌ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ୟାସ୍‌ ବାତ୍ୟା ପରେ ଗଁା ଗଣ୍ଡା, ରାସ୍ତାଘାଟ, ସ୍କୁଲ, କଲେଜ ହତାରେ ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରାଗଲା। ଦିନ କେଇଟା ପରେ ଆବଦ୍ଧ ହୋଇଥିବା ଘୋଡ଼ରା ଥିଲା, ଗଛ ନ ଥିଲା। ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଲା, କିନ୍ତୁ ଗଛ ବଞ୍ଚତ୍ଲା ନାହିଁ। ମନରେଗା କାମ ତ ସର୍ବତ୍ର ଚାଲିଛି। ଦୁର୍ନୀତି ଓ ଅର୍ଥ ତୋସରପାତ ସୀମାତୀତ ହୋଇଯାଇଛି। ଏଥିଯୋଗୁ କେତେକ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି। ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନ କହିବା ଭଲ। କେତେକ ଶିକ୍ଷକ ପାଠ ନ ପଢ଼ାଇ ଦରମା ନେଉଥିବା ବେଳେ ଘରୋଇ ନର୍ସିଂ ହୋମ୍‌ରେ ମଲା ମଣିଷକୁ ଆଇସିୟୁରେ ରଖି ଅର୍ଥ ଆଦାୟ କରାଯାଉଛି। ପ୍ରାୟ ପ୍ରତ୍ୟେକ ଗାଁଗଣ୍ଡାରେ କୁଜିନେତାମାନେ ଦଶ-କୋଡ଼ିଏ ହଜାର ନେଇ ଇନ୍ଦିରା ଆବାସ, ବିଜୁ ପକ୍କାଘର କରାଇ ଦେଉଛନ୍ତି। ଗୋଟିଏ ଗୋଟିଏ ପରିବାର ବି ଦୁଇତିନିଟି ଆବାସ ପାଇଥିବା ଦେଖିବାକୁ ମିଳୁଛି। କର୍ମୀ ସମ୍ମିଳନୀରେ କେତେକ ଲୋକ ଏହି କଥା ଦର୍ଶାଇ ବଡ଼ନେତାଙ୍କ ଦୃଷ୍ଟି ଆକର୍ଷଣ କଲେ। ”ତୁମମାନଙ୍କ ଦ୍ୱାରା ତ ଏହି କାମ ହୋଇପାରିବ ନାହିଁ। ବେକାର ଯୁବକମାନେ ଧଁା ଦୌଡ଼ କରି ତୁମ କାମ କରାଇ ଦେଲେ। ସେଥିପାଇଁ ସେମାନେ ଦଶ-କୋଡ଼ିଏ ନେଲେ। ଅସୁବିଧା କେଉଁଠି ରହିଲା ? ସେମାନେ ପୁଣି ଚଳିବେ ତ?“- ଏଥିଲା କର୍ମୀ ସମ୍ମିଳନୀରେ ନେତାଙ୍କ ଉତ୍ତର।
ଟେଲିକମ୍‌ କମ୍ପାନୀମାନେ କଷ୍ଟମର୍‌ମାନଙ୍କୁ ସେବା ଯୋଗାଇ ଦେବାକୁ ପ୍ରତିଯୋଗିତା କରୁଛନ୍ତି। ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ପାଇଁ ରିଚାର୍ଜ କରି ଦେଉଛନ୍ତି। ନେଟ୍‌ୱର୍କ ନ ଥିଲେ କଷ୍ଟମର୍‌ କ୍ଷତିଗ୍ରସ୍ତ ହୁଏ, କିନ୍ତୁ କମ୍ପାନୀ ଲାଭରୁ ପଇସା ଛାଡ଼େ ନାହିଁ। ବିଦ୍ୟୁତ୍‌ କ୍ଷେତ୍ରରେ ମଧ୍ୟ ଠକେଇ ସର୍ବତ୍ର ଚାଲିଛି। କେତେକ ଗ୍ରାହକ ବାଇପାସ୍‌ କରି କିମ୍ବା ମିଟରରେ ଟାମ୍ପରିଂ କରି କମ୍ପାନୀକୁ ଠକୁଛନ୍ତି। କମ୍ପାନୀ ବିଲ୍‌ ଦେବା ବିଳମ୍ବ କରି କଷ୍ଟମର୍‌ଙ୍କଠାରୁ ସ୍ଲାବ୍‌ ଅନୁଯାୟୀ ଅଧିକ ଅର୍ଥ ଆଦାୟ କରୁଥିବା ମଧ୍ୟ ବାରମ୍ବାର ଅଭିଯୋଗ ହେଉଛି।
ସରକାରୀ କର୍ମଚାରୀମାନେ ଜନସାଧାରଣଙ୍କୁ କିପରି ଠକୁଛନ୍ତି, ସମସ୍ତେ ତା’ର ଭୁକ୍ତଭୋଗୀ। ବିଳମ୍ବରେ ଅଫିସ୍‌କୁ ଆସିବା ଓ ସହଳ ଅଫିସ୍‌ରୁ ପଳାଇବା ସେମାନଙ୍କର ଗୋଟିଏ ପରମ୍ପରା। ତା ସତ୍ତ୍ୱେ ସେମାନଙ୍କ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ। ହାତଗୁଞ୍ଜା ନ ଦେଲେ ସେମାନେ ଲୋକଙ୍କ କାମ କରନ୍ତି ନାହିଁ। ସେମାନେ ରାଜକୋଷରୁ ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଠକି ନିଅନ୍ତି, ସାଧାରଣ ଲୋକେ ସେମାନଙ୍କ ଉପତ୍ାତରେ ତ୍ରାହି ତ୍ରାହି ଡାକୁଛନ୍ତି।
ଚିଟ୍‌ ଫଣ୍ଡ୍‌ ଦୁର୍ନୀତି କଥା ଆମ ସମସ୍ତଙ୍କୁ ଜଣାଅଛି। ଆମ ଭିତରୁ ଅନେକ ଏହି ଠକାମିର ଶିକାର ହୋଇଛନ୍ତି। ନୀରବ ମୋଦି, ମେହୁଲ୍‌ ଚୋକ୍ସି ଭଳି ଠକମାନେ ସାରା ଦେଶଟା ଆଖିରେ ଧୂଳି ଦେଇ ବିଦେଶକୁ ପଳାଇଛନ୍ତି। ଚୋର ପଳାଇଲା ପରେ ଆମେ ସବୁ ହୋ-ହଲ୍ଲା କରୁଛୁ। ପାରଡାଇଜ୍‌ ପେପର୍ସ, ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସର ପେଡ଼ି ଖୋଲିଛି। ରାଜନେତାଙ୍କଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଟିକସ ଫାଙ୍କିବାକୁ ବିଦେଶୀ ବ୍ୟାଙ୍କ୍‌ରେ ଅର୍ଥ ଲୁଚାଇ ରଖିଛନ୍ତି। ସେମାନଙ୍କୁ ଧରିବାକୁ କମିଶନ ବି ବସିଛି, ଅଥଚ ଆମେ ସେମାନଙ୍କୁ ସ୍ପର୍ଶ କରିପାରୁ ନାହଁୁ।
ଗ୍ରାହକ ଓ ବ୍ୟବସାୟୀଙ୍କ ଭିତରେ ଦ୍ୱନ୍ଦ୍ୱ ଉତ୍କଟ ରୂପ ଧାରଣ କରିଛି। ସୂଚନାପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ଅନ୍‌ଲାଇନ ଠକାମି ବ୍ୟାପକ ହେଉଛି। ଅନ୍‌ଲାଇନରେ ଆପଣ ଗୋଟିଏ ସାମଗ୍ରୀ କିଣିଲେ ଠକିଯିବାର ବହୁତ ସମ୍ଭାବନା ଅଛି। ସାଇବର୍‌ ଠକମାନେ ମୋବାଇଲ୍‌ ନମ୍ବର ନେଇ ଲୋକଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌କୁ ଫାଙ୍କା କରି ଦେଉଛନ୍ତି। ସାମାଜିକ ଗଣମାଧ୍ୟମ ଯୋଗୁ ବ୍ୟବହାରକାରୀଙ୍କ ସାମାଜିକ ତଥା ପାରିବାରିକ ସ୍ଥିତି ଉଚ୍ଛନ୍ନ ହୋଇଯାଉଛି।
