ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର ଦିଗରୁ ମାଡ଼ି ଆସିଲା। ଚାହୁଁ ଚାହୁଁ ହଠାତ୍ ପ୍ରବଳ ପବନ ବହିବା ଯୋଗୁ ମହାନଦୀରେ ଚଉ ମୁହାଣି ଫେରିଘାଟ ଡଙ୍ଗା ଅପରପାର୍ଶ୍ୱରେ ପହଞ୍ଚିବା ପୂର୍ବରୁ ଭାରସାମ୍ୟ ହରାଇ ଦିଗହରା ହୋଇଗଲା। ଫଳରେ ୨୦ ଯାତ୍ରୀ ଓ କିଛି ବାଇକ୍ ଥିଲା। ନାଉରିଆ ସାହସର ସହିତ ଡଙ୍ଗାକୁ ଧିରେ ଧିରେ ସିଙ୍ଗିଟାଳି ବାଲଡିଆ କୂଳରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ଫଳରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି କେତେକ ଯାତ୍ରୀ କହିଛନ୍ତି।
ଅପରପକ୍ଷରେ ୧ ଘଣ୍ଟା ପର୍ଯ୍ୟନ୍ତ ଝଡ଼ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହୋଇଥିଲେ ମଧ୍ୟ କିଛି ଅଘଟଣ ହୋଇ ନ ଥିଲା ବୋଲି କୁହାଯାଉଛି। ବର୍ଷା ପବନ ପରେ ମହାକାଳପଡ଼ା ବ୍ଲକ ଅଞ୍ଚଳର କେତେକ ଶ୍ରମିକ ପାରାଦୀପ ପାର୍ଶ୍ୱରୁ ଉକ୍ତ ଫେରିଘାଟ ଡଙ୍ଗାରେ ୩୦ରୁ ଅଧିକ ପାର୍ ହୋଇ ଆସିଥିଲେ ବୋଲି ଜାଗିଶିରି ବରକନ୍ଧା ଗୋଖଖଟି ଗୋଜାବନ୍ଧ କୁମାରପଡ଼ା ଦଧିପୁର ଗ୍ରାମର ଶ୍ରମିକମାନେ କହିଛନ୍ତି। ସେହିପରି ରାମନଗର ପଞ୍ଚାୟତ ବାହାକୁଦ ମହାନଦୀ ଫେରିଘାଟ ଡଙ୍ଗା ସାହାଯ୍ୟରେ ପାରାଦୀପ ପାର୍ଶ୍ୱରୁ ବହୁ ସଂଖ୍ୟାରେ ଶ୍ରମିକମାନେ କାଳବୈଶାଖୀ ପବନ ପ୍ରଭାବରେ କିଛି ସମୟ ପ୍ରଭାବିତ ହୋଇଥିବା ରାମନଗର ଖରିନାସି ପଞ୍ଚାୟତ କେତେକ ଶ୍ରମିକମାନେ ଅଭିଯୋଗ କରିଛନ୍ତି।