ଛତୁଆ: ମଣିଷ କ’ଣ, ଗୋରୁ ଖାଉନାହାନ୍ତି

ଭୁବନେଶ୍ୱର,୧ା୯(ଅନିଲ ଦାସ): ଅଙ୍ଗନଓ୍ବାଡି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ନାମରେ ଦିଆଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର। କେବଳ ଗହମ ଓ ଚିନି ମିଶାଇ ଦିଆଯାଉଛି। ସେ ଛତୁଆକୁ ମଣିଷ କ’ଣ ଗୋରୁ ଖାଉ ନାହାନ୍ତି। ଯେଉଁମାନଙ୍କୁ ଛତୁଆ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି ସେମାନେ କୋଟିପତି ହୋଇଗଲେଣି। କାର ଧରି ବୁଲୁଛନ୍ତି। ଛତୁଆର ମାନ ଯାଞ୍ଚ କରାଯାଉ ନାହିଁ। ୨୪ ବର୍ଷ ହେଲା ଗୋଟିଏ ସଂସ୍ଥା ଛତୁଆ ବଣ୍ଟନରେ ରହିଛି। ଛତୁଆ ଯୋଗାଣରେ ମହାଦୁର୍ନୀତି ହୋଇଛି। ରାଜ୍ୟରେ ଛତୁଆ ଯୋଗାଣକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଛତୁଆର ମାନ ଯାଞ୍ଚ କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦସ୍ୟମାନେ ଦାବି କରିଛନ୍ତି। ଗୃହର ଉଦ୍‌ବେଗକୁ ଦେଖି ବାଚସ୍ପତି ଗତ ୫ ବର୍ଷ ମଧ୍ୟରେ କେଉଁ ସ୍ଥାନରୁ କେତେ ଛତୁଆର ମାନ ଯାଞ୍ଚ କରାଯାଇଛି, କେଉଁମାନଙ୍କୁ ଧରାଯାଇଛି ସେ ନେଇ ଗୃହରେ ଏକ ବିବରଣୀ ଦେବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସାରା ଓଡ଼ିଶାରେ ଛତୁଆ ଯୋଗାଣ କରୁଥିବା ଏଜେନ୍ସିଗୁଡ଼ିକୁ ଯାଞ୍ଚ କରାଯିବ। ଛତୁଆର ମାନ ପରୀକ୍ଷା କରାଯାଇ ଗୃହକୁ ଅବଗତ କରାଯିବ।

୪୫୧ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନକର୍ତ୍ତା ଭାଜପା ସଭ୍ୟ ସଞ୍ଜଳି ମୁର୍ମୁ ପଚାରିଥିଲେ, ମୟୂରଭଞ୍ଜ ଜିଲାର କେଉଁ କେଉଁ ଏସ୍‌ଏଚ୍‌ଜି ଓ ଏଜେନ୍ସିକୁ ଛତୁଆ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ କେତେ ଏସ୍‌ଏଚ୍‌ଜି ଛତୁଆ ବଣ୍ଟନ କରୁଛନ୍ତି। ମନ୍ତ୍ରୀ ଉତ୍ତରରେ କହିଲେ, ଏସ୍‌ଏନ୍‌ପି ମାର୍ଗଦର୍ଶିକା ଅନୁଯାୟୀ ଛତୁଆର ମାନ ଓ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ପ୍ରତି ବ୍ଲକରେ ଗୋଟିଏ ସ୍ବୟଂ ସହାୟକ ସଂସ୍ଥା ନିୟୋଜିତ କରିବା ବ୍ୟବସ୍ଥା ରହିଛି। ଯଦି ଗୋଟିଏ ଏସ୍‌ଏଚ୍‌ଜି ଦ୍ୱାରା ବ୍ଲକ୍‌ର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛତୁଆ ଯୋଗାଣ ସମ୍ଭବ ନ ହୁଏ ତେବେ ଜିଲାପାଳ ୨ଟି ଏସ୍‌ଏଚ୍‌ଜିକୁ ନିଯୁକ୍ତି ଦେଇପାରିବେ। ଏତଦ୍‌ବ୍ୟତୀତ ପରିପୂରକ ପୁଷ୍ଟି ଯୋଜନାରେ ଦିଆଯାଇଥିବା ଶୁଖିଲା ରାଶନ ଯଥା ହାଲୁଆ, ବାଦାମ, ରାଶି ଏବଂ ବେସନ ଲଡୁ ଇତ୍ୟାଦିର ପ୍ରସ୍ତୁତି ଏବଂ ଯୋଗାଣ ପାଇଁ ପଞ୍ଚାୟତ ସ୍ତରରେ ଏକ ପୃଥକ୍‌ ସ୍ବୟଂ ସହାୟକ ଗୋଷ୍ଠୀ ନିୟୋଜିତ କରାଯାଇପାରିବ।

କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଅତିରିକ୍ତ ପ୍ରଶ୍ନରେ ପଚାରିଲେ ଛତୁଆରେ କେବଳ ଗହମ ଓ ଚିନି ଦିଆଯାଉଛି।
ଆଉ ସେଥିରେ କିଛି ନାହିଁ। ଯେଉଁମାନେ ଘୁଷୁରି ପାଳୁଛନ୍ତି, ସେହି ଛତୁଆକୁ ସେମାନେ କିଲୋ ଦରରେ ନେଉଛନ୍ତି। ସେ ଛତୁଆକୁ ଲୋକ କ’ଣ ଗୋରୁ, ଘୁଷୁରି, କୁକୁଡ଼ା ମଧ୍ୟ ଖାଉ ନାହାନ୍ତି। ସେହିପରି ଭାଜପା ସଭ୍ୟ ଫକୀର ମୋହନ ନାୟକ, ନୀହାର ରଞ୍ଜନ ମହାନନ୍ଦ, ସନାତନ ବିଜୁଳି, ଆକାଶ ଦାସ ନାୟକ, ପଦ୍ମଲୋଚନ ପଣ୍ଡା, ସିଦ୍ଧାନ୍ତ ମହାପାତ୍ର, ବିଜେଡି ସଭ୍ୟ ଧୃବ ସାହୁ, କଂଗ୍ରେସ ସଭ୍ୟ ଅଶୋକ ଦାସ ପ୍ରମୁଖ ଛତୁଆର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦୀର୍ଘବର୍ଷ ଧରି ଗୋଟିଏ ସଂସ୍ଥା ଛତୁଆ ଯୋଗାଉଛି। ଅତ୍ୟନ୍ତ ନିମ୍ନମାନର ଛତୁଆ ଦିଆଯାଉଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ସେହି ସଂସ୍ଥାକୁ ପରିବର୍ତ୍ତନ କରି ନୂଆ ସଂସ୍ଥାକୁ ଦିଆଯାଉ। ଛତୁଆର ମାନ ନିୟମିତ ଭାବେ ତଦାରଖ କରାଯାଉ ବୋଲି ଦାବି କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁଠି ଏଭଳି ଅଭିଯୋଗ ଆସୁଛି ତାହା ସରକାରଙ୍କ ଦୃଷ୍ଟିକୁ ଆଣିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମଗ୍ର ରାଜ୍ୟରେ ଛତୁଆର ମାନ ଯାଞ୍ଚ କରାଯିବ। ଯେଉଁଠି ଅନିୟମିତତା ହୋଇଥିବ ସେଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?