ଖାଦ୍ୟ ସାମଗ୍ରୀରେ ଠକାମି ସର୍ବତ୍ର ପରିଦୃଷ୍ଟ ହେଉଛି। ପ୍ରଶାସନିକ ସ୍ଥାଣୁତାର ସୁଯୋଗ ନେଇ ବ୍ୟବସାୟୀମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଏକ ନମ୍ବର ସାମଗ୍ରୀର ଦାମ୍‌ ନେଇ ଗ୍ରାହକଙ୍କୁ ଦୁଇ ନମ୍ବର ସାମଗ୍ରୀ ଦେଉଛନ୍ତି। ଏହିସବୁ କଥାକୁ ବିଚାରକୁ ନେଲେ ସାରା ଦେଶଟାରେ ପରସ୍ପରକୁ ଠକିବାକୁ ସତେଯେମିତି ଏକ ପ୍ରବଳ ପ୍ରତିଯୋଗିତା ଚାଲିଛି। ଯିଏ ଯେତେ ଠକି ପାରିଲା ସିଏ ସେତେ ପ୍ରତିଷ୍ଠା ଲାଭ କରୁଛି। ରାଜନେତାମାନେ ଏ କ୍ଷେତ୍ରରେ ସର୍ବାଗ୍ରେ ଅଛନ୍ତି। ଦେଶର କୋଟି କୋଟି ଜନତାଙ୍କ୍‌ୁ ସେମାନେ ଭକୁଆ ବନାଇ ରଖିଛନ୍ତି। ଆମେ ହଁା’ଟା କରି ଚାହିଁଛୁ, ପାଞ୍ଚ ବର୍ଷ ନ ପୂରୁଣୁ ସବୁ କିଛି ପାସୋରି ଦେଉଛନ୍ତି।
ଆମ ଭିତରେ ଠକିବାର ମନୋବୃତ୍ତି ପ୍ରବଳ। ପରସ୍ପରକୁ ଠକିବା ଭିତରେ ଆମେ ନିଜକୁ ଠକୁଛୁ, ସମାଜକୁ ଠକୁଛୁ, ଦେଶକୁ ବି ଠକୁଛୁ। ଠକାମିଟା ଏକରକମ ସାର୍ବଜନୀନ ହୋଇଯାଇଛି। ଖୁବ୍‌ କମ୍‌ ସଂଖ୍ୟକ ସ୍ବାଭିମାନୀ ବ୍ୟକ୍ତି ଏଥିରୁ ବିରତ ରହିଛନ୍ତି। ଏହି ଠକାମି ପାଇଁ କେହି ହୁଏତ ବ୍ୟକ୍ତିଗତ ଭାବେ ଦାୟୀ ହୋଇପାରନ୍ତି, ତା ସତ୍ତ୍ୱେ ଆମର ପ୍ରବର୍ତ୍ତିତ ସମାଜ ବ୍ୟବସ୍ଥା ଏଥିପାଇଁ ମୁଖ୍ୟତଃ ଦାୟୀ। ସେଥିଯୋଗୁ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି। ବ୍ୟକ୍ତିଗତ ଫାଇଦା ପାଇଁ ଆମେ ସମାଜ ତଥା ଦେଶର ସ୍ବାର୍ଥ କଥା ଭୁଲି ଯାଉଛୁ। ଆମେ ଯଦି ସମାଜକୁ ଭଲ ପାଇବା, ଦେଶକୁ ଭଲ ପାଇବା ଓ ମଣିଷକୁ ଭଲ ପାଇବା, ତେବେ ଠକାମିର ବ୍ୟାପକତାକୁ ବହୁ ମାତ୍ରାରେ ପ୍ରତିରୋଧ କରିପାରିବା।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?